ଦୈନିକ ରାଶିଫଳ: 18 ଜାନୁୟାରୀ ୨୦୨୧, ମହାଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ କାର୍ଯ୍ୟ କ୍ଷେତ୍ରରେ ସଫଳତା

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୧୮ତାରିଖ, ସୋମବାର, ମକରମାସ ୫ଦିନ, ପୌଷମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି, ସକାଳ ୯ଟା ୧୪ମିନିଟ୍ ଗତେ ଷଷ୍ଠୀତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, ସକାଳ ୭ଟା ୪୩ମିନିଟ୍ ଗତେ ଉତ୍ତରଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ମିଥୁନ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ, ସକାଳ ୯ଟା ୧୪ମିନିଟ୍ ପରେ ପିତା ଦ୍ରବ୍ୟ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୯ମିନିଟ୍ ରୁ ୭ଟା ୪୯ମିନିଟ୍, ଦିବା ୧୦ଟା ୫୨ମିନିଟ୍ ରୁ ୧ଟା ୧ମିନିଟ୍, ଦିବା ୪ଟା ୫ମିନିଟ୍ ରୁ ୪ଟା ୪୧ମିନିଟ୍, ସନ୍ଧ୍ୟା ୬ଟା ୧୯ମିନିଟ୍ ରୁ ୮ଟା ୫୩ମିନିଟ୍, ରାତ୍ର ୧୧ଟା ୫୮ମିନିଟ୍ ରୁ ରାତ୍ର ୨ଟା ୫୮ମିନିଟ୍ । ପର୍ବଦିନ- ବରଗଡରେ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଶିକ୍ଷା କ୍ଷେତ୍ରରେ ଉନ୍ନତି ଫଳରେ ସଫଳତା ଲାଭ କରିବେ । ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବେ । ଅଭାବ ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷପ୍ରଦ ହେବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ । ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-

ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଦ୍ଵାରା ଉତ୍ତମ ରୋଜଗାର ମିଳିବ । ବ୍ୟବସାୟରେ ଶତୃ ପରାଜିତ ହୋଇ ଭଲ ଲାଭ ପାଇବେ ଓ ଆର୍ଥିକକ୍ଷେତ୍ରରେ ଉନ୍ନତି ହେବ । ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ନୂତନ ଯୋଜନାରେ ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଗୃହସ୍ଥ ଜୀବନ ସୁଖମୟ ହେବା ସହ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବାର ସୁଯୋଗ ପାଇପାରନ୍ତି । ବ୍ୟବସାୟ ବୃଦ୍ଧି, ଆର୍ଥିକ ଉନ୍ନତିରେ ସଫଳତା, ମାନସମ୍ମାନ ବୃଦ୍ଧିହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭକରିବେ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । ଯାନବାହନରେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କର୍କଟ:-

ଶରୀର ସୁସ୍ଥ ରହିବ । ଉଚ୍ଚପଦସ୍ଥବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଦେଇଥିବା ଧନଫେରି ପାଇବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଘରରକେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ । ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳହେବେ । ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ । ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-

ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ । ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ । ବନ୍ଧୁ, ମିତ୍ରମାନଙ୍କ ଦ୍ୱାରା ଲାଭବାନ୍ ହେବେ । ପ୍ରତିଯୋଗୀତା ପରୀକ୍ଷାରେ ବିଜୟୀ ହୋଇ ବିଦ୍ୟାରେ ଉନ୍ନତି ହେବ । ଭାଗୀଦାରି ବ୍ୟବସାୟରେ ଲାଭବାନ୍ ହେବେ । ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରରେ ଲୁଚକାଳି ଖେଳଭଳି ହେବ । ବହୁ କଷ୍ଟରେ କାର୍ଯ୍ୟ ପୂରଣ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା:-

ଶରୀର ସୁସ୍ଥ ରହିବ । ନୂତନ କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ । ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସିବ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ, ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ଦାମ୍ପତ୍ୟସୁଖ ବୃଦ୍ଧିହେବ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ଦାମ୍ପତ୍ୟ ସୁଖରେ ଆଶାତୀତ ଲାଭ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ସମସ୍ତପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଆର୍ଥିକକ୍ଷେତ୍ରରେ ଉନ୍ନତି, ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ସମାଧାନ ହେବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିରହେବ । ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ଶରୀର ସୁସ୍ଥ ରହିବ । ଋଣ ପରିଶୋଧ କରିବାସହ ଋଣପ୍ରାପ୍ତିର ସୁଯୋଗ ପାଇବେ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ବିଚ୍ଛା:-

ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ପ୍ରେମକ୍ଷେତ୍ରରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ପାଇବା ସହ ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ଧନୁ:-

ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଶିକ୍ଷାକ୍ଷେତ୍ରରେ ସ୍ଵନାମ ଅର୍ଜନ କରିବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ରାଜନେତାମାନଙ୍କର ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିହେବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । କଠିନ ପରିଶ୍ରମକରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତିକ୍ଷେତ୍ରରେ ବିଫଳହେବେ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

ମକର:-

ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ସହଜସରଳରେ କର୍ମ ନିଯୁକ୍ତି ପାଇବେ । କର୍ମଜୀବି ମାନେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭବାନ୍ ହେବେ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ । ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟାର ସମାଧାନ ସହଜସରଳରେ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ସ୍ୱାସ୍ଥ୍ୟ ଭଲ ରହିବ । ଶିକ୍ଷା କ୍ଷେତ୍ରରେ ପ୍ରଶଂସା ପାଇବେ । ବ୍ୟବସାୟରେ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ । ନୂତନ କର୍ମସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ପାରିବାରିକ ଜୀବନରେ ଅଶାନ୍ତି ଅଶୋନ୍ତଷ ଦୂରେଇଯାଇ ଦାମ୍ପତ୍ୟ ସୁଖ ବୃଦ୍ଧିହେବ । ଦୂରଯାତ୍ରାର ସୁଯୋଗ ପାଇ ପ୍ରଚୁର ଲାଭ ପାଇବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିରହେବ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।

ମୀନ:-

ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ ପ୍ରଚୁର ଲାଭ ପାଇବେ । ବିଦ୍ୟାରେ ଉନ୍ନତି ଓ ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ଦାମ୍ପତ୍ୟ କଳହ, ଭାତୃ ବିବାଦର ଅବସାନ ଘଟି ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧିହେବ । କର୍ମଜୀବିମାନେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ପ୍ରେମକ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!