ଚାଉଳର ଏହି ଛୋଟ ଉପାୟ, ଆପଣଙ୍କୁ ଦେଇପାରେ ମନ ମୁତାବକ କର୍ମ ଓ ଘରକୁ ଆସିବେ ମାତା ଲକ୍ଷ୍ମୀ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରାୟ ସବୁଲୋକ ତ ଚାଉଳ ଖାଇଥାନ୍ତି ଓ ଚାଉଳ ସବୁ ଘରେ ସହଜରେ ମିଳୁଥିବ । ଭାରତୀୟ ସଂସ୍କୃତିରେ ଚାଉଳକୁ ଅଧିକ ମହତ୍ତ୍ଵ ଦିଆଯାଇଛି । ଚାଉଳକୁ ଦେବତାମାନଙ୍କର ପ୍ରିୟ ଭୋଗ ବୋଲି କୁହାଯାଇଥାଏ । ଚାଉଳର ପ୍ରୟୋଗ ପୂଜା ପାଠରେ ଅକ୍ଷତ ରୂପରେ କରାଯାଇଥାଏ । ଚାଉଳ କେବଳ ଧର୍ମ କର୍ମରେ ନୁହେଁ ଏହାର ପ୍ରୟୋଗ ତନ୍ତ୍ର ମନ୍ତ୍ର ରେ ମଧ୍ୟ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏମିତି କୁହାଯାଏ କି ଚାଉଳରେ ଯଦି କିଛି ଉପାୟ କରାଯାଏ ତେବେବ୍ୟକ୍ତିର ଜୀବନରୁ ସବୁ ସମସ୍ୟାର ସମାଧାନ କରାଯାଇପାରେ । ଏହି ସବୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଚାଉଳର କିଛି ସହଜ ଉପାୟ ବିଷୟରେ ଜଣାଇବୁ । ଏହି ଉପାୟ ଦ୍ଵାରା ଆପଣଙ୍କର ସମସ୍ୟାର ସମାଧାନ ହେବ ।ଏହି ଚାଉଳର ପ୍ରୟୋଗ ବହୁତ ସହଜ ଓ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥାଏ ।

ଆସନ୍ତୁ ଜାଣିବା ଚାଉଳ ର କିଛି ସହଜ ଉପାୟ ବିଷୟରେ

ଯଦି ଆପଣଙ୍କ ଜାତକରେ ଚନ୍ଦ୍ର ଅଶୁଭ ଫଳ ଦେଉଥାଏ ତେବେ ଆପଣ ନିଜ ମାଙ୍କ ଠାରୁ ଗୋଟିଏ ମୁଠି ଚାଉଳ ବିଧି ପୂର୍ବକ ଦାନରେ ନିଅନ୍ତୁ। ଏମିତି କରିବା ଦ୍ଵାରା ଆପଣଙ୍କ ଉପରୁ ଚନ୍ଦ୍ରର ଖରାପ ପ୍ରଭାବ ସବୁ ଦିନ ପାଇଁ ଶେଷ ହୋଇଯିବ ।

ଯଦି ଆପଣ ଲକ୍ଷ୍ମୀ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ସେଥିପାଇଁ ସୋମବାର ଦିନ ସକାଳେ ସ୍ନାନ ଆଦି କରିବା ପରେ ଶିବଲିଙ୍ଗର ପୂଜା କରନ୍ତୁ ଓ ପୂଜା ସମୟରେ ଆପଣ ନିଜ ସହିତ ଅଧା କିଲୋ ବା 1 କିଲୋ ଚାଉଳ ନେଇ ବସନ୍ତୁ ଓ ଏହା ପରେ ବିଧିପୂର୍ବକ ଶିବଲିଙ୍ଗର ପୂଜା କରନ୍ତୁ ଓ ପୂଜା ପରେ ଏକ ମୁଠି ଚାଉଳ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ବାକି ବଞ୍ଚିଥିବା ଚାଉଳକୁ ମନ୍ଦିରରେ ଦାନ କରିପାରନ୍ତି । ଯଦି ଆପଣ ଏମିତି ଲଗାତାର ୫ଟି ସୋମବାର କରନ୍ତି ଏହା ଦ୍ଵାରା ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ଆଗମନ ହେବ ।

ଯଦି କୌଣସି ବ୍ୟକ୍ତିକୁ ଚାକିରି ମିଳିବାରେ କଷ୍ଟ ହେଉଛି ବା ନିଜ କର୍ମ କ୍ଷେତ୍ରରେ ବହୁତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ଏଥି ପାଇଁ ଆପଣ କିଛି ଦିନ ପାଇଁ ମିଠା ଚାଉଳ କାଉକୁ ଖାଇବାକୁ ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ସମସ୍ୟାର ସମାଧାନ ହୋଇପାରିବ ।

ଯଦି ଆପଣ ଶତ୍ରୁଠାରୁ ମୁକ୍ତି ପାଇବା ପାଇଁ ଚହୁଁଛନ୍ତି ବା ଆପଣଙ୍କ ଶତ୍ରୁ ଆପଣଙ୍କୁ ବହୁତ କଷ୍ଠ ଦେଉଥାଏ ତେବେ ଏଥି ପାଇଁ ୩୮ ଟି ବିରି ଦାନା ଓ ୪୦ ଟି ଚାଉଳର ଦାନା ମିଶାଇ ଗୋଟିଏ ଗାଡ କରି ପୋତି ଦିଅନ୍ତୁ ଓ ଉପରୁ ଲେମ୍ବୁ ଚିପୁଡି ଦିଅନ୍ତୁ ସେହି ସମୟରେ ଶତ୍ରୁର ନାମ ନେଉଥିବେ । ଏମିତି କରିବା ଦ୍ଵାରା ଶତ୍ରୁ ନାଶ ହୋଇଥାଏ ଓ ସେ ଆପଣଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!