ଦୈନିକ ରାଶିଫଳ: ୪ ଜୁନ୍ ୨୦୨୦, ମା’ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁନ୍ ମାସ ତାରିଖ, ଗୁରୁବାର, ବୃଷ ମାସ ୨୨ ଦିନ, ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପ୍ରାତଃ ୬ଟା ୭ମିନିଟ୍ ଗତେ ଚତୁର୍ଦ୍ଦଶୀ ତିଥି, ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର। ବାଇଗଣ ନ ଖାଇଲେ ଭଲ। ପ୍ରାତଃ ୬ଟା ୭ମିନିଟ୍ ପରେ ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ । ଶୁଭସମୟ ପ୍ରାତଃ ୫ଟା ୧୧ମିନିଟ୍ ରୁ ୬ଟା ୨ମିନିଟ୍, ସକାଳ ୯ଟା ୩୪ମିନିଟ୍ ରୁ ୧୧ଟା ୧୭ମିନିଟ୍, ସନ୍ଧ୍ୟା ୭ଟା ୩ମିନିଟ୍ ରୁ ରାତ୍ର ୯ଟା ୧୨ମିନିଟ୍। ପର୍ବଦିନ ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:- 

ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ଉପରିସ୍ଥ  କର୍ମଚାରୀ, ଗୁରୁ ଓ ଗୁରୁଜନମାନଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହୋଇ ମାନସିକ ଶାନ୍ତି ଓ ଋଣଭାର ଲାଘବ ହେବ। ସ୍ୱାସ୍ଥ୍ୟ ଭଲ ରହିବା ସହ ବିିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ସହନଶୀଳତା ଯୋଗେ ପ୍ରଶଂସା ମିଳିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ।  ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ଛାତ୍ର ଛାତ୍ରୀମାନେ ହସ ଖୁସିରେ ସମୟ କଟାଇବା ସହ  ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ଅବିବାହିତ ଯୁବକ ଓ ଯୁବତୀଙ୍କର ବିବାହ ଧାର୍ଯ୍ୟ ହେବ। କର୍ମକ୍ଷେତ୍ରରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇ, ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବା ଫଳରେ ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ। ନୂତନ ବ୍ୟବସାୟରମ୍ଭ, ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ଆର୍ଥିକସ୍ଥିତି ଆବଶ୍ୟକଠାରୁ ଅଧିକ ବିସ୍ତାରିତ ହେବ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। କର୍ମଚାରୀଙ୍କର ଉପରିସ୍ଥ ଅଧିକାରୀଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ।ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ଅବିବାହିତ ଯୁବକ ଓ ଯୁବତୀଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ବକେୟା ଅର୍ଥ ପ୍ରାପ୍ତି ହେବ ଏବଂ ନୂତନକାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପ୍ରତୀଯୋଗିତାରେ ସଫଳହେବେ। ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ। ସନ୍ତାନଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ଛାତ୍ର ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ବ୍ୟବସାୟ ବୃଦ୍ଧି ହୋଇ ସ୍ୱଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। କର୍ମଚାରୀମାନେ କର୍ମକ୍ଷେତ୍ରରେ ଉନ୍ନତି କରିବେ। ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ:-

ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ଋଣ ଭାରରୁ ମୁକ୍ତି ପାଇବେ। ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। କ୍ଷମତା ଓ ଶକ୍ତି ବଳରେ ସମୟ ବିତାଇବେ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଫାଇଦା ପାଇବେ। ବ୍ୟବସାୟୀମାନେ ସାଧୁ ସଚ୍ଚୋଟ ଭାବେ ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। କର୍ମଜୀବିମାନେ କର୍ତ୍ତବ୍ୟ ସାଧନକୁ ମାନ୍ୟତା ଦେଇ ପ୍ରଶଂସିତ ହେବେ। କୃଷିଜୀବିମାନେ ଉତ୍ସାହିତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ସାମାନ୍ୟ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବାରୁ ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବେ। ରାଜନୀତିରେ ଜନହିତକର କାର୍ଯ୍ୟ କରି ପ୍ରଶଂସା ପାଇବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ। ଋଣ ପରିଶୋଧରେ ସଫଳତା ମିଳିବ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ଛାତ୍ରଛାତ୍ରୀମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-

ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ଉପରିସ୍ଥଙ୍କ ଶ୍ରଦ୍ଧାର ପାତ୍ର ହେବେ। ଘରୋଇ କର୍ମଜୀବିମାନେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ଗତି କରିବେ। ରାଜନୀତିରେ ସମାଲୋଚିତ ହେଲେ ମଧ୍ୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସମ୍ମାନ ପ୍ରତିଷ୍ଠା ଅତୁଟ ରହିବ। କୃଷିଜିବି ମାନେ ହସଖୁସିରେ ସମୟ ବିତାଇବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ବ୍ୟବସାୟୀମାନେ କାରବାର ଯେତିକି ହେଲେ ବି ତହିଁରେ ସଂସ୍ଥା ଚଳାଇ ଗୁଜୁରାଣ ମେଣ୍ଟାଇ ପାରିବେ। କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ। ରାଜନୀତିରେ ଲୋକସମ୍ପର୍କକୁ ଆଧାର କରି ଆଗେଇବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ। ପରିବାରରେ କର୍ମାନୁଯାୟୀ ଅପେକ୍ଷାକୃତ ଫଳପ୍ରାପ୍ତି ହେତୁ ସୁସ୍ଥ ବାତାବାରଣ ପାଇବେ। କୃଷିଜୀବିମାନେ କଠିନ ପରିଶ୍ରମ କରି ଆଶାନୁରୂପ ଲାଭବାନ ହେବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ଧନୁ:-

ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ଅଧିକ ପୁଞ୍ଜି ନିବେଶ କରି ଆଶାତିତ ଲାଭ ପାଇବେ। ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ। କର୍ମକ୍ଷେତ୍ରରେ  କର୍ମ ଯୋଗକୁ  ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧିହେବା ସହ ନିଜର ମାନସମ୍ମାନ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୃଷିଜୀବିମାନଙ୍କର ଉନ୍ନତି ହେବା ସହ ଋଣ ପରିଶୋଧର ସୁଯୋଗ ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ପାରିବାରିକ ଦ୍ୱନ୍ଦ ସମାଧାନ ହେବା ଫଳରେ ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତି, ଆର୍ଥିକ ଉନ୍ନତି, ମାନସିକ ସ୍ଥିରତା, ଶତୃନାଶ ସହିତ ଶୁଖି ଦାମ୍ପତ୍ୟ ଜୀବନ ଆତିବାହିତ କରିବେ। ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ଉପର ମହଲରୁ ଆଶାତୀତ ଉପକୃତ ହେବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହୋଇ ବଡ଼ନେତାଙ୍କୁ ସନ୍ତୁଷ୍ଟ କରି ସ୍ଥାନ ସ୍ଥିତି ଅଟଳ ରଖି ପାରିବେ। କୃଷିଜୀବି ମାନେ ସୁଖଶାନ୍ତିରେ ଦିନଟି କଟାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସାମାଜିକ କାର୍ଯ୍ୟରେ ଲୋକ ସମ୍ପର୍କରେ ଉନ୍ନତି ହେବା ଯୋଗେ ପ୍ରଶଂସା ଲାଭ କରିବେ।ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସମ୍ମାନ ଅକ୍ଷୁର୍ଣ୍ଣ ରହିବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବେ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। କର୍ମକ୍ଷେତ୍ରରେ କର୍ତ୍ତବ୍ୟ ଠିକ୍ ତୁଲେଇବା ଫଳରେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ। ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ। ଟଙ୍କ। ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ସରକାରୀ କର୍ମଚାରୀଙ୍କର କର୍ମକ୍ଷେତ୍ରରେ ସନ୍ତୋଷ ଦେଖାଦେବ। ବ୍ୟବସାୟୀମାନେ କାରବାରବୃଦ୍ଧି ଫଳରେ ବିଶେଷ ଲାଭବାନ୍ ହେବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବା ସହ ସମ୍ମାନର ସହିତ ଦିନ ବିତାଇବେ। କୃଷିଜୀବିମାନଙ୍କର ଆର୍ଥିକ, ପାରିବାରିକ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!