ଦୀପାବଳି ର ପୂଜାରେ ବ୍ୟବହାର କରନ୍ତୁ ଏହି ୧୨ ଟି ଜିନିଷ, ସଙ୍ଗେ ସଙ୍ଗେ ପ୍ରଶନ୍ନ ହେବେ ମା ଲକ୍ଷ୍ମୀ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମ ରେ ଦୀପାବଳି ର ବିଶେଷ ସ୍ଥାନ ଅଛି ଏବଂ ଏହି ଦିନ ଲୋକମାନେ ଲକ୍ଷ୍ମୀ ଏବଂ ଗଣେଶ ଙ୍କର ପୂଜା କରନ୍ତି । ଦୀପାବଳି ପୂଜାରେ ବ୍ୟବହାର କରନ୍ତୁ ଏହି 12 ଟି ଜିନିଷ ଓ ସଠିକ ବିଧି ରେ କରନ୍ତୁ ପୂଜା, ମା ଲକ୍ଷ୍ମୀଙ୍କ କୃପା ବର୍ଷିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କ୍ଷୀରୀ

ଦୀପାବଳି ରେ ଲକ୍ଷ୍ମୀଙ୍କ ପୂଜାରେ ମିଠା ସହିତ ଘରେ ତିଆରି କ୍ଷୀରୀ ମଧ୍ୟ ଭୋଗ କରିବା ଉଚିତ, ଶାସ୍ତ୍ର ଅନୁସାରେ କ୍ଷୀରୀ ଲକ୍ଷ୍ମୀଙ୍କର ପ୍ରିୟ ଭୋଜନ ଅଟେ ।

ବଦନବାର

ଆମ୍ବ, ଅସ୍ଵସ୍ଥ ଏବଂ ଅଶୋକ ଗଛର ପତ୍ର ର ମାଳା କୁ ୱଂଦନୱାର କୁହାଯାଏ । ଏହାକୁ ଦୀପାବଳି ଦିନ ମୁଖ୍ୟ ଦ୍ଵାରରେ ବାନ୍ଧିବା ଉଚିତ ।

ଆଖୁ

ମହାଲକ୍ଷ୍ମୀଙ୍କର ଗୋଟିଏ ରୂପ ଗଜଲକ୍ଷ୍ମୀ ଅଟେ ଏବଂ ଏହି ରୂପରେ ସେ ଐରାବତ ହାତୀରେ ବସିବାର ଦେଖାଯାଏ । ଐରାବତ ହାତୀର ପ୍ରିୟ ଖାଦ୍ୟ ଆଖୁ ଅଟେ । ତେଣୁ ପୂଜାରେ ଆଖୁ ଭୋଗ କରିବା ଉଚିତ ।

ହଳଦିଆ କଉଡି

ଲକ୍ଷ୍ମୀ ପୂଜାରେ ହଳଦିଆ କଉଡି ରଖି ପୂଜା କରାଯାଏ । ପୂଜା ସରିବା ପରେ ଏହାକୁ ତିଜୋରୀ ରେ ରଖିଲେ ମା ଲକ୍ଷ୍ମୀଙ୍କର କୃପା ହୋଇଥାଏ ।

ପାନ

ଏହା ପୂଜା ପାଇଁ ବୋହୁତ ଶୁଭ ଅଟେ । ପୂଜା ସମୟରେ ପାନ ରଖିବା ଦ୍ଵାରା ଘରର ବାତାବରଣ ଶୁଦ୍ଧ ହେବା ସହ ସକାରାତ୍ମକ ମନୋଭାବ ଆସିଥାଏ।

ଛୋଟ ଧାନ ଗଛ

ପୁରାଣ ଅନୁସାରେ ଦୀପାବଳି ରେ ଛୋଟ ଧାନ ଗଛ ରଖିବା ଦ୍ଵାରା ଧନ ଆଉ ସମୃଦ୍ଧି ର ବୃଦ୍ଧି ହୋଇଥାଏ ।

ସ୍ଵସ୍ତିକ

ପୂଜାରେ ସ୍ଵସ୍ତିକ କରିବା ଶୁଭ ବୋଲି କୁହାଯାଏ । ଏହା ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ଚାରିଦିଗ ଦର୍ଶାଇଥାଏ ।

ତିଳକ

ପୂଜା ରେ ତିଳକ ଲଗାଯାଇଥାଏ ଯାହାଦ୍ୱାରା ମସ୍ତିସ୍କ ରେ ବୁଦ୍ଧି, ଜ୍ଞାନ, ଏବଂ ଶାନ୍ତି ର ପ୍ରସାର ହୋଇଥାଏ ।

ଚାଉଳ

ପୁରୁଣା ସମୟରୁ ହିଁ ପୂଜାରେ ଚାଉଳ ଦେବା ବେସୀ ମହତ୍ଵ ବୋଲି କୁହ ଯାଇଛି । ଚାଉଳ ପୂଣ୍ୟ ର ପ୍ରତୀକ ବୋଲି କୁହାଯାଏ ।

ଗୁଡ

ଏହା ଭି ଦୀପାବଳି ପାଇଁ ଶୁଭ ସାମଗ୍ରୀ ଅଟେ । ଲକ୍ଷ୍ମୀ ପୂଜା ପରେ ଗୁଡ ଦାନ କରିବା ଦ୍ଵାରା ଧନ ର ବୃଦ୍ଧି ଘଟେ ।

ସୂତା

ସୂତା ପୂଜା ର ଶକ୍ତି ର ପ୍ରତୀକ ଅଟେ, ଏହା ପୂଜା ସମୟରେ ସମସ୍ତେ ହାତରେ ବାଧନ୍ତି ।

ରଙ୍ଗୋଲି

ଲକ୍ଷ୍ମୀ ପୂଜା ସ୍ଥାନରେ, ପ୍ରବେଶ ଦ୍ଵାର ଏବଂ ଅଗଣାରେ ରଙ୍ଗୋଲି କରିବା ଭଲ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!