ଅକ୍ଟୋବର ୧୧ ତାରିଖ ବୃହସ୍ପତି ବିଶାଖା ନକ୍ଷତ୍ର ବିଛା ରାଶିକୁ ଚଳିଲେ – ଚଳନ ଫଳରେ (ତୁଳା, ବିଛା, ଧନୁ) ଉପରେ କଣ ରହିବ ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃହସ୍ପତି ବିଶାଖା ନକ୍ଷତ୍ର ବିଛା ରାଶିକୁ ସ୍ଵଚାର ହୋଇ ଗମନ କରିବେ

ପ୍ରତ୍ୟେକ ମଣିଷ ଭବିଷ୍ୟତ ଫଳ ଜାଣିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଥାଏ। ଗୋଚର ଗ୍ରହ ମାନଙ୍କର ବିଚାର ଦେଖିବାକୁ ହେଲେ ତିନି (୩) ପ୍ରକାର ଦୃଷ୍ଟିରେ ଦେଖାଯାଏ। ୧- ଜନ୍ମ ନକ୍ଷତ୍ର ଦ୍ୱାରା, ୨- ଗ୍ରହ ଦ୍ୱାରା, ୩- ଗୋଚର ବିଚାର ଜନ୍ମରାଶି ଦ୍ୱାରା। ତେଣୁ ଚନ୍ଦ୍ରଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ଦିଆ ଯାଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ। ସେଥିପାଇଁ ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍। ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ। ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତି ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ। ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗେ ମନରେ କାଳ୍ପନିକ ଚିନ୍ତା ଯାଗେ ଏବଂ ଆଶଙ୍କା ବଶତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ। ଅନେକ ସମୟରେ ଦେଖାଯାଉଛି ଚତୁଃପାଶ୍ୱର୍ରୁ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରି ପକେଇ ଥାଏ। ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚର ଫଳ ବିବେଚନା କରିବାକୁ ପଡିଥାଏ।

ବୃହସ୍ପତି ବ୍ୟକ୍ତିକୁ ଅଧିକ ବୁଦ୍ଧିବଳ ପ୍ରଦାନ କରିଥାନ୍ତି। ତା ସହ ଧନବଳ ଓ ଦେହବଳ ମଧ୍ୟ ପୁଷ୍ଟ ହୋଇଥାଏ। କାରଣ ସମସ୍ତଙ୍କର ଧାରଣା ବୃହସ୍ପତି ସବୁ ସମୟରେ ଶୁଭଫଳ ପ୍ରଦାନ କରନ୍ତି। କିନ୍ତୁ ଅନୁଭବରୁ ପ୍ରମାଣ ମିଳେ ଅଶୁଭ ସମୟରେ ଅଶୁଭ ଫଳ ପ୍ରଦାନ କରନ୍ତି। ଶୁଭ ସମୟରେ ଶୁଭଫଳ ପ୍ରଦାନ କରିଥାନ୍ତି।

୨୦୧୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଗୁରୁବାର ଦିନ ବୃହସ୍ପତି ବିଶାଖା ନକ୍ଷତ୍ର ବିଛା ରାଶିକୁ ସ୍ଵଚାର ହୋଇ ଗମନ କଲେ।  ତୁଳା ରାଶିରେ ଚନ୍ଦ୍ର ବିଦ୍ୟମାନ କରିଥିବାରୁ ବୃଷ, ତୁଳା, ମକର ରାଶିର ବୃହସ୍ପତି ଗୋଚର ଓ ଶୁଭ ଚନ୍ଦ୍ରରେ ଚଳନ ହେତୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ। କର୍କଟ, ମୀନ ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ। ମେଷ, ମିଥୁନ, ସିଂହ, କନ୍ୟା, ଧନୁ ଓ କୁମ୍ଭ ରାଶିର ଗୋଚରରେ ଅଶୁଭ ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। ବର୍ତ୍ତମାନ ବୃହସ୍ପତିଙ୍କର ବିଛା ରାଶିସ୍ଥିତିରେ ପ୍ରତ୍ୟେକ ରାଶିର ବ୍ୟକ୍ତିମାନେ କିପ୍ରକାର ଫଳ ଭୋଗ କରିବେ ବିଚାର କରି ନିମ୍ନରେ ତାହା ପ୍ରଦତ୍ତ କରୁଅଛି।

(ମେଷ, ବୃଷ, ମିଥୁନ)(କର୍କଟ, ସିଂହ, କନ୍ୟା) | (ତୁଳା, ବିଛା, ଧନୁ) | (ମକର, କୁମ୍ଭ, ମୀନ)

ତୁଳା:-

ଆପଣଙ୍କ ରାଶିକୁ ବୃହସ୍ପତି ଦ୍ୱିତୀୟ ସ୍ଥାନରେ ପ୍ରବେଶ କରିଛନ୍ତି ବା ଧନ ଓ କୁଟୁମ୍ବ ସ୍ଥାନରେ ରହିବା ଦ୍ଵାରା ଅଷ୍ଟମସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ। ବ୍ୟବସାୟ କ୍ଷେତ୍ରରେ ଅତ୍ୟନ୍ତ ଲାଭାନ୍ୱିତ ହୋଇ ସମ୍ପତ୍ତି କ୍ରୟ କରିବେ। ପୁତ୍ର କନ୍ୟାଙ୍କର ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ କରିପାରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତ ହୋଇଥିଲେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ଉପଯୁକ୍ତ ଜୀବନସାଥୀ ପାଇ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ। ବିଦ୍ୟାର୍ଥୀମାନେ ପ୍ରଶାସନିକ ସେବା ସମ୍ବନ୍ଧିତ କର୍ମ ପାଇଁ ଚେଷ୍ଟା କରୁଥିଲେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍। ମେଡିକାଲ୍  ସାଇନ୍ସ ଅଧ୍ୟୟନ କରୁଥିଲେ ବିଶେଷ ସଫଳତା ପ୍ରାପ୍ତି ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନ, ପତି-ପତ୍ନି କ୍ଷେତ୍ରରେ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁତ୍ରରତ୍ନ ପ୍ରାପ୍ତି ହେବ। ନତୁବା ତତୁଲ୍ୟ ନୂତନ ଗୃହ, ନୂତନଯାନବାହାନ, ନୂତନବ୍ୟବସାୟ ,ନୂତନ ଜାଗାଜମି ପ୍ରାପ୍ତିହେବ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ।

ବିଚ୍ଛା:-

ଆପଣଙ୍କ ରାଶିରେ ବୃହସ୍ପତି ପ୍ରବେଶ କରିଥିବାରୁ ପଞ୍ଚମସ୍ଥାନ, ସପ୍ତମସ୍ଥାନ ଏବଂ ନବମ ସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଫଳରେ ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ବନ୍ଧୁ, ମିତ୍ର ଏବଂ ଉଚ୍ଚପଦଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବ। ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସୁସମ୍ବାଦ ପ୍ରାପ୍ତି ହେବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମା, କୋର୍ଟ-କଚେରୀକୁ ଯିବାକୁ ପଡିପାରେ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ଧନୁ:-

ଆପଣଙ୍କ ରାଶିର ଦ୍ୱାଦଶ ସ୍ଥାନରେ ବୃହସ୍ପତି ପ୍ରବେଶ କରିଛନ୍ତି। ସୁଖଭାବ, ରୋଗଭାବ ଏବଂ ଅଷ୍ଟମଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ। ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ବିଦ୍ୟୁତ୍ ଓ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଏବଂ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହେବ। ଅନାବଶ୍ୟକ କ୍ଷେତ୍ରରେ ପଇସା ଦେଇ ଫସିଯିବେ। ପ୍ରତିକାର କଲେ ସମସ୍ତ ଶୁଭଫଳ ନିଶ୍ଚୟ ପାଇବେ।

ଅଶୁଭ ବୃହସ୍ପତିଙ୍କ ପାଇଁ ପ୍ରତିକାର।

୧- ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କଲେ ବହୁତ ଭଲ।

୨- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍। ନତୁବା ହଳଦୀ ରଙ୍ଗର ରୁମାଲ ପାଖରେ ରଖିବା ଆବଶ୍ୟକ।

୩- ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ସ୍ତ୍ରୀମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ।

୪- ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ଶ୍ରବଣ କିମ୍ବା ପଠନ କରିବେ । ଗୋଟିଏ ଥର ହରିବଂଶ ବସେଇ ଶ୍ରବଣ କଲେ ଅନେକ କ୍ଷୟକ୍ଷତିରୁ ରକ୍ଷା ମିଳିବ ।

୫- ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକଲେ ଅଶୁଭତ୍ୱ ଖଣ୍ଡନ ହେବ ।

(କ) ଏକାକ୍ଷରୀ ଜୀବମନ୍ତ୍ର – ଓଁ ବୃଂ ବୃହସ୍ପତୟେ ନମଃ ।

(ଖ) ତାନ୍ତ୍ରିକ ବୃହସ୍ପତି ମନ୍ତ୍ର – ଓଁ ଗ୍ରାଂ ଗ୍ରୀଂ ଗ୍ରଂ ସଃ ଗୁରୁବେ ନମଃ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!