ଜାଣନ୍ତୁ କୁଣ୍ଡଳୀର ବିଛା ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିଛାରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ ।

ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ବିଛାରାଶିରେ ଚନ୍ଦ୍ରଥିଲେ ଜାତକର ବିଚ୍ଛାରାଶି ହେବ । ବିଛାରାଶି ସ୍ଥିତ ଚନ୍ଦ୍ର ନୀଚ୍ଚ ହୋଇଥାନ୍ତି ଯାହାଫଳରେ ଜାତକ ସ୍ୱାବଲମ୍ବି, ପରିଶ୍ରମୀ, ସୁନ୍ଦର ଶରୀର, ରାଜଦ୍ୱାରରେ ପ୍ରତିଷ୍ଠା ପାଇଥାନ୍ତି, ସମସ୍ତ ଲକ୍ଷଣ ଶୁଭ ହୁଏ, ଅନେକ ସେବକ ଯୁକ୍ତ, ବ୍ୟବସାୟରେ ଲାଭବାନ, ଚତୁର, ଶତୃଜୟୀ, ବାପା ଓ ଗୁରୁଙ୍କ ସେବା ରତ, ରାଜାନୁଗ୍ରହୀତ, ବହୁତ ଗପେ, କାବ୍ୟପ୍ରେମୀ, ଯୁଦ୍ଧପ୍ରେମୀ, ଦୁଷ୍ଟଜନ ସହ ମିତ୍ରତା କରିଥାନ୍ତି ।

କିନ୍ତୁ ଯେଉଁ ଜାତକରେ ଚନ୍ଦ୍ର ବିଛା ରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ଦୁଷ୍ଟସ୍ଵଭାବ, କଳହପ୍ରିୟ, ଅଶାନ୍ତ, ଦୁର୍ବଳଚିତ୍ତ, ରାଜଦଣ୍ଡ, ଜୁଆଡ଼ି, ଉଦ୍ୱୋଗରେ ଅପଯଶ, ସ୍ୱଜନସହ ଶତୃତା, କ୍ରୋଧି, ବ୍ୟାଧିଯୁକ୍ତ, ପରାଧିନ, ଉପଦ୍ରବୀ, ମିତ୍ରଦ୍ରୋହୀ, ବିଶ୍ୱାସଘାତୀ, କୃର, ପରାକ୍ରମୀ, ପରକାର୍ଯ୍ୟରେ ବିଘ୍ନ ସୃଷ୍ଟିକାରୀ, ମାଦକ ପଦାର୍ଥସେବନ କରେ, କାମାସକ୍ତ, ନାସ୍ତିକ, ବନ୍ଧୁହୀନ, ପାପକର୍ମରତ ହୁଅନ୍ତି, ପରଦେଶରେ ଭ୍ରମଣ କରନ୍ତି, ଅପ୍ରସନ୍ନ ହୁଅନ୍ତି, ଛୋଟ ପେଟ ତଥା ଜାତକ ପାପୀ ଓ ପରାକ୍ରମୀ ହୋଇଥାନ୍ତି । ୨, ୧୨, ୨୨, ୩୨, ୪୨, ୫୨ବର୍ଷ ମାନଙ୍କରେ ଅଶୁଭଫଳମାନ ପାଇଥାନ୍ତି ।

ପ୍ରଥମ ବର୍ଷରେ ଜ୍ୱର, ତୃତୀୟ ବର୍ଷରେ ଅଗ୍ନିଭୟ, ପାଞ୍ଚବର୍ଷରେ ପିତାଙ୍କୁ କଷ୍ଟ ତଥା ପିତୃପୀଡା ପନ୍ଦର ବର୍ଷରେ ହେବ । ପଚିଶ ବର୍ଷରେ ବହୁତ କଷ୍ଟ ପ୍ରାପ୍ତି, ଅତ୍ୟନ୍ତ ଚିନ୍ତା ହେବ, ଯଦି ଚନ୍ଦ୍ରଙ୍କୁ ଶୁଭଗ୍ରହ ଦୃଷ୍ଟି ଦିଅନ୍ତି ତେବେ ଏହା ୯୦ବର୍ଷ ବୟସରେ କଷ୍ଟ ଭୋଗ ହେବ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଦଶମୀତିଥି ବୁଧବାର ଦିନ ହସ୍ତା ନକ୍ଷତ୍ରରେ ରାତ୍ର ସମୟରେ ମୃତ୍ୟୁପ୍ରାପ୍ତ ହୁଏ । ଏହା ସମସ୍ତ ପ୍ରକାର ନିର୍ଯ୍ୟାଣଫଳ କୁହାଯାଇଛି ଯେ ପବିତ୍ର ଆତ୍ମା ହିଁ ମନୁଷ୍ୟ ହୁଏ । ଯିଏ ଦାନ, ମନ୍ତ୍ର ଆଦି ପୁଣ୍ୟକର୍ମର ପ୍ରଭାବରେ ନିଜର ସମ୍ପୂର୍ଣ୍ଣ ଆୟୁ ପର୍ଯ୍ୟନ୍ତ ସୁଖ ଭୋଗ କରିଥାଏ ।

ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ଭାଗ୍ୟ ଉପରେ ନିର୍ଭର କରନ୍ତୁ ନାହିଁ କେବଳ ଶ୍ରମ ଓ କାର୍ଯ୍ୟ ଗ୍ରହଣ କରନ୍ତୁ । କୌଣସି ଖରାପ କାର୍ଯ୍ୟ କରନ୍ତୁ ନାହିଁ । ୨- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୩- ମୋତି ରତ୍ନ ରୂପାରେ ମୁଦିକରି ଅନାମିକା ଆଙ୍ଗୁଠିରେ ଧାରଣ କରନ୍ତୁ । ୪- ଛୋଟ ଛୁଆଙ୍କୁ କ୍ଷୀର ଦାନ କରନ୍ତୁ । ୫- ମାତାଙ୍କ ଆଶୀର୍ବାଦ ଗ୍ରହଣ କଲେ ଚନ୍ଦ୍ରଙ୍କ ଅଶୁଭ ପ୍ରଭାବ କମ୍‌ ହୋଇଯାଏ । ୬- ମଦ, ମାଂସ ସେବନ କରନ୍ତୁ ନାହିଁ । ୭- ଅହିଂସା ନୀତି ପାଳନ କରନ୍ତୁ ଦୟା ଭାବନା ଘାତକ ହେବ, କିନ୍ତୁ ଅନ୍ୟମାନଙ୍କ ପାଇଁ ଭଲ କାର୍ଯ୍ୟ କରନ୍ତୁ । ୮- ଘରେ ମନ୍ଦିର କରନ୍ତୁ ନାହିଁ ଓ ମୂର୍ତ୍ତିଗୁଡ଼ିକୁ ଘରେ ରଖନ୍ତୁ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!