ଆମେ ଜୀବନରେ ବହୁତ ଏମିତି କର୍ମ କରିଥାଉ ଯାହା ପାଇଁ ଆମକୁ ଦାରିଦ୍ର୍ୟତା ଭୋଗ କରିବାକୁ ପଡିଥାଏ । ତେବେ ଯଦି ଆପଣ ମଧ୍ୟ ସେହିଭଳି କିଛି ନିଜ ଜୀବନରେ ଅନୁଭବ କରୁଛନ୍ତି ତ ଆମେ ଆପଣଙ୍କୁ କହିବୁ କଣ କଲେ ଏଥିରୁ ଆପଣ ମୁକ୍ତି ପାଇ ପାରିବେ । ତେବେ ଯେଉଁ ସବୁ କାମ କଲେ ଆପଣ ଦାରିଦ୍ର୍ୟ ଯୋଗ ଭୋଗ କରନ୍ତି ସେହି ସବୁରୁ କିଛି କର୍ମ ବିଷଯରେ ଆମେ ଆପଣଙ୍କୁ ଅବଗତ କରାଇବାକୁ ଯାଉଛୁ । ଯଦି ଆପଣ ମଧ୍ୟ ଏହି ସବୁ କର୍ମ କରୁଛନ୍ତି ତ ସାବଧାନ ହେଇଯାନ୍ତୁ ନଚେତ ଦାରିଦ୍ର୍ୟତା ଆପଣଙ୍କ ପିଛା ଛାଡିବନି ।

୧- କେଶ କାଟିବା
ମଙ୍ଗଳବାର ଓ ଶନିବାରରେ ଚୁଟି କାଟିବା, ବାଳ କାଟିବା ପରେ ସ୍ନାନ ନ କରିବା, ଘରେ ବାଳ କାଟିବା, ଲମ୍ବା ଦାଢି ରଖିବା, ନିୟମିତ ତେଲ ନ ଲଗାଇବା, ନିଜ ହାତରେ ବାଳକୁ ଟାଣିବା ଆଦି କେତେକ ଖରାପ ଲକ୍ଷଣ ଅଛି ଯାହା କି ଆୟୁଷ ହାନି କରାଏ । କେତେକ ଲୋକମାନେ ଚନ୍ଦନକୁ ମୁହଁରେ ଲଗାନ୍ତି, କିନ୍ତୁ ଯଦି ସ୍ନାନ କରିବା ପୂର୍ବରୁ ଲଗାଉଛନ୍ତି ତେବେ ଆୟୁଷ ହାନି ହୁଏ । ଯଦି ବାଳରେ ତେଲ ଲଗାଉଛନ୍ତି ଓ ସେହି ତେଲ ହାତକୁ ଅନ୍ୟ ଅଙ୍ଗରେ ଲଗାଉଛନ୍ତି ତେବେ ଏଥିରେ ମଧ୍ୟ ଆୟୁଷ ହାନି ହୁଏ ।
୨- ବସ୍ତ୍ର
କେତେକ ଲୋକମାନେ ରାତିରେ ବସ୍ତ୍ରକୁ ଧୋଇ ବାହାରେ ଶୁଖାଇ ଦିଅନ୍ତି, ଯାହାକି ଏହା ବାସ୍ତୁ ବିରୁଦ୍ଧ ଅଟେ । ଏପରି କଲେ ରୋଗ ସୃଷ୍ଟି ହୁଏ । ସେହି ବସ୍ତ୍ରକୁ ସକାଳେ ପିନ୍ଧିଲେ ଅଚାନକ ଭାବରେ ବିପତ୍ତିର ସାମ୍ନା କରିବାକୁ ପଡିଥାଏ । ଏହା ବ୍ୟତୀତ ଯିଏ ଅନ୍ୟଠାରୁ ବସ୍ତ୍ର ମାଗିକରି ପିନ୍ଧେ, ଖାଦ୍ୟ ମାଗିକରି ଖାଏ ଓ ଯେ କୌଣସି ଜାଗାରୁ ପାଣି ପିଏ ତେବେ ମଧ୍ୟ ଆୟୁଷ କମ ହୋଇଯାଏ ।

୩- ଶୌଚାଦି
ଖୋଲା ସ୍ଥାନରେ ବା ଠିଆ ହୋଇ ପରିସ୍ରା କରୁଛନ୍ତି ତେବେ ଏହା ମଧ୍ୟ ଆୟୁଷ କମ କରାଏ । ଯଦି କୌଣସି ଘାସ ଜାଗା ବା ଯେ କୌଣସି କଙ୍କାଳ ହାଡ ଉପରେ ବସିଛନ୍ତି ତେବେ ମୃତ୍ୟୁ ନିକଟବର୍ତ୍ତୀ ହୁଏ ବୋଲି କୁହାଯାଏ । ଶୌଚ କରିବା ସ୍ଥାନ ଓ କେଉଁ ଦିଗକୁ ଶୌଚ କରିବ ତାହାର ମଧ୍ୟ ନିୟମ ଅଛି, ତାକୁ ପାଳନ କରିବା ଉଚିତ୍ । ଯେଉଁ ବ୍ୟକ୍ତିମାନେ ନଖ ଖାଇଥାନ୍ତି, ଅପରିଷ୍କାର ରୁହନ୍ତି ସେମାନଙ୍କର ମଧ୍ୟ ଆୟୁଷରେ ହାନି ହୁଏ । ଏହା ବ୍ୟତୀତ ନଦୀ କୂଳରେ, ପୋଲ ଉପରେ, କ୍ଷେତ ମଝିରେ, ଯେ କୌଣସି ସିଦ୍ଧ ସ୍ଥାନରେ ବା ଧାର୍ମିକ ସ୍ଥାନରେ ମୁତ୍ର ତ୍ୟାଗ କରନ୍ତି ତେବେ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ ।

୪- ସମ୍ଭୋଗାଦି
ଅତି ସମ୍ଭୋଗ କରିବା, ଦିନରେ ସମାଗମ କରିବା ବା ମଙ୍ଗଳବାରରେ ସମାଗମ କରିଲେ ଆୟୁଷ ହାନି ହେବା ସହିତ ଏକ ବଡ ରୋଗ ମଧ୍ୟ ସୃଷ୍ଟି ହୁଏ । କୁହାଯାଏ କି ଯେଉଁ ବ୍ୟକ୍ତି ଅଧିକ ଅନିଷ୍ଟକାରୀ, ବିଳାସପୂର୍ଣ୍ଣ ଓ ଅଧିକ ସମାଗମ କରେ ସେ ଧୀରେ ଧୀରେ ମୃତ୍ୟୁକୁ ବରଣ କରିଥାଏ । ଅନେକ ବ୍ୟକ୍ତି ସମ୍ଭୋଗ କରିବା ସହିତ ଏହିପରି ଫିଲ୍ମି ଦେଖିବା ଓ କଳ୍ପନା କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ଏହିପରି ଭାବନାରେ ସର୍ବଦା ରହିଲେ କେତେକ ସମସ୍ୟାରେ ଫସି ରୁହନ୍ତି ।