ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ଵ ଓ ପାଳନ ବିଧି – Celebration of Debasnana Purnnima
ଦେବସ୍ନାନ ପୂର୍ଣ୍ଣିମା କୁ “ସ୍ନାନଯାତ୍ରା” ମଧ୍ୟ କୁହାଯାଏ। ଏହା ହିନ୍ଦୁ ପାଞ୍ଜିର ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ସ୍ନାନ କରନ୍ତି। ଏହା ଠିକ୍ ରଥଯାତ୍ରା ପୂର୍ବରୁ ପାଳନ ହୁଏ। ଏହି ଦିନ ବଡ଼ଠାକୁର ବଳଭଦ୍ର, ମାତା ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପରେ ତାଙ୍କୁ ଠିକ୍ ରୀତି ନୀତି ଅନୁସାରେ ପୂଜା କରାଯାଏ। ଏହି ପର୍ବ ଶ୍ରୀମନ୍ଦିରରେ ଏକ ମୁଖ୍ୟ ପର୍ବ ଅଟେ, କିଛି ସ୍ଥାନରେ ମଧ୍ୟ ଏହି ପର୍ବକୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ। ବିଭିନ୍ନ ଜାତିର ଲୋକ ଏହି ଦିନ ସ୍ନାନମଣ୍ଡପରେ ତିନି ଠାକୁରଙ୍କ ଦର୍ଶନ ପାଇଥାନ୍ତି।
ପାଳନ ବିଧି
୧. ସ୍ନାନ ପୂର୍ଣ୍ଣିମା ଦିନ ତିନି ଠାକୁର ରତ୍ନସିଂହାସନ ଛାଡ଼ି ସ୍ନାନ ମଣ୍ଡପରେ ଭକ୍ତଙ୍କ ମେଳରେ ସ୍ନାନ କରନ୍ତି।
୨. ସେହିଦିନ ପ୍ରଭୁ ଘଣ୍ଟ, ଘଣ୍ଟା ର ତାଳେ ତାଳେ ଲୋକଙ୍କ ଗହଳି ମଧ୍ୟରେ ବଡ଼ପଣ୍ଡାଙ୍କ ମନ୍ତ୍ର ସହିତ ଝୁଲିଝୁଲି ରତ୍ନ ସିଂହାସନରୁ ସ୍ନାନବେଦୀକୁ ପହଣ୍ଡି ହୋଇ ଆସିଥାନ୍ତି।
୩.ପ୍ରଭୁଙ୍କର ସ୍ନାନ ନିମନ୍ତେ ମନ୍ଦିର ଭିତରେ ଥିବା ପୋଖରୀରୁ ସୁନା ଗରାରେ ୧୦୮ ଗରା ପାଣି ଆସି ପୂଜକଙ୍କ ଦ୍ବାରା ସ୍ନାନ ମନ୍ତ୍ର ପାଠ କରାଯାଇ ଲୋକଙ୍କ ସାମ୍ନାରେ ସ୍ନାନ କରାଯାଏ। ବର୍ଷକୁ ଥରେ ପ୍ରଭୁ ସ୍ନାନ କରନ୍ତି।
୪.ପ୍ରଭୁଙ୍କର ସ୍ନାନ ପରେ ଯଥାରୀତି ଭାବେ ପ୍ରଭୁଙ୍କୁ ନୂତନ ପୋଷାକରେ ବେଶ କରାଯାଏ ଯାହାକୁ କି ଷଡବେଶ କୁହାଯାଏ। ଦ୍ଵିପ୍ରହର ପରେ ପୁଣି ଥରେ ମହାପ୍ରଭୁଙ୍କର ବେଶ ହୋଇଥାଏ ଯାହାକି ଗଜାନନ ବେଶ ବା ହାଥି ବେଶ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁଙ୍କ ପାଖରେ ଏକ ଭିନ୍ନ ଧରଣର ଭୋଗ ଲାଗି ହୋଇଥାଏ ଯାହାକି ସେହି ଗୋଟିଏ ଦିନ ହିଁ ଭୋଗ ହୋଇଥାଏ। ଏହାପରେ ସନ୍ଧ୍ୟା ଆଳତୀ ପରେ ପ୍ରଭୁଙ୍କର ସାହାନ ମେଳା ହୋଇଥାଏ।
୫. ଏହାପରେ ତିନି ଠାକୁରଙ୍କୁ ଅଣସର ଘରେ ରଖାଯାଏ। ଏହି ଅଣସର ସମୟରେ ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରନ୍ତି ନାହିଁ। ଏହାର ଠିକ୍ ୧୫ ଦିନ ପରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ସୌଭାଗ୍ୟ ପାଆନ୍ତି। ଏହି ଦିନକୁ ରଥଯାତ୍ରା ବୋଲି କୁହାଯାଏ।
ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା
ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାନ ଜଗନ୍ନାଥାୟତେ ନମଃ।
୧୬୨୪ ମସିହାରେ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦିରେ ସର୍ବ ପ୍ରଥମ ଶ୍ରୀଜଗନ୍ନାଥଙ୍କ ହାତୀବେଶ ଅନୁଷ୍ଠିତ ହୋଇଥିଲା। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମଧ୍ୟାହ୍ନ ସମୟରେ ତ୍ରିକାଳ ପୂଜା ସମାପ୍ତି ହେବ।ଏହି ପୂଜା ପରେ ବିଷ୍ଣୁଙ୍କର ମୁଖପଦ୍ମକୁ ବସ୍ତ୍ରଦ୍ବାରା ଘୋଡାଇ ରଖାଯିବ। ତାହାପରେ ସିଂହାସନରୁ ଓହ୍ଲାଇବା ପାଇଁ କାଠରେ ପାହଚ ସଜଡାଯିବ। ତାହାପରେ ପ୍ରଭୁଙ୍କର ମୁଖରୁ ଅଛଦନ ବସ୍ତ୍ର ବାହାର କରିଦିଆଯିବ। ଏହାପରେ ପଞ୍ଚାମୃତରେ ସ୍ନାନକରାଇ ବସ୍ତ୍ର, ଚନ୍ଦନ ଓ ଦିବ୍ୟମାଲ୍ୟ ଦ୍ବାରା ଭୂଷିତ କରାଯିବ। ତାହାପରେ ଚତୁର୍ଥ ପୂଜାକରି ସେଥିରେ ଭକ୍ତି ସହକାରେ ସମ୍ମୁଚିତ ନୈବେଦ୍ୟ ଅର୍ପଣ କରାଯିବ। ଚତୁର୍ଥ ପୁଜାପରେ ପ୍ରଭୁଙ୍କ ଶୟନ କରାଯିବ।
ଏହିସବୁ ଉତ୍ସବମାନଙ୍କରେ କୌଣସି କାଳ ନିୟମ ନାହିଁ। ଏହି ଉତ୍ସବମାନଙ୍କର କାଳ ବ୍ୟତିକ୍ରମ ଜନିତ ଦୋଷ ହୁଏ ନାହିଁ। ଭଗବାନ ଭୂତଭାବନ ଜଗନ୍ନାଥ ଏହି ପ୍ରସଙ୍ଗ ମାର୍କେଣ୍ଡେୟ ଋଷିଙ୍କୁ କହିଛନ୍ତି ଯେ କାଳ ବ୍ୟତିକ୍ରମ ଦୋଷ ଉତ୍ସବ ମାନଙ୍କରେ ଧରାଯିବ ନାହିଁ। ଦେବସ୍ନାନ ପୂର୍ଣ୍ଣିମା କୁ “ସ୍ନାନଯାତ୍ରା” ମଧ୍ୟ କୁହାଯାଏ। ଏହା ହିନ୍ଦୁ ପାଞ୍ଜିର ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ସ୍ନାନ କରନ୍ତି। ଏହି ଦିନ ବଡ଼ଠାକୁର ବଳଭଦ୍ର, ମାତା ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପରେ ତାଙ୍କୁ ଠିକ୍ ରୀତି ନୀତି ଅନୁସାରେ ପୂଜା କରାଯାଏ। ଏହି ପର୍ବ ଶ୍ରୀମନ୍ଦିରରେ ଏକ ମୁଖ୍ୟ ପର୍ବ ଅଟେ, ଏହି ପର୍ବକୁ ଶ୍ରୀ ଜଗନ୍ନାଥଙ୍କ ଦ୍ଵାଦଶ ପର୍ବର ପ୍ରଥମପର୍ବ ଓ ଚତୁର୍ଦ୍ଧା ମୁରତୀଙ୍କର ଆବିର୍ଭାବ ଦିବସ ରୂପେ ପାଳନ କରାଯାଏ।