ଦୈନିକ ରାଶିଫଳ: 17 ଅକ୍ଟୋବର ୨୦୨୦, ଶନିଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଅକ୍ଟୋବର ମାସ ୧୭ ତାରିଖ, ଶନିବାର, ତୁଳା ମାସ ୧ ଦିନ, ଶୁଦ୍ଧ ଆଶ୍ଵିନମାସ, ଶୁକ୍ଳପକ୍ଷ, ପ୍ରତିପଦାତିଥି, ଚିତ୍ରା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। ପାଣିକଖାରୁ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୭ଟା ୧୮ମିନିଟ୍ ରୁ ୮ଟା ୩୭ମିନିଟ୍, ଦିବା ୧୧ଟା ୫୫ମିନିଟ୍ ରୁ ୧୨ଟା ୫୭ମିନିଟ୍, ଦିବା ୨ଟା ୨୫ମିନିଟ୍ ରୁ ୨ଟା ୫୮ମିନିଟ୍, ଦିବା ୩ଟା ୪୬ମିନିଟ୍ ରୁ ୩ଟା ୫୦ମିନିଟ୍। ପର୍ବଦିନ- ଗର୍ଭଣା ସଂକ୍ରାନ୍ତି, ଶାରଦୀୟ ନବରାତ୍ର ପୂଜା ଆରମ୍ଭ, ଶୁଦ୍ଧ ଆଶ୍ଵିନମାସ ଆରମ୍ଭ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ବ୍ୟବସାୟିକ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ପରିବାରରେ ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସହନଶୀଳତା ଯୋଗେ ପ୍ରଶଂସା ମିଳିବ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ବିଦ୍ୟାଅଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ଆଧ୍ୟାତ୍ମିକ, ଧାର୍ମିକ ଓ ଧୈର୍ଯ୍ୟସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ରାଜନୈତିକ କ୍ଷେତ୍ରର ଅତ୍ୟଧିକ ପରିଶ୍ରମ କରି ସାଧାରଣ ଲୋକ ସମ୍ପର୍କ ବୃଦ୍ଧିହେବା ଯୋଗେ ବିଜୟୀହେବେ। ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକର ସାମ୍ନା କରିବାକୁ ପଡି ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ:-

ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ପାଇବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। କଠିନ ପରିଶ୍ରମ କରିବା ଦ୍ଵାରା ଯଶମାନ ସମ୍ମାନ ମିଳିବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ପ୍ରେମିକ ପ୍ରେମିକାମାନେ ଗୁପ୍ତ ପ୍ରେମରେ ସଫଳ ହୋଇ ପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ। ପଢିବା, ପଢେଇବା ମାମଲାରେ ପ୍ରଶଂସା ପାଇବେ। ପାଖରେ ଥିବା ସାଥୀ ଓ ପ୍ରିୟଜନ ମାନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ମାନସିକ ଶାନ୍ତି ମିଳିବ। ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ। ରାଜନୈତିକ କ୍ଷେତ୍ରରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ସିଂହ:-

ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ରାଜନୈତିକ କ୍ଷେତ୍ରରେ ବିପଦ ସଙ୍କୁଳ ଟଳିଯିବ। ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧି କାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ  ଲାଭ ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ରାଜନୈତିକ ଜୀବନରେ ଶତୃମାନେ ଦୁର୍ବଳ ହେବେ। କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଚିନ୍ତିତ ରହି ପାରନ୍ତି। ବାଦବିବାଦଠାରୁ ଦୂରେଇ ରହିବା ଉଚିତ। ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ। ନୂତନ କାର୍ଯ୍ୟକରିବା ପୂର୍ବରୁ ସତର୍କତା ଆବଶ୍ୟକ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ତୁଳା:-

ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ। ଜମି ଜମା ସଙ୍କ୍ରାନ୍ତିୟ ସମସ୍ଯା ଆଦିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।  

ବିଚ୍ଛା:-

ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ପାରିବାରିକ ସମସ୍ୟାରେ ପରିବର୍ତ୍ତନ ଆସିବ। ଦାମ୍ପତ୍ୟ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ମଧୁର ସ୍ଵାଦ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପୁରାତନରୋଗର ପ୍ରକୋପରେ ହଇରାଣ ହରକତ ହେବେ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ:-

ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଶରୀର ସୁସ୍ଥ ରହିବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ। ସରକାରୀ କର୍ମଚାରୀ ମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ। ଚେଷ୍ଟା କଲେ ନୂତନ କର୍ମ ନିଯୁକ୍ତି ପାଇ ପାରିବେ। ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ।  ଆବଶ୍ୟକୀୟ ନୂତନ ବସ୍ତୁ କ୍ରୟ କରିପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ମନ କରିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ସୁଖ ସମୃଦ୍ଧି ବୃଦ୍ଧି ହେବ। ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ସହନଶୀଳତା ଯୋଗେ ଯଶ ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବା ସହ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇ ଖୁସି ହେବେ। ଅଧିକ ପରିଶ୍ରମ କରିବା ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରିବା ନିହାତି ଆବଶ୍ୟକ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ କରିବେ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ଚାକିରୀକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁବଢ଼ିବାର ଯୋଜନା ସଫଳ ହେବ। ବନ୍ଧୁମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆଶା ପୂରଣ ହେବ। ପରିବାରରେ ଅପ୍ରିତିକର ପରିସ୍ଥିତିକୁ କୌଶଳକ୍ରମେ ସମାଧାନ କରିବେ। ଦାମ୍ପତ୍ୟ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!