ଦୈନିକ ରାଶିଫଳ: ୬ ନଭେମ୍ବର ୨୦୧୮। ମା ମଙ୍ଗଳାଙ୍କ ଅପାର କୃପା ଦୃଷ୍ଟି ରହିବା ଏହି ୩ଟି ରାଶି ଉପରେ, ଚମକିବ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୬ ନଭେମ୍ବର ୨୦୧୮। ମା ମଙ୍ଗଳାଙ୍କ ଅପାର କୃପା ଦୃଷ୍ଟି ରହିବ ଏହି ୩ଟି ରାଶି ଉପରେ, ଚମକିବ ଭାଗ୍ୟ

ମେଷ:-

କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ମହିଳାମାନଙ୍କପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। ରାଜନୀତି କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ। କର୍ମ କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ  ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ। ରାଜନୈତିକ କ୍ଷେତ୍ରର ଲକ୍ଷ୍ୟ ସିଦ୍ଧିହେବା ସହ ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧ ଆଶା କରି ହେବ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମିଥୁନ:-

ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ। କର୍ମ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ। ଆର୍ଥିକ ଚିନ୍ତା ଦୁରହେବ ଓ ପିତାଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବ। ବିରୋଧୀମାନେ ହଇରାଣ ହୋଇ ମଥାନତ କରିବେ। ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ। ପ୍ରତିକାର- ଷଣ୍ଢକୁ ରୁଟି ଖାଇବାକୁ ଦିଅନ୍ତୁ।

<<Vastu>>> | <<< Jataka Bichara >>> 

କର୍କଟ:-

ଆର୍ଥିକ ସହାୟତାରେ କର୍ମକ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ଆସିବ। ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଧନ ସମ୍ବନ୍ଧୀୟ ମାମଲାରେ ବୁଦ୍ଧି ଓ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ବହୁତ ପରିଶ୍ରମ କରି ଅର୍ଥ ଲାଭ ହେବ ଓ ରୋଜଗାର ପାଇଁ ଉପଯୁକ୍ତ ସମୟ ଅଟେ। ପାରିବାରିକ ଜୀବନରେ ସୁଧାର ହେବ। କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣରେ ସଫଳ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ସିଂହ:-

କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଜନସେବାଦ୍ଵାରା ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଚାକର, ବାହନ ଓ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। କୌଣସି ଶୁଭ ସମାଚାର ଶୁଣିବେ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କନ୍ୟା:-

ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ।  ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ। ବ୍ୟାପାରରେ ପ୍ରଚୁର ଲାଭ ହେବ, କିନ୍ତୁ କୌଣସି ମାଙ୍ଗଳିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ଅଚାନକ ଭାବରେ ଦୂରଯାତ୍ରା କରିବେ। ପ୍ରତିକାର:- ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-

ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। ସମ୍ବନ୍ଧ ଓ ସମ୍ପର୍କରେ ସୁଖ ଶାନ୍ତିରେ ଦିନଟି କଟାଇବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। କାର୍ଯ୍ୟ କ୍ଷେତ୍ରରେ ଯଶ ଓ ସମ୍ମାନ ବଢିବ। ନିଜ ପରିଶ୍ରମରେ ସଫଳତା ପାଇବେ। ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବିଛା:-

ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଟେନସନ ଦୂର ହେବ। ଅଫିସରେ ଟେନସନ ଦୂର ହେବ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

ଧନୁ:-

ବାହନ ଆଦି କ୍ରୟ କରିପାରିବେ। ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ମେଣ୍ଟିବା ପାଇଁ ଚେଷ୍ଟା କରିବେ ଓ ସଫଳତା ପ୍ରାପ୍ତି ହେବ। କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ। ସୌହାର୍ଦ ତଥା ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ପ୍ରତିକାର- ଗଙ୍ଗାଜଳ ସେବନ କରନ୍ତୁ।

ମକର:-

ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ପରିବାରର ସାହାଯ୍ୟରେ ଉପକୃତ ହେବେ। ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ। ଯାତ୍ରାରେ ସଫଳ ହେବେ। ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ରାଜନୀତି କ୍ଷେତ୍ରରେ ଲୋକଙ୍କ ସମ୍ପର୍କରେ ରହିବେ, ସେଥିପାଇଁ ଇଣ୍ଟରନେଟ୍ ଠାରୁ ଆରମ୍ଭ କରି ଫୋନ୍ ସବୁ କାରବାର କରିବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇପାରିବେ। ଘର-ପରିବାରକୁ ପ୍ରାଥମିକତା ଦେବେ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ମାତା-ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ। ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ବ୍ୟବସାୟର ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!