ଦୈନିକ ରାଶିଫଳ: 02 ଡିସେମ୍ବର 2021, ମା’ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଡିସେମ୍ବର ମାସ ୨ତାରିଖ, ଗୁରୁବାର, ବିଛାମାସ ୧୭ ଦିନ, ମାର୍ଗଶୀର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ସ୍ଵାତୀନକ୍ଷତ୍ର, ତୁଳାରାଶିରେ ଚନ୍ଦ୍ର । ଶୋଭନ ଯୋଗ । ଗର କରଣ, ଦିବା ୧୦ଟା ୪ମିନିଟ୍ ଗତେ ବାଣିଜ୍ୟ କରଣ । ତୁଳା, କୁମ୍ଭ ରାଶିର ଘାତବାର । ବାଇଗଣ ନ ଖାଇଲେ ଭଲ ରାତି ୮ଟା ୨୬ମିନିଟ୍ ପରେ ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ । ଯୋଗିନୀ- ଦକ୍ଷିଣେ ରାତି ୮ଟା ୨୬ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ଦିବା ୨ଟା ୧୯ମିନିଟ୍ ରୁ ଦିବା ୩ଟା ୪୦ମିନିଟ୍, ଦିବା ୩ଟା ୪୦ମିନିଟ୍ ରୁ ୫ଟା ୨ମିନିଟ୍, ରାତ୍ରି ୧୧ଟା ୩୬ମିନିଟ୍ ରୁ ୧ଟା ୧୪ମିନିଟ୍ । ଶୁଭସମୟ- ସକାଳ ୬ଟା ୧୦ମିନିଟ୍ ରୁ ୭ଟା ୩୫ମିନିଟ୍, ସନ୍ଧ୍ୟା ୫ଟା ୫୬ମିନିଟ୍ ରୁ ରାତ୍ର ୯ଟା ୨୪ମିନିଟ୍, ରାତ୍ର ୧ଟା ୧୫ମିନିଟ୍ ରୁ ରାତ୍ର ୩ଟା ୩୧ମିନିଟ୍, ରାତ୍ର ୪ଟା ୨୫ମିନିଟ୍ ସକାଳ ରୁ ୬ଟା ୮ମିନିଟ୍ । ପର୍ବଦିନ- ମାଣବସା ଗୁରୁବାର ଦ୍ଵିତୀୟ ପାଳି, ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା ।

ମେଷ:-ଶରୀର ସୁସ୍ଥ ରହିବ ଓ ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । ଅବିବାହିତ ଯୁବକ ଓ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରିବେ । ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ସମାଧାନ ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖା ଦେବ । ଋଣ ପରିଶୋଧ କରିବା ସହ ଋଣପ୍ରାପ୍ତିର ସୁଯୋଗ ପାଇବେ । ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ବୃଷ:-ସହଜ ସରଳରେ କର୍ମ ନିଯୁକ୍ତି ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ସରକାରୀକର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଅବିବାହିତ ଯୁବକ ଓ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ, ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ । କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ଓ ଆକସ୍ମିକ ଧନ ପ୍ରାପ୍ତି ହେବ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ଶତ୍ରୁମାନେ ମଥାନତ କରିବେ । କାର୍ଯ୍ୟାଳୟ ଏବଂ ଘରେ ଦ୍ୱାୟିତ୍ୱ ବଢିଯିବା ସହ ସମ୍ମାନର ସହିତ ସମୟ ବିତାଇବେ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ସମାଧାନ ହୋଇ ଭୟ ଆଶଙ୍କା ଦୂରେଇ ଯିବା ଫଳରେ ମାନସିକ ଶାନ୍ତିପାଇବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:- ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଉନ୍ନତିି ସହ ଉଚ୍ଚଆଶା ସଫଳହେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ଭାଗୀଦାରି ବ୍ୟବସାୟରେ ଲାଭବାନ ହେବେ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟଲାଭ କରିବେ । ପରିବାରରେ ମାନ ମନାନ୍ତର ଦୂର ହୋଇ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

କନ୍ୟା:-ସାମାଜିକପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । ସନ୍ତାନମାନଙ୍କ ପାଇଁ ଅଧିକାଂଶ ସମୟ ଖୁସିରହିବେ । ବ୍ୟବସାୟରେ ଆୟ ବୃଦ୍ଧି ହେବା ଯୋଗେ ମାନସିକ ଦୁଶ୍ଚିନ୍ତା ଦୁରହୋଇଯିବ । ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହିଲେ ମଧ୍ୟ ଆନନ୍ଦ ଅନୁଭବ କରିବେ । ବାଦବିବାଦ ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା, ଜାମିନି ମଧ୍ୟସ୍ଥତା ଦ୍ଵାରା ସ୍ଵନାମ ମିଳିବ । ପରିବାରର କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:-ଅର୍ଥାଗମର ସୁଯୋଗ ପାଇ ଫାଇଦା ଉଠାଇ ପାରିବେ । ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ । ରାଜନୀତିରେ ସଫଳତା ମିଳିବା ସହ କେହି କୌଣସି କ୍ଷତି କରିପାରିବେ ନାହିଁ । ପରିବାର ତଥା କୁଟୁମ୍ବରେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ । ବ୍ୟବସାୟ ବାଣିଜ୍ୟ ପାଇଁ ଅଯଥା ଦୌଡା ଝାପଟା କରିବାକୁ ପଡିବ । ବହୁ କଷ୍ଟରେ କାର୍ଯ୍ୟ ପୂରଣ ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ବ୍ୟବସାୟିକ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ମିଷ୍ଠାନ୍ନ ଭୋଜନ, ଅଚାନକ ଧନପ୍ରାପ୍ତି, ପଢ଼ାପଢ଼ିରେ ମାନସିକ ଶାନ୍ତିି ମିଳିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-ବ୍ୟବସାୟରେ ପ୍ରଚୁର ଲାଭହେବ ଓ ନୂଆ ସମ୍ଭାବନାକୁ ଖୋଜିବେ । ପରିବାରରେ ମତାନ୍ତର ମନାନ୍ତର ଦୂରହୋଇ ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରିବେ । ରାଜନୀତିରେ ପୂର୍ଣ୍ଣ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ବିଦ୍ୟାର୍ଥି ମାନେ ନୂତନ ଯୋଜନା ପ୍ରସ୍ତୁତ କରି ସଫଳ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ । ନୂତନକାର୍ଯ୍ୟ ଆରମ୍ଭକଲେ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର:- ଶିକ୍ଷାକ୍ଷେତ୍ରରେ ନୂତନ ଦ୍ରବ୍ୟ କ୍ରୟ କରି ମାନସିକ ଶାନ୍ତି ମିଳିବ । ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବା ଯୋଗେ ଶତୃ ପରାଜିତ ହେବେ । ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ଦେଖାଦେବ । ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ରାଜନୀତିରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ବ୍ୟବସାୟରେ ଉନ୍ନତି କରିବେ । ବନ୍ଧୁଙ୍କ ଆଗମନ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଗୃହୋପକରଣ କ୍ରୟ କରିବେ । ବିଦ୍ୟାରେ ଉନ୍ନତି କରିବେ । କାର୍ଯ୍ୟକ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି । ଭାବନାର ବଶୀଭୂତ ହୋଇ ଅମିନ୍, ଜାମିନି, ମଧ୍ୟସ୍ଥତା କରି ସ୍ଵନମ ଅର୍ଜନ କରିବେ । ପ୍ରେମିକ ପ୍ରେମିକାମାନେ ପରିଜନ ଓ ସାଧୁଜନପ୍ରିୟ ହେବେ । ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!