ଦୈନିକ ରାଶିଫଳ: 17 ଜାନୁୟାରୀ ୨୦୨୧, ସୂର୍ଯ୍ୟଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୧୭ତାରିଖ, ରବିବାର, ମକରମାସ ୪ଦିନ, ପୌଷମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି, ସକାଳ ୮ଟା ୮ମିନିଟ୍ ଗତେ ପଞ୍ଚମୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭରାଶିରେ ଚନ୍ଦ୍ର । ମେଷରାଶିର ଘାତବାର । ମିଥୁନ, ମୀନ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ, ସକାଳ ୮ଟା ୮ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୯ମିନିଟ୍ ରୁ ୧୦ଟା ୬ମିନିଟ୍, ଦିବା ୧ଟା ୨୦ମିନିଟ୍ ରୁ ୧ଟା ୪୫ମିନିଟ୍, ସନ୍ଧ୍ୟା ୬ଟା ୧୮ମିନିଟ୍ ରୁ ୮ଟା ୫୩ମିନିଟ୍, ରାତ୍ର ୧୨ଟା ୨୩ମିନିଟ୍ ରୁ ରାତ୍ର ୧ଟା ୩୩ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ବୃଷ:-

ସାମାଜିକ କାର୍ଯ୍ୟରେ ଗଠନମୂଳକ ପ୍ରସ୍ତାବ ନେଇ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସନ୍ତୋଷ ଜନକ ହେବ । କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ଦୂର ସ୍ଥାନକୁ ଯାତ୍ରା କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ବିଦ୍ୟାକ୍ଷେତ୍ରରେ ଉନ୍ନତି ସହ ସଫଳତା ମିଳିବ । ବ୍ୟବସାୟରେ କର୍ମଚାରୀମାନେ ଅଧିକ ପରିଶ୍ରମ କରି ଆର୍ଥିକ ଦିଗକୁ ସୁଦୃଢ କରି ପାରିବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖା ଦେବା ଫଳରେ ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-

ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ପ୍ରଶଂସା ପାଇବେ । କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗି ପାରନ୍ତି । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ସିଂହ:-

ଧନମାନ ଦିଗରୁ ସୁରକ୍ଷିତ ରହିବେ । ବ୍ୟବସାୟୀ ମାନଙ୍କ ପାଇଁ ଯୋଗପ୍ରଦ ସମୟ ଯୋଗେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ, ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବିଦ୍ୟାକ୍ଷେତ୍ରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଗୃହୋପକରଣ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିବେ । ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ଶୁଭ ସମ୍ବାଦପାଇ ଖୁସିହେବେ । ଦୂରଯାତ୍ରାରେ ଶତୃ ଓ ବିରୋଧିମାନେ ମଥାନତ କରିବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ । ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ନେବେ । ରାଜନୀତି କ୍ଷେତ୍ରରେ ଅନୁକୂଳ ହେତୁ ଲୋକସମର୍ଥନ ବୃଦ୍ଧିପାଇବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ବିଫଳ ହେବେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-

ଶରୀର ସୁସ୍ଥ ରହିବ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଶାନ୍ତି ଦେଖା ଦେବ । ବନ୍ଧୁ ଓ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-

ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କରେ ରହିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ଧନୁ:-

ବନ୍ଧୁଙ୍କ କାମରେ ସନ୍ତୁଷ୍ଟ ରହିବେ । ଅଚାନକ ଧନ ପ୍ରାପ୍ତି ହୋଇ ଆର୍ଥିକ ଉନ୍ନତିହେବା ସହ ମାନ ସମ୍ମାନ ବୃଦ୍ଧି ହେବ । କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ବିବେକାନୁମୋଦିତ ଚିନ୍ତାଧାରା ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ରାଜନୀତି କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖି ପାରିଲେ ଲୋକସମ୍ପର୍କ ବୃଦ୍ଧିପାଇବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-

ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟରେ ଭଲ ଲାଭ ପାଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶତୃ ପରାଜିତ ହେବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ । ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।

କୁମ୍ଭ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଦୂର ସ୍ଥାନକୁ ଯାତ୍ରା କରିବେ । ଉତ୍ତମ ରୋଜଗାର ମିଳିବ । ବ୍ୟବସାୟବୃଦ୍ଧି, ଆର୍ଥିକ ଉନ୍ନତି, ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ମୀନ:-

ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଅନେକ କାର୍ଯ୍ୟରେ ସଫଳ ହେବେ । ପିଲାଙ୍କର ବିଦ୍ୟାରେ ଉନ୍ନତିହେବା ସହ ଖୁସି ଗପ କରିବାର ମଉକା ଜୁଟିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ଶତୃମାନେ ପରାଜିତ ହେବେ । ପୂର୍ବସମସ୍ୟାକୁ ସମାଧାନ କରି ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ । ଧନର ଦୂରୁପୋଯୋଗ, କ୍ଷୟକ୍ଷତିର କାରଣ ହୋଇପାରେ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!