ନିଜ ଜନ୍ମଦିନରେ ଭୁଲରେ ବି କରିବା କଥା ନୁହେଁ ଏହି କାମ – ନହେଲେ ଶନିଦେବଙ୍କ କୋପଦୃଷ୍ଟି ପଡିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତ ବ୍ୟକ୍ତିର ବର୍ଷକୁ ଥରେ ଜନ୍ମଦିନ ଆସେ। ସମସ୍ତେ ଏହାକୁ ଧୂମ ଧାମରେ ପାଳନ କରିଥାନ୍ତି। କେତେ ଲୋକ ଏଇ ଜନ୍ମଦିନକୁ ଭିନ୍ନ ଭିନ୍ନ ଆକାରରେ ପାଳନ କରନ୍ତି। ଆଉ କେତେ ଲୋକ ଜନ୍ମଦିନ ବହୁତ ଭଲରେ ପାଳନ କରିବାକୁ ଯାଇ କିଛି ଭୁଲ୍ କାମ କରି ବସନ୍ତି। ଯାହାର ପରିଣାମ ତାଙ୍କୁ ବର୍ଷଯାକ ଭୋଗିବାକୁ ପଡିଥାଏ। ସେଥିପାଇଁ କିଛି କଥା ପ୍ରତି ଧ୍ୟାନ ରଖିଲେ ଆପଣଙ୍କୁ ଏଇ ସବୁ ଅସୁବିଧାର ସମୁଖୀନ ହେବାକୁ ପଡିବ ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଜନ୍ମଦିନ ଠାରୁ ବ୍ୟକ୍ତିର ପୁରାବର୍ଷର କୁଣ୍ଡଳୀ ପ୍ରଭାବିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କଣ ଜନ୍ମ ଦିନରେ କଣ କରିବା ଉଚିତ ବା ଅନୁଚିତ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପୁରା ବର୍ଷର ଫଳ ଖରାପ ମିଳେ

ଯେଉଁ ବ୍ୟକ୍ତି ଏହି ଜନ୍ମଦିନ ଭଲରେ ପାଳନ କରେ ସେ ବର୍ଷସାରା ଖୁସିରେ ରୁହେ। କେତେ ଲୋକ ଏମିତି କିଛି ଭୁଲ କାମ କରିଦିଅନ୍ତି ଯେ ତାଙ୍କର ଗ୍ରହ ଅନୁକୂଳ ହୁଏ ନାହିଁ, ଯାହା ବର୍ଷସାରା ସମୟ ଖରାପ ହୋଇଯାଏ। ଏଥିପାଇଁ କିଛି ଏମିତି କାମ ବିଷୟରେ କୁହାଯାଇଛି ଯେ, ଯିଏ ନିଜର ଜନ୍ମଦିନରେ ଭୁଲରେ ଏହି କାମ କରିବ ନାହିଁ। ଏମିତି କରିଲେ ଶନିଦେବ ତାଙ୍କ ଉପରେ ରୁଷ୍ଟ ହୋଇଥାନ୍ତି।

ଜନ୍ମଦିନରେ ଏହି କର୍ମ କରିବ ନାହିଁ

ଜନ୍ମଦିନରେ କିଛି ଲୋକ ପାର୍ଟିରେ ମଦ ପିଇଥାନ୍ତି। ବୋଧ ହୁଏ ସେମାନେ ଜାଣି ନଥାନ୍ତି ଯେ ଏମିତି କରିଲେ ଶନିଦେବ ପ୍ରସନ୍ନ ହୁଅନ୍ତି ନାହିଁ।  ଶାସ୍ତ୍ରରେ କୁହାଯାଇଛି ଯେ ଏହି ଜନ୍ମଦିନରେ ମଦ ପିଅନ୍ତି ନାହିଁ ସେମାନଙ୍କ ଉପରେ ଶନି ସାଢେସାତର ପ୍ରଭାବ ପଡେ ନାହିଁ। ଏହାର ବିପରୀତ ଯେଉମାନେ ମଦ ପିଅନ୍ତି ସେମାନଙ୍କୁ ବହୁତ ଚିନ୍ତା ଓ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡିଥାଏ।

ଜନ୍ମଦିନରେ କେବେ ମଧ୍ୟ ନଖ ଓ ଚୁଟି କାଟିବ ନାହିଁ। କୁହାଯାଇଛି ଯେ ଏଥିରେ ଅଶୁଭ ହୋଇଥାଏ। ଜନ୍ମଦିନ ଏକ ଶୁଭ ଦିନ ଅଟେ। ଏହି ଦିନ ଜୀବ ହତ୍ୟା ଠାରୁ ଦୂରେଇ ରୁହନ୍ତୁ। ମାଂସ ଭୋଜନ କରନ୍ତୁ ନାହିଁ। ଏମିତି କରିଲେ ଆଶୀର୍ବାଦ ବଦଳରେ ଅଭିଶାପ ମିଳିଥାଏ ଓ ଜୀବନ କଷ୍ଟଦାୟକ ହୋଇଥାଏ।

ଜନ୍ମଦିନରେ ଯଦି ସାଧୁ ବା ଭିକାରି ଆସନ୍ତି ତେବେ ତାଙ୍କୁ କେବେ ମଧ୍ୟ ଖାଲି ହାତରେ ଫେରାଇବ ନାହିଁ। ତାଙ୍କୁ ଦାନ-ଦକ୍ଷିଣା ଓ ଭୋଜନ ଦେବ। ଏମିତି କରିଲେ ନିଜର ଆୟୁ ବୃଦ୍ଧି ହୁଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ।

ଯଦି କାହା ସହିତ ଶତୃଭାବ ଥାଏ ତେବେ ସେହି ପୁରୁଣା ଶତ୍ରୁତାକୁ ଭୁଲି ଯାଇ ତାକୁ ଶ୍ରଦ୍ଧାର ସହିତ ଆପଣାର କରନ୍ତୁ। ଏହି ଜନ୍ମଦିନରେ କଳି-ଝଗଡା କରିଲେ ବର୍ଷଯାକ କଳି-ଝଗଡାରେ ଲିପ୍ତ ରହିବାକୁ ହେବ।

ଶାସ୍ତ୍ରରେ କୁହାଯାଇଛି ଯେ  ଜନ୍ମଦିନରେ ସକାଳୁ ଉଠି ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରିଲେ ଶୁଭ ହୁଏ। ଏହି ଦିନ ଗରମ ପାଣିରେ ସ୍ନାନ କରିବ ନାହିଁ। ନିଜର ଜନ୍ମଦିନରେ ଘରର ସମସ୍ତ ବଡ ଗୁରୁ ଗୁରୁଜନ ଓ ମାତା ପିତାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!