ଘରେ ଥିଲେ ବାସ୍ତୁ ସମସ୍ଯା, ସବୁ ହେବ ଦୂର… ବାସ କରନ୍ତୁ ଏହି ସହଜ ଉପାୟ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

୧- ବାସ୍ତୁଦୋଷ ମୁକ୍ତି- ଯଦି ଘରର କବାଟ, ଝରକା ଓ ବାଲକୋନୀ ଏପରି ଅଶୁଭ ଦିଗକୁ ଖୋଲାଥାଏ କି ଯେଉଁଠାରେ ଭଙ୍ଗା ଘର, ଜନଶୂନ୍ୟ ଜମି ବା ପ୍ଲଟ୍, କାରବାର ହେଉନଥିବା ଘର ଓ ଶ୍ମଶାନ ଆଦି ଥାଏ ତେବେ ନିଜ ଗୃହରେ ନକରାତ୍ମକ ଊର୍ଜା ସୃଷ୍ଟି ହୁଏ ଓ ବହୁତ ଅଶୁଭ ଘଟେ । ଗୃହର ନକରାତ୍ମକ ଊର୍ଜାକୁ ଦୂର କରି ସକାରାତ୍ମକ ଊର୍ଜାର ଶକ୍ତି ପ୍ରବାହକୁ ଆଣିବା ପାଇଁ ଏକ କାଚ ପାତ୍ରରେ କିଛି ଫିଟିକିରି ଭର୍ତ୍ତି କରି ଘରର କବାଟ, ଝରକା ଓ ବାଲକୋନୀରେ ରଖିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସବୁ ମାସରେ ଏହି ଫିଟିକିରିକୁ ବଦଳାଇ ଦେବେ । ଏହା କଲେ ବାସ୍ତୁ ଦୋଷରୁ ମୁକ୍ତି ମିଳେ । ଏହା ବ୍ୟତୀତ ୫୦ଗ୍ରାମ ଫିଟିକିରି ଖଣ୍ଡ ଘରର ସବୁ କୋଣରେ ତଥା କାର୍ଯ୍ୟାଳୟର ଯେ କୌଣସି କୋଣରେ ଫିଟିକିରି ରଖିଲେ ମଧ୍ୟ ବାସ୍ତୁ ଦୋଷରୁ ରକ୍ଷା ପାଇବେ ।

ବାଥରୁମ ବା ଗାଧୁଆ ଘରେ ଏକ ପାତ୍ରରେ ଫିଟିକିରି ଭର୍ତ୍ତି କରି ରଖନ୍ତୁ । ସବୁ ମାସରେ ଏହି ଫିଟିକିରିକୁ ବଦଳାଇ ବାକୁ ହେବ । କୁହାଯାଏ କି ପବନରେ ଆସୁଥିବା ନକରାତ୍ମକ ଊର୍ଜାକୁ ଏହି ଫିଟିକିରି ନିଜଭିତରେ ସମାହିତ କରିଦିଏ ଓ ଆଖ ପାଖର ନକରାତ୍ମକ ଊର୍ଜା ଦୂର ହୋଇଯାଏ ଏବଂ କୀଟାଣୁ କୁ ମାରିଦିଏ ।

୨- ଉନ୍ନତି ପାଇଁ- କୌଣସି ଦୋକାନ ବା ପ୍ରତିଷ୍ଠାନର ମୁଖ୍ୟ ଦ୍ଵାରରେ କଳା ରଙ୍ଗର କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ଟାଙ୍ଗିଲେ ଉନ୍ନତିରେ ବୃଦ୍ଧି ପାଏ ଓ ଧନ ପ୍ରାପ୍ତି ହୁଏ ।

୩- ଧନ ପ୍ରାପ୍ତି ପାଇଁ- ପ୍ରତ୍ୟେକ ରାତ୍ରିରେ ଶୋଇବା ସମୟରେ  ଫିଟିକିରିରେ ଦାନ୍ତ ସଫା କଲେ ଲାଭ ହେବ । ଏହା ବ୍ୟତୀତ ବେଳେ ବେଳେ ଫିଟିକିରି ପାଣିରେ ପକାଇ ସ୍ନାନ କଲେ ଲାଭ ହେବ । ଏଥିରେ ଶୁକ୍ରଗ୍ରହଙ୍କର ଅଶୁଭ ଦୃଷ୍ଟି ଦୂର ହୋଇ ଧନ ଲାଭ ହେବ ।

୪- କାରବାରରେ ଉନ୍ନତି ପାଇଁ- ୫ ଖଣ୍ଡ ଫିଟିକିରି, ୬ଟି ନୀଳ ରଙ୍ଗର ଫୁଲ ଓ ନୀଳ ରଙ୍ଗର ରିବନ ଫିତା ନବମୀ ଦିନ ଦେବୀଙ୍କୁ ଚଢାନ୍ତୁ । ଦଶମୀ ଦିନ ସେହି ରିବନ ଫିତାକୁ ଆଣି ଏକ କନ୍ୟାକୁ ଦିଅନ୍ତୁ । ଫୁଲକୁ ପାଣିରେ ପକାଇ ଦିଅନ୍ତୁ । ଫିଟିକିରିକୁ ନିଜ ପାଖରେ ସାଇତି ରଖନ୍ତୁ । ଯେ କୌଣସି କାର୍ଯ୍ୟରେ ଯିବା ସମୟରେ ସେହି ଫିଟିକିରିକୁ ନିଜ ପାଖରେ ରଖିବେ ତେବେ କାର୍ଯ୍ୟରେ ସଫଳତା ମିଳିବ ।

୫- ଋଣରୁ ମୁକ୍ତି ପାଇଁ- ଗୋଟିଏ ପାନ ପତ୍ରରେ କିଛି ଫିଟିକିରି ଓ ସିନ୍ଦୁର ଗୁଡାଇ ବୁଧବାର ଦିନ ସକାଳେ ବା ସନ୍ଧ୍ୟା ସମୟରେ ଅଶୋସ୍ଥ ବୃକ୍ଷ ନିକଟରେ ସେହି ପାନକୁ ଏକ ପଥର ତଳେ ରଖି ଚାପି ଦିଅନ୍ତୁ । ଏହାକୁ ୩ଟି ବୁଧବାର କରିବାକୁ ହେବ । ଏପରି କଲେ ଋଣ କରଜରୁ ମୁକ୍ତି ପାଇବାର ରାସ୍ତା ଖୋଲିଯିବା ସହ ଅନେକ ଲାଭ ମିଳିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!