ବୃଷ ରାଶିରେ ବୁଧ ଗ୍ରହଙ୍କ ମାର୍ଗୀ ଚଳନ ହେତୁ ୧୨ଟି ରାଶି ଉପରେ କଣ ପଡିବ ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରହମାନଙ୍କ ମଧ୍ୟରେ ବୁଧ ଗ୍ରହଙ୍କୁ ଯୁବରାଜ ଗ୍ରହ କୁହାଯାଏ । ଜୁନ ୨୩ ତାରିଖରେ ବୁଧଗ୍ରହ ବୃଷ ରାଶିରେ ଗୋଚର ହୋଇ ମାର୍ଗୀ ହୋଇଛନ୍ତି । ବୃଷରାଶିରେ ରାହୁ ଅବସ୍ଥାନ କରିଛନ୍ତି ଯାହାକି ରାଜଯୋଗ ସୃଷ୍ଟି ହେଉଛି । ବୃଷରାଶିରେ ମାର୍ଗୀ ଅବସ୍ଥାରେ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ବିଚରଣ କରିବା ପରେ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ପ୍ରବେଶ କରିବେ, ଯାହା ଫଳରେ ଜୁଲାଇ ୨୫ତାରିଖ ପର୍ଯ୍ୟନ୍ତ ମିଥୁନ ରାଶିରେ ଭ୍ରମଣ କରିବେ । ଏହାପରେ କର୍କଟ ରାଶିରେ ପ୍ରବେଶ କରିବେ । ବୁଧଗ୍ରହ ମିଥୁନ ଓ କନ୍ୟା ରାଶିର ସ୍ଵାମୀ ଅଟନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମୀନ ରାଶିରେ ନୀଚ ରାଶିଗତ ଓ କନ୍ୟା ରାଶିରେ ଉଚ୍ଚ ରାଶି ବୋଲି କୁହାଯାଇଛି । ସେହିଭଳି ୨୭ଟି ନକ୍ଷତ୍ର ରହିଛି । ଏହି ନକ୍ଷତ୍ର ମଧ୍ୟରୁ ବୁଧଗ୍ରହ ଅଶ୍ଳେଷା, ଜ୍ୟେଷ୍ଠା ଓ ରେବତୀ ନକ୍ଷତ୍ରର ସ୍ଵାମୀତ୍ଵ ପ୍ରାପ୍ତ ହୋଇଛନ୍ତି । ବୁଧଗ୍ରହ ବୃଷ ରାଶିରେ ମାର୍ଗୀ ହେବାରୁ ସବୁ ରାଶିରେ କିଭଳି ପ୍ରଭାବ ରହିବ ତାହା ଆସନ୍ତୁ ଜାଣିବା ।

ମେଷ ରାଶି- ଏହି ରାଶିରେ ଧନଭାବରେ ମାର୍ଗୀ ଅବସ୍ଥାରେ ବୁଧଗ୍ରହ ଆପଣଙ୍କୁ ଦକ୍ଷ ବକ୍ତା କରିବେ । ଆପଣଙ୍କ ବକ୍ତବ୍ୟ ସାହାଯ୍ୟରେ ଜଟିଳ ପରିସ୍ଥିତିକୁ ମଧ୍ୟ ସହଜ ସରଳ ଭାବରେ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ରାହୁ ଗ୍ରହଙ୍କ ସହିତ ଜଡିତ ନକରାତ୍ମକ ଊର୍ଜା ମଧ୍ୟ ଦୂର ହୋଇଯିବ । ପରିବାରରେ ପରିବେଶ ସୁଖଦ ରହିବ । କଳହ ଓ ଅଶାନ୍ତିରୁ ମୁକ୍ତି ମିଳିବ । ଆର୍ଥିକ ଉନ୍ନତି ହେବା ସହିତ ଦୀର୍ଘ ଦିନରୁ ଦେଇଥିବା ଧନ ମଧ୍ୟ ମିଳିବାର ଆଶଙ୍କା ରହିଛି ।

ବୃଷ ରାଶି- ଏହି ରାଶିରେ ବୁଧଙ୍କ ମାର୍ଗୀ ହେତୁ ଶୁଭ ପ୍ରଭାବ ଫଳସ୍ୱରୂପ ମାନସିକ ସମସ୍ୟା ହ୍ରାସ ପାଇବ । ପରିବାରରେ ଶୁଭ କାର୍ଯ୍ୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିବ । ମାନ ସମ୍ମାନ ବୃଦ୍ଧି ହେବ ଓ ନିଯୁକ୍ତି କ୍ଷେତ୍ରରେ ଅଗ୍ରଗତି ହେବ । ସରକାରୀ ସାହାଯ୍ୟ ସହଯୋଗ ମିଳିବ । ଯେ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ କିମ୍ବା ନୂଆ ଚୁକ୍ତିନାମା ହସ୍ତାକ୍ଷର କରିବାକୁ ଇଛା କରୁଥିଲେ ସେଥିରେ ମଧ୍ୟ ସଫଳ ହେବେ । ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ ।

ମିଥୁନ ରାଶି- ଏହି ରାଶିରେ ଦ୍ଵାଦଶଭାବ ବା ବ୍ୟୟଭାବରେ ଗୋଚର ବେଳେ ବୁଧଗ୍ରହଙ୍କ ପ୍ରଭାବ ଅପ୍ରତ୍ୟାଶିତ ରହିବ । ସଫଳତା ପାଇବା ପାଇଁ ଅଧିକ ଭାଗଦୌଡ କରିବାକୁ ପଡିବ । ମିତ୍ର ତଥା ସମ୍ପର୍କୀୟଙ୍କ ଠାରୁ କିଛି ପ୍ରିୟ ସମାଚାର ଶୁଣିବାକୁ ମିଳିପାରେ । ବିଦେଶ ଯାତ୍ରା ବା ବିଦେଶୀ ନାଗରିକତ୍ଵ ପାଇଁ କରିଥିବା ଚେଷ୍ଟାରେ ସଫଳ ହେବେ । ଯାତ୍ରା କରିଥିବା ଦେଶରେ ଲାଭ ପାଇବେ । ଧର୍ମ କର୍ମରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ । କାହାକୁ ମଧ୍ୟ ଅଧିକ ଟଙ୍କା ଉଧାର ଦେବାଠାରୁ ଦୂରେଇ ରୁହନ୍ତୁ ।

କର୍କଟ ରାଶି- ଏହି ରାଶିରେ ଏକାଦଶଭାବ ଲାଭଭାବରେ ଗୋଚର କରିବା ବେଳେ ବୁଧଗ୍ରହଙ୍କ ପ୍ରଭାବ ଆପଣଙ୍କ ପାଇଁ ବରଦାନ ଠାରୁ କମ୍ ନୁହେଁ । ଯେଉଁଭଳି ସଫଳତା ଇଛା କରିବେ ତାହା ହାସିଲ କରିପାରିବେ । ଲେଖିବା, ପଢିବା ଓ ଆଧ୍ୟାତ୍ମିକ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ର ଛାତ୍ରୀମାନଙ୍କର ପ୍ରତିଯୋଗୀତା ପରୀକ୍ଷାରେ ଭଲ ସଫଳତା ମିଳିବ । ନୂତନ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ପ୍ରାପ୍ତି ଓ ସନ୍ତାନ ଭଳି ଦ୍ରବ୍ଯ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି ।

ସିଂହ ରାଶି- ଏହି ରାଶିର ଦଶମଭାବ କର୍ମଭାବରେ ଗୋଚର କରିବା ବେଳେ ବୁଧଗ୍ରହଙ୍କ ପ୍ରଭାବ ଉତ୍କୃଷ୍ଟ ହେବ । ସମାଜିକ କ୍ଷେତ୍ରରେ ଜଡିତ ଥିବା ଲୋକମାନଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ । ଯଦି ଆପଣ ରାଜନୀତି ସହ ଜଡିତ କୌଣସି ନିସ୍ପତି ନେବାକୁ ଚାହୁଁଛନ୍ତି ତେବେ ଆପଣ ଏଥିରେ ମଧ୍ୟ ସଫଳ ହେବେ । କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ବିଭାଗରେ ଅପେକ୍ଷା କରିଥିବା କାର୍ଯ୍ୟ ପୂରଣ ହେବ । ଯଦି କୌଣସି ପ୍ରକାରର ଟେଣ୍ଡର ଆଦି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏହା ଭଲ ହେବ । ନିଜର ଊର୍ଜାଶକ୍ତିର ପୂର୍ଣ୍ଣ ଉପଯୋଗ କରନ୍ତୁ ।

କନ୍ୟା ରାଶି- ଏହି ରାଶିର ଭାଗ୍ୟଭାବରେ ଗୋଚର କରୁଥିବା ମାର୍ଗୀ ବୁଧ ଆପଣଙ୍କ ସଫଳତା ପାଇଁ ନୂଆ ବାଟ ଦେଖେଇବ । ଚାକିରୀରେ ପଦୋନ୍ନତିର ମୂଲ୍ୟ ହେଉଛି ମାନ ସମ୍ମାନ ବୃଦ୍ଧି ହେବାର ଯୋଗ । ଯଦି ଆପଣ ବିଦେଶର କମ୍ପାନୀ ଗୁଡିକରେ ଚାକିରୀ କିମ୍ବା ନାଗରିକତ୍ଵ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ସୁଯୋଗ ଅନୁକୂଳ ହେବ । ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ସଫଳ ହେବ । ଧାର୍ମିକ ଟ୍ରଷ୍ଟ ଓ ଅନାଥ ଆଶ୍ରମ ଆଦିରେ ଦାନ ଓ ସେବାଭାବ ପାଇଁ ସବୁବେଳେ ଆଗରେ ରହିବେ ।

ତୁଳା ରାଶି- ଏହି ରାଶିର ଅଷ୍ଟମଭାବ ବା ଆୟୁଭାବରେ ଗୋଚର କରିବା ବେଳେ ବୁଧଗ୍ରହଙ୍କ ପ୍ରଭାବ ବେଶି ଶୁଭ ହେବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଆବଶ୍ୟକ । ଚର୍ମରୋଗ ତଥା ଔଷଧ ପ୍ରତିକ୍ରିୟାକୁ ଦୂର କରନ୍ତୁ । କର୍ମ କ୍ଷେତ୍ରରେ ମଧ୍ୟ ଷଡଯନ୍ତ୍ରର ଶିକାର ନହେବା, ବିବାଦରୁ ଦୂରେଇ ରହିବା ଓ କୋର୍ଟ ମାମଲା ସହିତ ଜଡିତ ସମସ୍ୟା ବାହାରେ ସମାଧାନ କରିବା ଭଲ ହେବ । ଏହା ବ୍ୟତୀତ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଓ ନିଷ୍ପତ୍ତି ଗୁଡିକରେ ପ୍ରଶଂସିତ ହେବେ । ପ୍ରତିକାର- ପାଞ୍ଚୋଟି ଲବଙ୍ଗ ପାଖରେ ରଖନ୍ତୁ ।

ବିଛା ରାଶି- ଏହି ରାଶିର ସପ୍ତମଭାବରେ ଗୋଚର କରିବା ବେଳେ ବୁଧଗ୍ରହଙ୍କ ଶୁଭ ପ୍ରଭାବ ଆପଣଙ୍କ ପାଇଁ ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ଦେବ । ବିବାହ ସମ୍ବନ୍ଧିତ ଆଲୋଚନା ସଫଳ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ଯଦି ପ୍ରେମ ବିବାହ ପାଇଁ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି ତେବେ ଅନୁକୂଳ ରହିବ । ସରକାରୀ ବିଭାଗରେ ଅଟକିଥିବା କାର୍ଯ୍ୟ ପୂରଣ ହେବ । ଯଦି ଆପଣ ନିଜର ଯୋଜନା ଗୁଡିକୁ ଗୁପ୍ତ ରଖି କାର୍ଯ୍ୟ କରିବେ ତେବେ ଅଧିକ ସଫଳ ହେବ । ପ୍ରତିକାର-ହଳଦୀ ଖଣ୍ଡେ ପାଖରେ ରଖନ୍ତୁ ।

ଧନୁ ରାଶି- ଏହି ରାଶିର ଷଷ୍ଠଭାବ ବା ଶତୃଭାବରେ ଗୋଚର କରିବା ବେଳେ ମାର୍ଗୀ ବୁଧଙ୍କ ପ୍ରଭାବ ଶୁଭ ଅଶୁଭ ମିଶ୍ରିତ ଫଳ ମିଳିବ । ଶତୃ ସୃଷ୍ଟି ହେବେ ଓ ସେମାନେ ନାସ ମଧ୍ୟ ହେବେ । କାହାକୁ ଅଧିକ ଟଙ୍କା ଉଧାର ଦିଅନ୍ତୁ ନାହିଁ, ନଚେତ୍ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ପ୍ରେମ ସମ୍ବନ୍ଧୀୟ ପ୍ରସଙ୍ଗ ଉଦାସୀନତା ରହିବ । ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିବାକୁ ଦିଅନ୍ତୁ ନାହିଁ । ଅଧିକ ପରିଶ୍ରମ ଓ ଖର୍ଚ୍ଚ ହେତୁ ଅର୍ଥ ଅଭାବର ମଧ୍ୟ ସାମ୍ନା କରିବାକୁ ପଡିପାରେ ।

ମକର ରାଶି- ଏହି ରାଶିର ପଞ୍ଚମଭାବ ବା ସନ୍ତାନ ଭାବରେ ଗୋଚର କରିବା ବେଳେ ମାର୍ଗୀ ବୁଧଗ୍ରହ ସବୁ କାର୍ଯ୍ୟରେ ଭଲ ସଫଳତା ଦେବେ । ବିଶେଷ କରି ଉଚ୍ଚବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ଶୁଭଫଳ ମିଳିବ । ଯଦି ଆପଣ କୌଣସି ପ୍ରତିଯୋଗୀତାରେ ପସିବାକୁ ଚାହୁଁଛନ୍ତି ତେବେ ସୁଯୋଗ ଅନୁକୂଳ ହେବ । ସନ୍ତାନର ଦାୟିତ୍ଵ ପୂରଣ ହେବ । ନୂତନ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ପ୍ରାପ୍ତି ଓ ଜାଗା, ଜମି, ଗୃହ ଓ ନୂତନ କର୍ମ ବ୍ୟବସାୟ ଆଦିପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି । ପ୍ରେମ ସମ୍ବନ୍ଧୀୟ ମାମଲା ମଧ୍ୟ ସହଜ ସରଳ ରହିବ । ପ୍ରତିକାର- ଗୋଟାଗୁଆ ଗୋଟିଏ ପକେଟରେ ରଖି ଯାତ୍ରା କରନ୍ତୁ ।

କୁମ୍ଭ ରାଶି- ଏହି ରାଶିର ଚତୁର୍ଥଭାବ ବା ସୁଖଭାବରେ ଗୋଚର କରିବା ବେଳେ ବୁଧଗ୍ରହଙ୍କ ପ୍ରଭାବ ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଧନ ସମ୍ପତ୍ତି ମାମଲା ସମାଧାନ ହେବ । ଯଦି ଆପଣ ଘର ବା ଯାନବାହନ କିଣିବାକୁ ଚାହୁଁଛନ୍ତି ତେବେ ସୁଯୋଗ ଅନୁକୂଳ ରହିବ । କୌଣସି କାରଣରୁ ପାରିବାରିକ କଳହ ଓ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ । ସାଙ୍ଗ ଓ ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ମୀନ- ଏହି ରାଶିର ତୃତୀୟଭାବ ବା ପରାକ୍ରମଭାବରେ ଗୋଚର କରିବା ବେଳେ ବୁଧଗ୍ରହଙ୍କ ପ୍ରଭାବରେ ଆପଣଙ୍କର ନୂତନ ଶକ୍ତି ସଂଚାର ହେବ । ନିଆଯାଇଥିବା ନିଷ୍ପତ୍ତିକୁ ପ୍ରଶଂସା ମିଳିବ । ପରିବାରର ବରିଷ୍ଠ ସଦସ୍ୟ ଓ ସାନ ଭାଇଙ୍କ ସହଯୋଗ ମିଳିବ । ଧର୍ମ ଓ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ । ବିଦେଶୀ ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଲାଭ ହେବାର ସମ୍ଭାବନା ରହିଛି । ଯଦି ଆପଣ ବିଦେଶୀ ନାଗରିକତ୍ଵ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ସମୟ ବେଶ୍ ଅନୁକୂଳ ରହିବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ । ଯଦି ଆପଣଙ୍କୁ ଏହି ତଥ୍ୟ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!