ଚନ୍ଦ୍ର ଗୋଚରରେ ଥିଲେ କେଉଁ ରାଶିକୁ କି ଫଳ ଦିଅନ୍ତି- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଚନ୍ଦ୍ରଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣକରିବେ ଅଶୁଭ ଚନ୍ଦ୍ରଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଚନ୍ଦ୍ର- ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ଜନ୍ମଚନ୍ଦ୍ର ହେଲେ ମିଷ୍ଟାନ୍ନ ଭୋଜନେ ପ୍ରାଣୀଚିତ୍ତ ଥାଏ ସ୍ଥିର ଦ୍ୱିତୀୟ ଚନ୍ଦ୍ର କୃଷ୍ଣ ପକ୍ଷରେ ମନକୁ କରାଇଟି ବ୍ୟାକୁଳ ଶୁକ୍ଳପକ୍ଷ ହୋଇଲେ ଯେ ଶୁଭଫଳ ଆବର ମିଳଇ ଅର୍ଥ ତୃତୀୟରେ ରାଜ ସମ୍ମାନ ମିଳଇ ଶତୃନାଶ ସୁନିଶ୍ଚିତ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚତୁର୍ଥ ଚନ୍ଦ୍ରରେ ଉଦରେ ପୀଡ଼ାଟି ଶୁକ୍ଳ ପକ୍ଷର ପ୍ରମାଣ କୃଷ୍ଣପକ୍ଷେ ପ୍ରାପ୍ତ ସୁଖଯେ ସମ୍ପତ୍ତି ଆବର ମିଳଇ ମାନ ପଞ୍ଚମରେ ଧନହାନୀ ମନକ୍ଲେଶ କୃଷ୍ଣପକ୍ଷେ ଯେ ହୁଅଇ ଶୁକ୍ଳପକ୍ଷ ହେଲେ ଆସି କଳେବଳେ ନଷ୍ଟଦ୍ରବ୍ୟ ମିଳିଯାଇ ଷଷ୍ଠ ଚନ୍ଦ୍ର ହେଲେ ଧନଧାନ୍ୟ ମିଳେ ଶତ୍ରୁ ବିନାଶ ନିକର ସପ୍ତମରେ କାମ ସୁଖଭୋଗ ହୁଏ ଅଷ୍ଟମେ ପୀଡ଼ା ଶରୀର କୃଷ୍ଣ ପକ୍ଷରେ ନବମ ଚନ୍ଦ୍ର ମାନହାନୀ ଜାଣ ପୁଣି କ୍ଲେଶ ହେଲେ ଶୁକ୍ଳପକ୍ଷ ଶୁଭଫଳ ଦେଖ ମିଳେ ଧନମାନ ଯଶ ଦଶମ ଚନ୍ଦ୍ରରେ ଅତି ଯତନରେ ସବୁ କାର୍ଯ୍ୟ ସିଦ୍ଧି ହୁଏ ।

ଏକାଦଶେ ସୁଖ ସଉଭାଗ୍ୟ ମିଳେ ମିଷ୍ଟ ବଚନ ଶୁଣାଏ ଦ୍ୱାଦଶଚନ୍ଦ୍ରମା କୃଷ୍ଣପକ୍ଷେ ଯେବେ ହୋଇବଯେଉଁ ପ୍ରାଣୀର ବହୁ ପରକାରେଯଶ ସୁଖ ଲାଭ କରୁଥାଇ ନିରନ୍ତର ଯେବେ ଶୁକ୍ଳପକ୍ଷ ହୁଅଇ ପ୍ରତ୍ୟକ୍ଷ ତେବେଭୟ କରେ ଜାତ ପରାଶର ଶୃତି ପ୍ରମୋଦ କୁହଇ ସକଳ ଶାସ୍ତ୍ର ସମ୍ମତ । ନବଗ୍ରହଙ୍କର ଗୋଚର ଫଳ ଏ ପାରାଶର ଲେଖିଛନ୍ତି । ଦଶା ଶୁଭଥିବ ଗୋଚରେ ଶୁଭଯେ ବିଚାରିବେ ଭାବିଛିନ୍ତି । ଦଶା ଶୁଭଥିବ ଗୋଚରେ ଅଶୁଭ ଥିବେ ଯଦି ଗ୍ରହଗଣ । ଶୁଭଫଳ ସବୁ ନଷ୍ଟ ହୋଇଯାଏ ମିଳଇ ବହୁ କଷଣ ।

ଚନ୍ଦ୍ର ଜନ୍ମହେଲେ ଅର୍ଥଲାଭ, ଦ୍ୱିତୀୟରେ ବିତ୍ତନାଶ, ତୃତୀୟରେ ଦ୍ରବ୍ୟଲାଭ, ଚତୁର୍ଥରେ ଚକ୍ଷୁପୀଡ଼ା, ପଞ୍ଚମରେ କାର୍ଯ୍ୟହାନୀ, ଷଷ୍ଠରେ ବିତ୍ତଲାଭ, ସପ୍ତମରେ ରାଜଭୟ, ଅଷ୍ଟମରେ ପ୍ରାଣପୀଡ଼ା, ନବମରେ ମାନହାନୀ, ଦଶମରେ ମହାସୁଖ, ଏକାଦଶରେ ଧନବୃଦ୍ଧି ଏବଂ ଦ୍ୱାଦଶରେ ଧନନାଶ ଓ ଦେହ ପୀଡ଼ା ହେବ । ଗୋଚର କାଳରେ ଚନ୍ଦ୍ର ଜନ୍ମରାଶି ଠାରୁ ଗଣନା କଲେ ଯେଉଁ ସଂଖ୍ୟକ ରାଶିରେ ଥିବେ ପ୍ରଥମ ବା ଦ୍ଵିତୀୟ ଇତ୍ୟାଦି ରାଶିରେ ରହିଲେ ଉପରୋକ୍ତ ଫଳସବୁ ଭୋଗ କରିବାକୁ ପଡିବ ।

ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ । ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ । ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନଦିଅନ୍ତି ଫଳ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ପ୍ରତିକାର:-୧- ଜନ୍ମଚନ୍ଦ୍ର ହେଲେ ବରଗଛ ମୂଳରେ କ୍ଷୀର ଢ଼ାଳନ୍ତୁ ।

୨- ଦ୍ଵିତୀୟ ଚନ୍ଦ୍ର ହେଲେଗୋମାତାର ସେବାକରି ରୂପା ବାସନରେ କ୍ଷୀର ପିଇବା ଲାଭଦାୟକ ହେବ । କ୍ଷୀର ବିକନ୍ତୁ ନାହିଁ ବା କ୍ଷୀରବ୍ୟବସାୟ କରନ୍ତୁ ନାହିଁ । ୩- ତୃତୀୟ ଚନ୍ଦ୍ର ହେଲେ କାହାରି ପାଖରେ ନିଜର ଚିନ୍ତା ବିଷୟରେ ଆଲୋଚନା କରିବେ ନାହିଁ । ୪-ଚତୁର୍ଥଚନ୍ଦ୍ର ହେଲେ ରାତ୍ରରେ ଶୋଇବା ପୂର୍ବରୁ ଏକ ପାତ୍ରରେ ପାଣି ବା କ୍ଷୀର ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ଓ ସକାଳେ ଏହାକୁ ଯେ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ । ପଞ୍ଚମ ଚନ୍ଦ୍ର ହେଲେ ୫-ଜେଜେ ଜେଜେମାଆ, ମାଆବାପାଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

୬-ଷଷ୍ଠ ଚନ୍ଦ୍ର ହେଲେ ମାଆଙ୍କ ପ୍ରତି କ୍ରୋଧିତ ହୁଅନ୍ତୁ ନାହିଁ । ମାଆଙ୍କ ପାଦ ସ୍ପର୍ଶ କରନ୍ତୁ । ୭- ସପ୍ତମ ଚନ୍ଦ୍ର ହେଲେ ରାତ୍ରରେ କ୍ଷୀର ସେବନ କରନ୍ତୁ ନାହିଁ । ଅଷ୍ଟମ ଚନ୍ଦ୍ର ହେଲେ ୮- ଗୃହର ମୁଖ୍ୟଦ୍ୱାରର ଡାହାଣ ପଟରେ ରୂପା ପତ୍ରରେ ଅରୁଆ ଚାଉଳ ରଖନ୍ତୁ । ନବମ ଚନ୍ଦ୍ର ହେଲେ ୯-ବଡ଼ମାନଙ୍କୁ କେବେବି ଅସମ୍ମାନ କରନ୍ତୁ ନାହିଁ । ବରଂ ତାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ଦଶମ ଚନ୍ଦ୍ର ହେଲେ ୧୦-ମିଛ କୁହନ୍ତୁ ନାହିଁ ଓ ଈର୍ଷାଠାରୁ ଦୂରେଇ ରୁହନ୍ତୁ । ଏକାଦଶ ଚନ୍ଦ୍ର ହେଲେ ୧୧-ସ୍ୱଚ୍ଛ ମନରେ ମାଆବାପାଙ୍କ ସେବା କରନ୍ତୁ । ୧୨- ଦ୍ଵାଦଶ ଚନ୍ଦ୍ର ହେଲେ ଝଗଡ଼ା କରନ୍ତୁ ନାହିଁ ତଥା ଅଶୁଭ ଶବ୍ଦ ପ୍ରୟୋଗ କଲେ କଷ୍ଟ ଭୋଗ କରିବାକୁ ପଡିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!