୨୦୨୧ ମସିହା, ଅଗଷ୍ଟ ମାସ ୨୯ ତାରିଖ, ରବିବାର, ସିଂହ ମାସ ୧୩ ଦିନ, ଭାଦ୍ରବ ମାସ, କୃଷ୍ଣପକ୍ଷ, ସପ୍ତମୀ ତିଥି, କୃତ୍ତିକା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର, ଦିବା ୧୦ଟା ୨୦ମିନିଟ୍ ଗତେ ବୃଷ ରାଶିରେ ଚନ୍ଦ୍ର । ଧୃବ ଯୋଗ ସକାଳ ୬ଟା ୪୩ମିନିଟ୍ ଗତେ ବ୍ୟାଘାତ ଯୋଗ, ବିଷ୍ଟି କରଣ ଦିବା ୧୦ଟା ୯ମିନିଟ୍ ଗତେ ବବ କରଣ । ମେଷ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର ଦିବା ୧୦ଟା ୨୦ମିନିଟ୍ ଗତେ ବିଛା ରାଶିର ଘାତଚନ୍ଦ୍ର । ତାଳ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ରାତ୍ରି ୧୧ଟା ୨୫ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୧ଟା ୪୭ମିନିଟ୍ ରୁ ଦିବା ୧ଟା ୨୦ମିନିଟ୍ । ଦିବା ୧୦ଟା ୧୪ମିନିଟ୍ ରୁ ଦିବା ୧୧ଟା ୪୭ମିନିଟ୍ । ରାତ୍ରି ୧ଟା ୧୪ମିନିଟ୍ ରୁ ୨ଟା ୪୦ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୫ମିନିଟ୍ ରୁ ୯ଟା ୪୧ମିନିଟ୍, ଦିବା ୧ଟା ୨୧ମିନିଟ୍ ରୁ ୧ଟା ୫୦ମିନିଟ୍, ସନ୍ଧ୍ୟା ୬ଟା ୪୮ମିନିଟ୍ ରୁ ରାତ୍ର ୯ଟା ୪ମିନିଟ୍, ରାତ୍ର ୧୨ଟା ୧୧ମିନିଟ୍ ରୁ ୧ଟା ୧୩ମିନିଟ୍ । ପର୍ବଦିନ- ଖୁରୁରୁକୁଣୀ ଓଷା ପ୍ରଥମ ପାଳି ଆରମ୍ଭ ।
ମେଷ:-ସାମାଜିକ କାର୍ଯ୍ୟ କରିବାକୁ ଇଛୁକ ହେବେ । ଶକ୍ତି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ବିବେକ ସହିତ କାର୍ଯ୍ୟ କରନ୍ତୁ, ଲାଭ ପାଇବେ । ଧାର୍ମିକ ସ୍ଥାନକୁ ପରିଦର୍ଶନ କରିବେ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମର୍ଥନ ଓ ମାର୍ଗଦର୍ଶନ ପ୍ରାପ୍ତି ହେବ । ଜୀବନ ସାଥୀଙ୍କ ସହିତ ସମ୍ପର୍କ ଭଲ ହେବା ଫଳରେ ପରିବାରରେ ସୁଖ ଶାନ୍ତି ଲାଗି ରିହବ । ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯୋଜନା କରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-ସାଙ୍ଗମାନଙ୍କ ଠାରୁ ସମର୍ଥନ ପାଇ ଯେ କୌଣସି କାର୍ଯ୍ୟ ପାଇଁ ତତ୍ପରତା ଦେଖାଦେବ । ସୃଜନ ଶୀଳତା ବିକାଶ ହୋଇପାରେ । ବୌଦ୍ଧିକ କାର୍ଯ୍ୟରେ ସଫଳ ହେବେ । ପାର୍ଟି ବା ପିକ୍ନିକ୍ ପାଇଁ ଆୟୋଜନ କରାଇ ପାରନ୍ତି । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ପୁରୁଣା ରୋଗପ୍ରତି ଅଣଦେଖା କରନ୍ତୁ ନାହିଁ । ଯେ କୌଣସି ବ୍ୟକ୍ତିଙ୍କ ବିବାଦରେ ଠିଆ ହୁଅନ୍ତୁ ନାହିଁ । ନିଜର କଥାପ୍ରତି ସଂଯତ ରୁହନ୍ତୁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:-ସହଭାଗୀ ଓ ବନ୍ଧୁମାନେ ସହଯୋଗ କରିବା ଫଳରେ ବ୍ୟବସାୟର ଲାଭଦାୟକ ହେବେ । ରୋଜଗାର କରିବା ପାଇଁ କରିଥିବା ଚେଷ୍ଟାରେ ସଫଳ ହେବେ । ସ୍ଥାୟି ସମ୍ପତ୍ତି କ୍ରୟ ବା ବିକ୍ରୟ ପାଇଁ ଯୋଜନା କରିବେ । ଶତୃମାନେ ଦୂରେଇଯିବା ଫଳରେ ଉନ୍ନତି କରିବାର ରାସ୍ତା ଦେଖାଦେବ । ଚାକିରୀରେ ଅଧିକାର ବଢ଼ିପାରେ । ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତି ହେବ । ସନ୍ତାନଙ୍କ ସମ୍ବନ୍ଧିୟ କୌଣସି ଶୁଭ ସୂଚନା ଶୁଣିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କର୍କଟ:-ସାମାଜିକ ଉତ୍ସବରେ ଯୋଗ ଦେଲେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ପୁରୁଣା ଧନଲାଭ ହେବାରୁ ଖୁସି ହେବେ । ରାଜନୀତି କ୍ଷେତ୍ରରେ ସୌଭାଗ୍ୟ ବୃଦ୍ଧି ହେବା ସହ ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ପିଲାମାନଙ୍କ ସଫଳତାରେ ଖୁସିହେବେ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହୋଇ ଆର୍ଥିକ ଚିନ୍ତା ଦୁରହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ଥିବାରୁ ମାନସିକ ଦୁଶ୍ଚିନ୍ତା ଦୂରହୋଇ ଯିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ସିଂହ:-ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ । ପାରିବାରିକ ସମସ୍ୟା ଗୁଡ଼ିକୁ ନିଜରବୁଦ୍ଧି, ବିବେକ ଖଟାଇ ସମାଧାନ କରି ପାରିବେ । ଶେଷ ପର୍ଯ୍ୟାୟରେ ଉପନୀତ ହୋଇଥିବା ବିଦ୍ୟାର୍ଥୀମାନେ ମନମୁତାବକ କର୍ମ ପାଇବେ । ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରିବାକୁ ମନ ବଲେଇ ପାରନ୍ତି । ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
କନ୍ୟା:-କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ଦାମ୍ପତ୍ୟ କଳହର ଅବସାନ ଘଟିବ । ଛାତ୍ର ଛାତ୍ରୀମାନେ ପଢ଼ାପଢ଼ିରେ ମନଯୋଗ ଦେବେ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଅନୁଭବ କରିବେ । ଖାଦ୍ୟପେୟର ଅବ୍ୟବସ୍ଥା ଯୋଗେ ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ତୁଳା:- ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିପାରେ । ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ସହାୟତା ପାଇ ଅଧିକ ଲାଭର ସୁଯୋଗ ପାଇବେ । ଶତ୍ରୁବାଧା ଦୂରେଇ ଯିବ ଓ ଋଣରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବେ । ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେଇ ପ୍ରଶଂସା ପାଇବେ । ରାଜନୀତି କାର୍ଯ୍ୟରେ ବିରୋଧୀମାନେ ହଇରାଣ ହୋଇ ମଥାନତ କରିବେ । ଆର୍ଥିକ ଦିଗରୁ ଉନ୍ନତି ହେବା ସହ ନୂତନ ପଦାର୍ଥ ସଂଗ୍ରହ କରିବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
ବିଚ୍ଛା:-ସ୍ୱାସ୍ଥ୍ୟ ଉତ୍ତମ ରହିବ, ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବା ସହ ଆକସ୍ମିକ ଧନ ପ୍ରାପ୍ତି ହେବ । ସାମାଜିକ ପତିଆରା ଅମଳିନ ରହିବ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ପାରିବେ । ନୂତନ ଯୋଜନା ପ୍ରସ୍ତୁତ କଲେ ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ । ପ୍ରତିକାର- ନାଲିବସ୍ତ୍ର ପରିଧାନ କରନ୍ତୁ । ନତୁବା ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।
ଧନୁ:-ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ଛାତ୍ରଛାତ୍ରୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । କିନ୍ତୁ ବାକ୍ୟ ସଂଯମତା ନରଖିଲେ ମାଲିମୋକଦ୍ଦମାର ଭୟ ରହିବ । ସନ୍ତାନ ଯୋଗେ ଚିନ୍ତିତ ରହିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ମକର:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବ୍ୟବସାୟୀ ମାନଙ୍କର କାରବାର ଯେତିକି ହେଲେ ବି ତହିଁରେ ସଂସ୍ଥା ଚଳାଇ ଗୁଜୁରାଣ ମେଣ୍ଟାଇ ପାରିବେ । ବିଦ୍ୟାର୍ଥୀମାନେ ପରିଶ୍ରମ ମୁତାବକ ଫଳ ପାଇବେ । କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ଓ ନିଜର ମାନସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ଗୃହୋପକରଣ କ୍ରୟ କରିଲେ ଆର୍ଥିକ ସ୍ଥିତି ଦୁର୍ବଳ ହେବ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।
କୁମ୍ଭ:- ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବା ସହ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । ଯାତ୍ରାଫଳରେ ଉତ୍ସାହିତ ହେବେ । ପ୍ରତିକାର- ନୀଳବସ୍ତ୍ର ପରିଧାନ କରନ୍ତୁ । ନତୁବା ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ ।
ମୀନ:-ବ୍ୟବସାୟରେ ପ୍ରେରଣା ପାଇ ଅଚଳାବସ୍ଥା ସୁଧାରି ପାରିବେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ । ଗୁରୁଜନ ମାନଙ୍କ ଠାରୁ ଆର୍ଶିବାଦ ପାଇବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି ଫଳରେ ପ୍ରଶଂସିତ ହେବେ । ପ୍ରେମ କ୍ଷେତ୍ରରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
Jyotirbid Dr. Pramod Satapathy
Jantra Jyotisha, Cuttack
For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674