ବିଦ୍ୟାରେ ବାଧାଦେଖା ଦେଉଥିଲେ ଓ ଦାମ୍ପତ୍ୟ ସୁଖରେ ହାନୀ ହେଉଥିଲେ କଣ କରିବେ ପ୍ରତିକାର ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିଦ୍ୟାରେ ଯଦି ବାଧାଦେଖା ଦେଉଥାଏ, ପଢିବାକୁ ଇଛା ହେଉ ନ ଥାଏ କିମ୍ବା ପଢିବାପାଠ ଠିକ୍ ମନେରହୁ ନାହିଁ, ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେଉଛି, ମାନସିକ ଅଶାନ୍ତି, ଦାମ୍ପତ୍ୟ ସୁଖ ହାନୀ, ପାରିବାରିକ ଅଶାନ୍ତି ଦେଖା ଦେଉଛି ତେବେ ଜାତକ କୁଣ୍ଡଳୀରେ ପ୍ରତେକ ଭାବ ଅନୁସାରେ ଚନ୍ଦ୍ର ଗ୍ରହଙ୍କ ଶୁଭ ଅଶୁଭ ବିଷୟରେ ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସମସ୍ୟା ସମାଧାନ:- ଲଗ୍ନ ବା ପ୍ରଥମ ଭାବରେ ଯଦି ଚନ୍ଦ୍ର ରହିଥାନ୍ତି ଜାତ ବ୍ୟକ୍ତି ମାତୃଭକ୍ତ, ଶିକ୍ଷା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରିଥିବେ ତାହା ଲାଭ ଦାୟକ ହେବ। ଆପଣଙ୍କ ମାତା ଯେ ପର୍ଯ୍ୟନ୍ତ ବଞ୍ଚିଥିବେ ସେ ପର୍ଯ୍ୟନ୍ତ ଧନ ପରିପୂର୍ଣ୍ଣ ରହିବ। କିନ୍ତୁ ଚଞ୍ଚଳମନା, ଥଣ୍ଡା କଫଜନିତ ରୋଗରେପୀଡିତ  ହୁଅନ୍ତି।

ସତର୍କତା -୧- ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ବଟ ବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ। ୨- ବଡ଼ମାନଙ୍କୁ କେବେବି ଅସମ୍ମାନ କରନ୍ତୁ ନାହିଁ। ବରଂ ତାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ। ୩ -ଗୋମାତାର ସେବାକରି ରୂପା ବାସନରେ କ୍ଷୀର ପିଇବା ଲାଭଦାୟକ ହେବ। କ୍ଷୀର ବିକନ୍ତୁ ନାହିଁ ବା  କ୍ଷୀରବ୍ୟବସାୟ କରନ୍ତୁ ନାହିଁ। ୪- ରାତ୍ରରେ ଶୋଇବା ପୂର୍ବରୁ ଏକ ପାତ୍ରରେ ପାଣି ବା କ୍ଷୀର ନିଜ ମୁଣ୍ଡ ପାଖରେ ରଖି ଶୁଆନ୍ତୁ ଓ ସକାଳେ ଏହାକୁ ଯେ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ। ୫- କାହାରି ପାଖରେ କେବେବି ନିଜର ଚିନ୍ତା ବିଷୟରେ ଆଲୋଚନା କରିବେ ନାହିଁ।

ସମସ୍ୟା ସମାଧାନ:- ଦ୍ଵିତୀୟ ଭାବରେ ଯଦି ଚନ୍ଦ୍ର ରହିଥାନ୍ତି ଜାତବ୍ୟକ୍ତି ଅଧ୍ୟୟନରତ, ମାଆ ଓ ମାତୃଭୂମି ସୁଖରେ ସୁଖୀ, ପାରିବାରିକ ସମ୍ପତ୍ତିର ଆନନ୍ଦ ମିଳିବ। ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ଶିକ୍ଷା ଭଲ ହେବା ସହ ସଦ୍ ବୁଦ୍ଧି ପ୍ରାପ୍ତିହେବ। ଚନ୍ଦ୍ରଙ୍କ ସମ୍ବନ୍ଧିତ କୌଣସି ଜିନିଷ ବ୍ୟବସାୟ କଲେ ଭଲ ହେବ ନାହିଁ। ଘରେ ମନ୍ଦିର ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ସତର୍କତା- ଘରେ କିଛି ମାଟି ସ୍ଥାନ ରଖନ୍ତୁ ଓ ନଦୀ ଜଳ ମଧ୍ୟ ରଖନ୍ତୁ। ୧-  ବାପାମାଆ ଓ ଗୁରୁ ଗୁରୁଜନ ମାନଙ୍କର ସେବା କରନ୍ତୁ, ତାଙ୍କୁ ସମ୍ମାନ ଦିଅନ୍ତୁ। କେବେବି ତାଙ୍କୁ କଷ୍ଟ ଦିଅନ୍ତୁ ନାହିଁ ଅନ୍ୟଥା ନିଜକୁ ମଧ୍ୟ ସୁଖ ପ୍ରାପ୍ତି ହେବ ନାହିଁ।

୨- ବେଳେବେଳେ ସୋମବାର ଦିନ ଆରୁଆଚାଉଳ, ଧଳାବସ୍ତ୍ର, ଶଙ୍ଖ, ଧଳାଚନ୍ଦନ, ଧଳାଫୁଲ, ଚିନି, ବେଲ, ଦହି ଓ ମୋତି ରତ୍ନ ଦାନ କରିବା ଉଚିତ୍। ୩- ଚନ୍ଦ୍ର ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଗୃହରେ ସ୍ଥାପିତ କଲେ ମନରେ ଶାନ୍ତି ପ୍ରାପ୍ତ ହେବ। ୪- ଗୃହର ମୁଖ୍ୟଦ୍ୱାରର ଡାହାଣ ପଟରେ ରୂପା ପତ୍ରରେ ଅରୁଆ ଚାଉଳ ରଖନ୍ତୁ। ୫- ଘରେ ବର୍ଷା ଜଳ ରଖନ୍ତୁ ଶ୍ବଶୁରଙ୍କ ସମ୍ପତ୍ତିକୁ ଲୋଭ କରନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!