ଜାଣନ୍ତୁ କୁଣ୍ଡଳୀର ଧନୁ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧନୁରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ ।

ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ଧନୁରାଶିରେ ଚନ୍ଦ୍ରଥିଲେ ଜାତକ ଧନୁରାଶି ହେବ । ଯାହାଫଳରେ ଜାତକ ବଳବାନ, ସ୍ପଷ୍ଟବାଦୀ, ଧନୀ, ଅନେକକଳାଜ୍ଞାତା, ନିର୍ମଳ ଚରିତ୍ର, ମିତବ୍ୟୟୀ, ସ୍ୱପରାକ୍ରମରେ ଭାଗ୍ୟୋଦୟ କରେ, ମାନସିକ ସ୍ଥିତି ସୁଦୃଢ, ରାଜକୀୟ ସମ୍ମାନପ୍ରାପ୍ତି ।

ଦେବଭକ୍ତ, ସୁବକ୍ତା, ପବିତ୍ର, କାବ୍ୟକୁଶଳ, ସାହସୀ, ନିଷ୍କପଟ, ବିନୟୀ, କଷ୍ଟ ସହିଷ୍ଣୁ, ତପସ୍ୱୀ, ଶାନ୍ତ ସ୍ୱଭାବ, ବୁଦ୍ଧିମାନ, ଅଳ୍ପାହାରୀ, କାର୍ଯ୍ୟକୁଶଳ, ଅନେକ ବିଦ୍ୟାଭାସୀ, ଅନେକ ବ୍ୟବସାୟ କରେ, ସୁନ୍ଦର, ଶତୃଜୟୀ, ଶିଳ୍ପଜ୍ଞ, ବାଲ୍ୟାବସ୍ଥାରେ ଧନୀ, ଧର୍ମାତ୍ମା, ଚତୁର, ପୁତ୍ରବାନ, ବ୍ରାହ୍ମଣ ତଥା ଦେବତାଙ୍କ ଭକ୍ତ ଓ ସମସ୍ତ ପ୍ରକାର ବସ୍ତୁକୁ ସଂଗ୍ରହ କରିଥାନ୍ତି । ଦୟାବାନ, ସ୍ଥିରଚିତ୍ତ, ଶ୍ରେଷ୍ଠ ଧନପ୍ରାପ୍ତି ଓ ଅଳ୍ପ ସନ୍ତାନ ହୋଇଥାନ୍ତି । ସଭାରେ ଚତୁର, ସମସ୍ତଙ୍କ ପ୍ରିୟ, କବି, ପବିତ୍ର, ଶ୍ରେଷ୍ଠ ବୁଦ୍ଧି, ଭଲ ନଖ, ସୁନ୍ଦର ବାଳ, କୋମଳ ପାଦ, ତଥା କଣ୍ଠ, ଦାନ୍ତ ଓ ପାଟି ସୁନ୍ଦର ହୋଇଥାଏ ।

କୂଳ ମର୍ଯ୍ୟାଦା ରକ୍ଷାକରନ୍ତି, ଭାଗ୍ୟବାନ, ପରାକ୍ରମୀ, ଭଲ ମିତ୍ର ପ୍ରାପ୍ତି ତଥା ଧୈର୍ଯ୍ୟବାନ ହୋଇଥାନ୍ତି । ଯେଉଁ ଜାତକରେ ଚନ୍ଦ୍ର ଧନୁରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ପରବୁଦ୍ଧିଆ, ପଛବୁଦ୍ଧିଆ, ପୂର୍ବାର୍ଜିତ ସ୍ଥାବର ସମ୍ପତ୍ତିହାନୀ କାରକ, ୧୮, ୨୮, ୩୮, ୪୮ବର୍ଷ ବୟସରେ ଅଶୁଭଫଳମାନ ମିଳିଥାଏ । ପ୍ରଥମ ବର୍ଷରେ ଶରୀର କଷ୍ଟ, ୧୩ବର୍ଷରେ ବେଶୀ କଷ୍ଟ, ୬୮ବର୍ଷରେ ଓ ୭୫ବର୍ଷରେ ମଧ୍ୟ କଷ୍ଟ ଭୋଗ କରିଥାନ୍ତି । ଯଦି ଚନ୍ଦ୍ରଙ୍କୁ ଶୁଭଗ୍ରହଙ୍କ ଦୃଷ୍ଟି ଥାଏ ତେବେ ୧୦୦ବର୍ଷ ପର୍ଯ୍ୟନ୍ତ ପରମାୟୁ ଭୋଗ କରିଥାନ୍ତି ।

ଆଷାଢ଼ମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଶୁକ୍ରବାର ହସ୍ତା ନକ୍ଷତ୍ରର ରାତ୍ର ସମୟରେ ଦେହାନ୍ତ ହୁଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୨-ଯେ କୌଣସି ଧାର୍ମିକ ସ୍ଥାନରେ ବାଦାମ ଦାନ କରନ୍ତୁ । ୩- ସ୍ନାନ କରିବା ପୂର୍ବରୁ ପାଣିରେ କିଛି ଗାଈକ୍ଷୀର ମିଶାଇ ସ୍ନାନ କରନ୍ତୁ । ୪- କ୍ଷୀର ବିକ୍ରି କରନ୍ତୁ ନାହିଁ । ୫- ଯେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନିଜ ନାକକୁ ସଫା କରନ୍ତୁ । ୬- ପ୍ରତିଦିନ କେଶର ତିଲକ ଲଗାନ୍ତୁ । ୭- ଗୁରୁବାର କିମ୍ବା ଏକାଦଶୀରେ ବ୍ରତ ଉପବାସ ରଖନ୍ତୁ । ୮- ପ୍ରତ୍ୟେକ ଶନିବାର ମାନଙ୍କରେ ଅଶୋସ୍ଥ ଗଛରେ ପାଣି ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!