ଦୈନିକ ରାଶିଫଳ: 17 ଡିସେମ୍ବର 2021, ମା’ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଡିସେମ୍ବର ମାସ ୧୭ ତାରିଖ, ଶୁକ୍ରବାର, ଧନୁ ମାସ ୨ ଦିନ, ମାର୍ଗଶୀର ମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୃତ୍ତିକା ନକ୍ଷତ୍ର ଦିବା ୧୦ଟା ୪୦ମିନିଟ୍ ଗତେ ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ସିଦ୍ଧ ଯୋଗ ସକାଳ ୮ଟା ୧୨ମିନିଟ୍ ଗତେ ସାଧ୍ୟ ଯୋଗ । ଗର କରଣ, ସନ୍ଧ୍ୟା ୬ଟା ୨ମିନିଟ୍ ଗତେ ବାଣିଜ୍ୟ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ବିରିଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ସକାଳ ୯ଟା ରୁ ୧୦ଟା ୨୧ମିନିଟ୍, ଦିବା ୧୦ଟା ୨୧ମିନିଟ୍ ରୁ ଦିବା ୧୧ଟା ୪୨ମିନିଟ୍, ରାତ୍ରି ୮ଟା ୨୫ମିନିଟ୍ ରୁ ୧୦ଟା ୪ ମିନିଟ୍ । ଶୁଭସମୟ- ସକାଳ ୬ଟା ୧୯ମିନିଟ୍ ରୁ ୭ଟା, ସକାଳ ୭ଟା ୪୫ମିନିଟ୍ ରୁ ୮ଟା ୫୯ମିନିଟ୍, ଦିବା ୧୨ଟା ୫ମିନିଟ୍ ରୁ ୨ଟା ୫୬ମିନିଟ୍, ଦିବା ୩ଟା ୪୧ମିନିଟ୍ ରୁ ସନ୍ଧ୍ୟା ୫ଟା ୬ମିନିଟ୍, ସନ୍ଧ୍ୟା ୬ଟା ରୁ ରାତ୍ର ୮ଟା ୨୪ମିନିଟ୍, ରାତ୍ର ୧୨ଟା ୧୦ମିନିଟ୍ ରୁ ରାତ୍ର ୧ଟା ୫୩ମିନିଟ୍, ରାତ୍ର ୨ଟା ୪୮ମିନିଟ୍ ରୁ ରାତ୍ର ୪ଟା ୩୨ମିନିଟ୍ । ପର୍ବଦିନ- ପାଷାଣ ଚତୁର୍ଦ୍ଦଶୀ ।

ମେଷ:-ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ନୂତନ କାର୍ଯ୍ୟ ଆରମ୍ଭ କଲେ ଅଧିକ ଲାଭପ୍ରଦ ହେବେ । ଉଚ୍ଚପଦସ୍ଥ ବ୍ୟକ୍ତି ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ନିବିଡ ହେବ । ବାଦବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ଵାର୍ଥରକ୍ଷା ପାଇଁ କଠିନ ପରିଶ୍ରମ କରି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ବିଦ୍ୟାର୍ଥୀଙ୍କର ବିଦ୍ୟାରେଉନ୍ନତି ହେବାରୁ ମନ ଖୁସି ରହିବ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ନୂତନ କାର୍ଯ୍ୟକରିବା ପୂର୍ବରୁ ସତର୍କତା ଆବଶ୍ୟକ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟିବ ଓ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତିରେ କୃତକାର୍ଯ୍ୟ ହୋଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ବ୍ୟବସାୟ କ୍ଷେତ୍ରରୁ ଆର୍ଥିକ ବୃଦ୍ଧି ସହ ବକେୟା ଅର୍ଥ ପ୍ରାପ୍ତି ହେବ । ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ସିଂହ:-ଶାରିରୀକ ସୁସ୍ଥତା ଦେଖା ଦେବ । ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର ହୋଇଯିବ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ ଓ ନୂଆ ଯୋଜନାରେ ସଫଳହେବେ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।

କନ୍ୟା:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ଆର୍ଥିକ ସ୍ଥିତିରେ ବୃଦ୍ଧିହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟିବ । ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଚିନ୍ତିତ ରହିବେ । ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ନିଆଁ କୁହୁଳିବ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ । ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ । ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ । ବାଦବିବାଦଠାରୁ ଦୂରେଇ ରହିବା ଉଚିତ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଶତୃମାନେ ମିତ୍ରଭାବ ଆଚରଣ କରିବେ । ଗୁରୁ ଗୁରୁଜନମାନଙ୍କର ସହଯୋଗ ପାଇବେ । ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଆନନ୍ଦିତ ହେବେ । ଆୟ ଉପାର୍ଜନରେ ବାଧାନାହିଁ । ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ଦେଖାଦେଇ ପାରେ । କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:-ସମାଜ ସେବାରେ ସ୍ଵନାମ ଅର୍ଜନ କରିବା ସହ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!