ଦୈନିକ ରାଶିଫଳ: 28 ଅଗଷ୍ଟ 2021, ଶନି ଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ କିଛି ବଡ ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅଗଷ୍ଟ ମାସ ୨୮ ତାରିଖ, ଶନିବାର, ସିଂହ ମାସ ୧୨ ଦିନ, ଭାଦ୍ରବ ମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର । ବୃଦ୍ଧି ଯୋଗ ପ୍ରାତଃ ୫ଟା ୫୩ମିନିଟ୍ ଗତେ ଧୃବ ଯୋଗ, ଗର କରଣ ସକାଳ ୭ଟା ୪୯ମିନିଟ୍ ଗତେ ବାଣିଜ୍ୟ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ, ରାତି ୮ଟା ୫୬ମିନିଟ୍ ପରେ ତାଳ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ରାତ୍ରି ୮ଟା ୫୬ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ-ପ୍ରାତଃ ୫ଟା ୩୩ମିନିଟ୍ ରୁ ୭ଟା ୭ମିନିଟ୍, ଦିବା ୪ଟା ୨୮ମିନିଟ୍ ରୁ ସନ୍ଧ୍ୟା ୬ଟା ୧ମିନିଟ୍ । ଦିବା ୧ଟା ୨୧ମିନିଟ୍ ରୁ ଦିବା ୨ଟା ୫୪ମିନିଟ୍ । ସନ୍ଧ୍ୟା ୬ଟା ୧ମିନିଟ୍ ରୁ ୭ଟା ୨୮ମିନିଟ୍, ରାତ୍ରି ୪ଟା ୭ମିନିଟ୍ ରୁ ୫ଟା ୩୪ମିନିଟ୍ । ଶୁଭସମୟ- ଦିବା ୧୦ଟା ୧୫ମିନିଟ୍ ରୁ ୧ଟା ୧ମିନିଟ୍, ରାତ୍ର ୮ଟା ୨୧ମିନିଟ୍ ରୁ ୧୦ଟା ୩୭ମିନିଟ୍, ରାତ୍ର ୧୨ଟା ୧୧ମିନିଟ୍ ରୁ ୧ଟା ୪୨ମିନିଟ୍, ରାତ୍ର ୨ଟା ୩୦ମିନିଟ୍ ରୁ ୪ଟା ।

ମେଷ:-ରଚନାତ୍ମକ କାର୍ଯ୍ୟରେ ଭାଗ ନେବା ଉଚିତ୍‌ । ପରିବାରରେ ସୁଖର ପରିବେଶ ରହିବ । ଅଳ୍ପ ପରିଶ୍ରମ ଦ୍ୱାରା ନିଜର ଲକ୍ଷ ହାସଲ କରି ପାରିବେ । ପୁରୁଣା ସାଙ୍ଗମାନଙ୍କ ସହିତ ଭେଟ ହେବାରୁ ବହୁତ ଉତ୍ସାହିତ ହେବେ । ନୂତନ ରୋଜଗାର କରିବା ପାଇଁ ଚେଷ୍ଟା କରିବେ । ପିଲାମାନଙ୍କର ସ୍ୱଭାବକୁ ନେଇ ଚିନ୍ତିତ ରହିବେ । ଟଙ୍କା ଦେବା ନେବା କାରବାର ବିଷୟରେ ସାବଧାନ ରହିବା ଉଚିତ୍‌ । ନଚେତ୍‌ ଟଙ୍କା ଅଟକି ଯାଇ ପାରେ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସଫଳତା ଲାଭକରିବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ । ଅଥିତିମାନେ ଘରକୁ ଆସିବେ । ସ୍ୱାସ୍ଥ୍ୟପ୍ରତି ସାବଧାନ ରହିବା ଉଚିତ୍‌ । ଯେ କୌଣସି ସ୍ଥାନରେ ବଡ଼ ଧରଣର ନିବେଶ କରନ୍ତୁ ନାହିଁ । ମିତ୍ରଙ୍କ ବ୍ୟବହାରରେ ମନ ବ୍ୟଥିତ ହୋଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଶତୃ ପରାଜିତ ହୋଇ ବ୍ୟବସାୟରେ ଭଲ ଲାଭ ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ନୂଆ ସୂତ୍ରରେ ଧନ ଲାଭ ହୋଇ ଋଣ ପରିଶୋଧ କରି ପାରିବେ । ଧୈର୍ଯ୍ୟ ଓ ବୁଝାମଣା ସହିତ ସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ଅଫିସ୍‌ରେ ପରିବେଶ ସକରାତ୍ମକ ରହିବ । ବଡ଼ କମ୍ପାନୀରୁ ଚାକିରୀ କରିବାକୁ ଅଫର୍‌ ମିଳିପାରେ । ପ୍ରଭାବଶାଳୀ ଲୋକମାନଙ୍କର ସହଯୋଗ ପାଇବା ଫଳରେ ନୂତନ ଯୋଜନାରେ ସଫଳତା ମିଳିବ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ଆର୍ଥିକ କ୍ଷେତ୍ରରେ ଲାଭଦାୟକ ହେବା ଫଳରେ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ । କାର୍ଯ୍ୟରେ ସ୍ଥିରତା ରହିବ । ବ୍ୟବସାୟ କ୍ଷେତ୍ରରେ କାମ ଧୀର ଗତିରେ ପୂରଣ ହେବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରହିବ । ଶୁଭ ଖବର ଶୁଣିବାକୁ ପାଇବେ । ବିରୋଧୀ ମାନଙ୍କ ଉପରେ ନଜର ରଖି ବିଜୟୀ ହେବେ । ଶେୟାର ବଜାରରୁ ଭଲ ଅର୍ଥ ଲାଭ କରିପାରିବେ । କିଛି ନୂଆ କୌଶଳ ଶିଖିବା ପାଇଁ ଚେଷ୍ଟା କରିବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ସିଂହ:-ଶତୃବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳହେବେ । ପରିବାରରେ ପାରସ୍ପରିକ ବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଚାନକ ଭାବରେ ସ୍ଥାନ ପରିବର୍ତ୍ତନ ହୋଇପାରେ । ପୈତୃକ ବ୍ୟବସାୟ ପ୍ରତି ଧ୍ୟାନ ଦେବା ଉଚିତ୍‌ । ନୂଆ ସାଙ୍ଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ନଚେତ୍‌ କୌଣସି ଦ୍ୱନ୍ଦରେ ପଡିପାରନ୍ତି । ଆଖପାଖର ପରିବେଶ ଉପରେ ନଜର ରଖିବା ଉଚିତ୍‌ । ବନ୍ଧୁଙ୍କ ପ୍ରତି ଅଧିକ ବିଶ୍ୱାସ ନ କରିବା ଉଚିତ୍‌ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା:-ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧାର ସୁଯୋଗ ପାଇବେ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ବିରୋଧୀମାନେ ଷଡଯନ୍ତ୍ର ଜାରି ରଖିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ସୋସିଆଲ ମିଡିଆରେ ଭୁଲ୍‌ ବିଷୟ ବସ୍ତୁକୁ ପ୍ରଚାରିତ କରନ୍ତୁ ନାହିଁ । କେବଳ ନିଜର ନୁହେଁ ଅନ୍ୟର ଖୁସିକୁ ମଧ୍ୟ ବିବେଷ ଧ୍ୟାନ ରଖିବା ଉଚିତ୍‌ । ଛାତ୍ର ଛାତ୍ରୀମାନେ ନିଜ କ୍ୟାରିୟର ବିଷୟରେ ଖୁସି ରହିବେ । ବଡ଼ ଧରଣର ବ୍ୟବସାୟର ଚୁକ୍ତିପତ୍ର ହୋଇପାରେ । ଯଦି କୌଣସି ଇଣ୍ଟରଭ୍ୟୁ ଦେଇଛନ୍ତି ତେବେ ସେଥିରେ ସଫଳତା ମିଳିବାର ସମ୍ଭାବନା ବହୁତ ଅଛି । ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ଟଙ୍କା ନିବେଶ କରିପାରନ୍ତି । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ବିଚ୍ଛା:-ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ନିଜ ମନର ବୋଝ ହାଲୁକା ହେବ । କର୍ମକ୍ଷେତ୍ରରେ ଦୃଢମନବଳ ଓ ଉତ୍ସାହର ସହିତ କାର୍ଯ୍ୟ କରନ୍ତୁ । ଭାଗୀଦାର ମାନଙ୍କ ସହିତ ଭୁଲ୍‌ ବୁଝାମଣା ସମାଧାନ ହୋଇଯିବ । ବ୍ୟବସାୟରେ ଗ୍ରାହକ ମାନଙ୍କ ସହିତ ସମ୍ପର୍କ ଭଲ ରହିବା ଫଳରେ ଆଶାତୀତ ଲାଭ ପାଇବେ । ଭବିଷ୍ୟତକୁ ଚିନ୍ତା କରି ନିଜ କ୍ୟାରିୟର ପାଇଁ ଯୋଜନା କରିବେ । ପ୍ରେମୀକ ପ୍ରେମିକା ମାନଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ଆସିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ପାରିବାରିକ ସମସ୍ୟା ସମାଧାନ ହୋଇ ଦାମ୍ପତ୍ୟ ସୁଖରେ ଆଶାତୀତ ଖୁସି ପାଇବେ । ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ସ୍ଵନମ ଅର୍ଜନ କରିବେ । ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହି ପାରନ୍ତି । ଶାରୀରିକ ପୀଡା ଓ ମାନସିକ କଷ୍ଟ ଭୋଗି ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ଉତ୍ତମ ରୋଜଗାରର ବାଟମିଳିବ । ବାକିଥିବା ଅର୍ଥପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପ୍ରଶଂସା ପାଇବେ । ଗୃହସ୍ଥ ଜୀବନ ସୁଖମୟ ହେବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମକ୍ଷେତ୍ରରେ ବୁଝାମଣା ଠିକ୍ ରଖି ପାରିବେ । ଶିକ୍ଷାକ୍ଷେତ୍ରରେ କଠିନ ପରିଶ୍ରମ କରିବା ଫଳରେ ସଫଳତା ଲାଭ କରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଓ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ । ନୂତନ ବ୍ୟବସାୟ କରିବା ପାଇଁ ଯୋଜନା କରିବେ । ବ୍ୟବସାୟ ବୃଦ୍ଧି କରିବାର ସୁଯୋଗ ପାଇବେ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଦୂର ସ୍ଥାନକୁ ଯାତ୍ରା କରିବେ । ବୌଦ୍ଧିକ ଆଲୋଚନାରେ ଭାଗ ନେଇପାରନ୍ତି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ସହ ମାନସମ୍ମାନ ବୃଦ୍ଧି ହେବ । ସହକର୍ମୀଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ଆନନ୍ଦ ପାଇବେ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରିବା ଫଳରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!