ଦୈନିକ ରାଶିଫଳ: ୩୧ ଡିସେମ୍ବର ୨୦୧୮, ଅପେକ୍ଷାର ହେବ ଅନ୍ତ, ଆଜି ଭୋଳାନାଥ ଙ୍କର ରହିବ ଏହି ରାଶି ଉପରେ କୃପାଦୃଷ୍ଟି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୩୧ ଡିସେମ୍ବର ୨୦୧୮

ମେଷ:–

ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ ପ୍ରସାର ଫଳରେ ବହୁତ ବଡ଼ ମୁନାଫା ଉଠେଇ ପାରିବେ। କର୍ମକ୍ଷେତ୍ରରେ ନୂତନଜାଗାର ନିମନ୍ତ୍ରଣ ଆସିବ। ମହିଳାମାନେ କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:–

କର୍ମକ୍ଷେତ୍ରରେ ପ୍ରସିଦ୍ଧି, ସାମାଜିକସ୍ଥିତି, ମାନସମ୍ମାନ ପାଇଁ କଠିନ ପରିଶ୍ରମ କରିବେ। ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ମହିଳାମାନଙ୍କର ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ସାମର୍ଥ୍ୟ ଯୁଟିବ।  ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ। ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମିଥୁନ:–

ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ ଓ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। କଠିନ ପରିଶ୍ରମ କରିବା ଦ୍ଵାରା ଯଶ-ମାନ ସମ୍ମାନ ମିଳିବ। ଗୃହିଣୀମାନେ ମୋଟାମୋଟି ଭାବେ ସୁଖରେ ଦିନଟି କାଟିବେ। ପ୍ରତିକାର- ସବୁଜରଙ୍ଗର ରୁମାଲ ପାଖରେ ରଖନ୍ତୁ।

କର୍କଟ:–

ତେଜରାତି, ସୁନା, ରୂପା, ଅଳଙ୍କାର ଇତ୍ୟାଦି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧିହେବ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ଯାହାଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନମୂଳକ ଦିଗପ୍ରତି ଆଗ୍ରହି ହେବେ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର:- ଗାଈକୁ  ଖାଇବାକୁ ଦେବେ।

ସିଂହ:–

ଆୟ ଉପାର୍ଜନ ମଧ୍ୟମ ଧରଣର ହେବ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେବେ ଯାହା ଫଳରେ ଆର୍ଥିକ କ୍ଷେତ୍ରରେ ଟଣା ଟଣି ପରିସ୍ଥିତି ଦେଖାଦେବ। ପ୍ରତିଯୋଗୀତା ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ଶାନ୍ତି ଅନୁଭବ କରିବେ ଓ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର:- ଷଣ୍ଢକୁ କିଛିଖାଦ୍ୟ ଖୁଆନ୍ତୁ।

କନ୍ୟା:–

ପାରିବାରିକ ଅଶାନ୍ତି ଦୂରେଇ ଯିବ। ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ ହୋଇଯିବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ତୁଳା:–

ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସମସ୍ୟା ଦୂର ହୋଇଯିବା ଫଳରେ ଆଶାତୀତ ଲାଭ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ନିର୍ମାଣ ମୂଳକ ଯୋଜନାରେ ଆଗେଇବେ। ବକେୟା ଅର୍ଥ ଆଦାୟହେବ, ଋଣମୁକ୍ତି ହେବେ। ମହିଳାମାନଙ୍କର ମାନସିକ ଦୁଶ୍ଚିନ୍ତା, ଶତ୍ରୁବାଧା ଦୂରେଇ ଯିବ। ସଭାସମିତି, ସାହିତ୍ୟ ଓ କଳାରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ବିଛା:–

ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ସହକର୍ମୀ ଓ ପଦାଧିକାରୀମାନେ ଖୁସି ରହିବେ। ଆର୍ଥିକକ୍ଷେତ୍ରରେ ଉନ୍ନତିହେବ। ବ୍ୟବସାୟ ପ୍ରସାର ଫଳରେ  ଅତ୍ୟଧିକ ଲାଭହେବ। ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ନୂତନକର୍ମ ନିଯୁକ୍ତି ପାଇଁ ଚେଷ୍ଟା ସଫଳ ହେବ। ଦାମ୍ପତ୍ୟ ସୁଖରେ ସୁଖୀ, ଭୌତିକ ସୁଖ ସୁବିଧା ପ୍ରାପ୍ତି ହେବ। ବନ୍ଧୁ ମିତ୍ର ଓ ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ଧନୁ:–

କରଜର ମାତ୍ରା ହ୍ରାସ ପାଇବ। ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି। ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ପାରିବାରିକ ତିକ୍ତତାର ସମସ୍ୟା ଦୂର ହେବ। ମହିଳାମାନଙ୍କର କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ ଓ ନିଜର ଭାବ ମୂର୍ତ୍ତିକୁ ବଜାୟ ରଖିବେ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ମକର:–

କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ବ୍ୟବସାୟ କ୍ଷେତ୍ରରେ ଅପ୍ରତ୍ୟାଶିତ ଘଟଣା ଘଟି ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ମହିଳାମାନଙ୍କର ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ। ରାଜନୀତି କ୍ଷେତ୍ରରେ ସାମାଜିକ ପତିଆରା ଅମଳିନ ରହିବ। ମାନସିକ ଅଶାନ୍ତି ଦୂର ହେବ। ଆର୍ଥିକ ସ୍ୱଚ୍ଛଳତା ଦେଖା ଦେବ। ନୂତନ କର୍ମ ନିଯୁକ୍ତି ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:–

ବସ୍ତ୍ରାଭୂଷଣ ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ ଓ ଶତୃମାନେ ପରାଜିତ ହେବେ। ଅଧାଥିବା କାର୍ଯ୍ୟ ପୂରଣ ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ।  ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ ଓ ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ। ମହିଳାମାନଙ୍କର କର୍ମ ବ୍ୟବସାୟ କ୍ଷେତ୍ରରେ ଓ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମୀନ:–

ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନକରି ହସଖୁସିର ବାତାବରଣ ସୃଷ୍ଟି ହେବ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ରାଜନୀତି କ୍ଷେତ୍ରରେ ଭ୍ରମଣକାଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ମାନସମ୍ମାନ ବୃଦ୍ଧିହେବ। ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ଧାର୍ମିକ କାର୍ଯ୍ୟକର୍ମରେ ଅଂଶ ଗ୍ରହଣ କରିବେ। ଜମିଜମା ସଂକ୍ରାନ୍ତୀୟ ଓ ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ସୁଖମୟ ହେବ। ପ୍ରତିକାର: କୁକୁରକୁ ଖାଦ୍ୟଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!