ବହୁତ ଦୟାଳୁ ହୋଇଥାନ୍ତି ଏହି ୫ଟି ରାଶିର ବ୍ୟକ୍ତି- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତ ବ୍ୟକ୍ତିମାନଙ୍କର ଅଲଗା ଅଲଗା ରାଶି ହୋଇଥାଏ ଓ ସ୍ଵଭାବ ମଧ୍ୟ ଅଲଗା ଅଲଗା ହୋଇଥାଏ । ଅନେକ ଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗେଇଥାନ୍ତି । ସେମାନେ ବହୁତ ଦୟାଳୁ ହୋଇଥାନ୍ତି । ସୁଖ ହେଉ ବା ଦୁଃଖ  ସବୁବେଳେ ସାହାଯ୍ୟ କରିଥାନ୍ତି । ଆସନ୍ତୁ ଜାଣିବା କେଉଁ ୫ଟି ରାଶିର ବ୍ୟକ୍ତିମାନେ ସର୍ବଦା ସମସ୍ତଙ୍କ ପାଇଁ ଅସୁବିଧା ସମୟରେ ସାହାଯ୍ୟ କରନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ମିଥୁନରାଶି-ରାଶି ସ୍ୱାମୀବୁଧ, ରାଶି ତତ୍ୱବାୟୁ, ରାଶି ସ୍ୱରୂପଦ୍ୱିସ୍ୱଭାବ ହୋଇ ଥିବାରୁ ଏହି ରାଶିର ବ୍ୟକ୍ତିମାନେ ମଧ୍ୟ ସ୍ଵଭାବରେ ବହୁତ ଭଲ ବୋଲି କୁହାଯାଏ । ଏହି ବ୍ୟକ୍ତିମାନେ ଅନ୍ୟର ସବୁ ସମାସ୍ୟାକୁ ସମାଧାନ କରିବା ପାଇଂ ସମସ୍ତଙ୍କ ପାଖରେ ପହଞ୍ଚିଯାନ୍ତି ।

୨- କର୍କଟ ରାଶି-ରାଶିସ୍ୱାମୀଚନ୍ଦ୍ର, ରାଶିତତ୍ୱଜଳ, ରାଶିସ୍ୱଭାବସୌମ୍ୟ ହୋଇ ଥିବାରୁ ଏହି ରାଶିର ବ୍ୟକ୍ତିମାନେ ବହୁତ ଦୟାଳୁ ହୋଇଥାନ୍ତି । ରାଶିର ସମସ୍ତ ରାଶି ମିତ୍ରରାଶି ଓ ରାଶିର ଶତୃ-କେହି ନାହାନ୍ତି । ଯାହା ଫଳରେ ଏହି ରାଶିର ବ୍ୟକ୍ତିମାନେ ବଦାନ୍ୟ, ଦାନୀ, ଜ୍ଞାନୀ, ବୁଦ୍ଧିମାନ ହୋଇ ଥିବାରୁ ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ ଭଲ ଲାଗେ ।

୩- କନ୍ୟା ରାଶି- ରାଶିସ୍ୱାମୀବୁଧ, ରାଶିତତ୍ୱପୃଥ୍ୱୀ, ରାଶିସ୍ୱରୂପଦ୍ୱିସ୍ୱଭାବ ହୋଇଥିବାରୁ ସତ୍କର୍ମକର୍ତ୍ତା, ଜୀବନସାଥିଙ୍କୁ ପ୍ରସନ୍ନଦାୟକ, ଦାମ୍ପତ୍ୟସୁଖୀ, ଦେବବ୍ରାହ୍ମଣ ଭକ୍ତ, ଧର୍ମାତ୍ମା, ବିନମ୍ର, ବୁଦ୍ଧିମାନ ହେବା ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତିମାନେ ବହୁତ ପରୋପକାରୀ ସ୍ଵାଭାବର ହୋଇଥାନ୍ତି । ଏହି ଲୋକମାନେ ସବୁବେଳେ ସାଙ୍ଗ, ନିଜଲୋକ ଓ ଅନ୍ୟ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି । ଏହି ବ୍ୟକ୍ତିମାନଙ୍କ ମନରେ ଅନ୍ୟମାନଙ୍କ ପାଇଁ ଦୟାଭାବ ରହିଥାଏ ।

୪- ତୁଳାରାଶି- ରାଶିସ୍ୱାମୀଶୁକ୍ର, ରାଶିତତ୍ୱବାୟୁ, ରାଶିସ୍ୱଭାବକ୍ରୁର, ରାଶିର ଚିହ୍ନତରାଜୁ ବା ନିକିତି, ହୋଇଥିବାରୁ ଧାର୍ମିକ, ଭୋଗୀ, ସୁଖି, ଚତୁର, ବୁଦ୍ଧିମାନ, ଦେବ ବ୍ରାହ୍ମଣଭକ୍ତ, ବାପାମାଙ୍କ ପୂଜକ, ଗୁରୁଭକ୍ତି, ବିଦ୍ୱାନହେବା ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତିମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପଛାନ୍ତି ନାହିଁ । ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ତତ୍ପର ରୁହନ୍ତି ।

୫- ମୀନରାଶି- ରାଶିସ୍ୱାମୀଗୁରୁ, ରାଶିତତ୍ୱଜଳ, ରାଶିସ୍ୱରୂପଦ୍ୱିସ୍ୱଭାବ, ସତୋଗୁଣୀ ହୋଇ ଥିବାରୁ ଶାନ୍ତସ୍ୱଭାବ, ଉଦାର, ହସମୁଖ, ବିଶେଷ ନୀତିବାନ୍‌, ଦେବତା ବ୍ରାହ୍ମଣଙ୍କ ପୂଜକ, ମାଆବାପା ଓ ଗୁରୁଙ୍କ ଭକ୍ତ, ନିଷ୍କପଟ ହେବା ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତିମାନେ ମଧ୍ୟ ନିଜ ବ୍ୟତୀତ ଅନ୍ୟର ହିତ ପାଇଁ ଚିନ୍ତା କରିଥାନ୍ତି । ସେ ଭାବନ୍ତି ଯେ ଅନ୍ୟର ସେବା କରିବା ସବୁଠାରୁ ବଡ ଧର୍ମ ଅଟେ । ସେଥିପାଇଁ ଏହିରାଶି ଲୋକମାନେ ସବୁବେଳେ ଅନ୍ୟର ସୁଖ ଦୁଃଖରେ ଛାଇ ପରି ଠିଆ ହେବାର ଦେଖାଯାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!