ଦୈନିକ ରାଶିଫଳ: 26 ଅଗଷ୍ଟ 2021, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅଗଷ୍ଟ ମାସ ୨୬ ତାରିଖ, ଗୁରୁବାର, ସିଂହ ମାସ ୧୦ ଦିନ, ଭାଦ୍ରବ ମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ରେବତୀ ନକ୍ଷତ୍ର, ମୀନରାଶିରେ ଚନ୍ଦ୍ର । ଗଣ୍ଡଯୋଗ, ବାଳବ କରଣ ସନ୍ଧ୍ୟା ୫ଟା ୧୪ମିନିଟ୍ ଗତେ କୌଳବ କରଣ । ତୁଳା, କୁମ୍ଭ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ, ସନ୍ଧ୍ୟା ୫ଟା ୧୪ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଯୋଗିନୀ- ନୈରୁତେ ସନ୍ଧ୍ୟା ୫ଟା ୧୪ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୫୫ମିନିଟ୍ ରୁ ଦିବା ୪ଟା ୨୯ମିନିଟ୍ । ଦିବା ୪ଟା ୨୯ମିନିଟ୍ ରୁ ସନ୍ଧ୍ୟା ୬ଟା ୩ମିନିଟ୍ । ରାତ୍ରି ୧୧ଟା ୪୮ମିନିଟ୍ ରୁ ୧ଟା ୧୪ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୪ମିନିଟ୍ ରୁ ୭ଟା ୧୨ମିନିଟ୍, ଦିବା ୧୦ଟା ୩୪ମିନିଟ୍ ରୁ ୧ଟା ୨ମିନିଟ୍, ରାତ୍ର ୨ଟା ୩୦ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଓ ଅଧିକ ଲାଭ ମିଳିପାରେ । ବନ୍ଧୁମିତ୍ରଙ୍କ ସହିତ ସମୟ ବିତେଇବେ । ପାରିବାରିକ ସମସ୍ୟା ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ବୃଷ:- ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ଧନର ଆଗମନ ହୋଇପାରେ । ନୂତନ ଦ୍ରବ୍ୟ କ୍ରୟ କରିବେ । ଶତୃମାନେ ଦୂରେଇ ଯିବେ । କୋର୍ଟ କଚେରୀ ଧନ୍ଦା ମଧ୍ୟରେ ଅସ୍ୱସ୍ତି ପାଇବେ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମନରେଥିବା କାମନା ପୂର୍ଣ୍ଣ ହେବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇ ପାରିବ । ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ ।

ମିଥୁନ:-ଶାରୀରିକ କଷ୍ଟ ଦୂର ହେବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ସନ୍ତାନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିପାରେ । ବନ୍ଧୁମିତ୍ରଙ୍କ ଆଗମନ ହେବ ଓ ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ । ସୁଖଶାନ୍ତିରେ ଦିନ କାଟିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ସାମାଜିକ ପତିଆରା ଅମଳିନ ରହିବ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ପ୍ରେମୀକ ପ୍ରେମିକାଙ୍କ ସାମଞ୍ଜସ୍ୟ ବୃଦ୍ଧି ହେବ । ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରତିକାର- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ:-କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ଭାଇ ଓ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ପୁରୁଣା ସମ୍ପର୍କରୁ ଲାଭବାନ ହେବେ ଓ ତଳ ମହଲରୁ ଆଶାତୀତ ଲାଭ ପାଇବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ସ୍ଵାସ୍ଥ୍ୟ କ୍ଷେତ୍ରରେ ଉଦରପୀଡା ଓ ଚକ୍ଷୁପୀଡା ଦେଖାଦେଇପାରେ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

କନ୍ୟା:-ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ । ପୁରୁଣା ନିବେଶ ଲାଭ ଦେବ । ଆର୍ଥିକସ୍ଥିତି ସୁଧୁରି ଯିବା ଫଳରେ ଯଶ ପ୍ରତିଷ୍ଠା ମିଳିବ । କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ ମଧ୍ୟ କରିବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ତୁଳା:-କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟମିଳିବ । ଦୂରଯାତ୍ରାରେ ସଫଳ ହେବେ । ବକେୟା ଅର୍ଥ କିଛି ମିଳିବ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପାଇବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ପାରିବାରିକ ଜୀବନରେ ସୁଖଶାନ୍ତି ପାଇବା ସହ ସୁସମ୍ବାଦ ପ୍ରାପ୍ତି ହେବ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:-ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । କର୍ମକ୍ଷେତ୍ରରେ ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-ଉଚିତପନ୍ଥା ଗ୍ରହଣ କରି ନିଯେ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ । କୋର୍ଟ କଚେରୀ ମାମଲାର ଶୁଣାଣି ଯୋଗେ ବ୍ୟସ୍ତତା ବଢିଯିବ । କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ବ୍ୟବସାୟିକ କ୍ଷେତ୍ରରେ ପରିଶ୍ରମ କଲେ ଧନ ପ୍ରାପ୍ତି ହେବ । ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ବିଦ୍ୟାକ୍ଷେତ୍ରରେ ସଫଳତା ପାଇବେ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ମକର:-ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ଆର୍ଥିକସ୍ଥିତି ସୁଦୃଢ ହେବ । କୋର୍ଟ କଚେରୀ ମାମଲାରେ ବେଶି ଉପକୃତ ହେବେ । କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ମାନସମ୍ମାନ ବୃଦ୍ଧିହେବା ସହ ସୁଖଶାନ୍ତି ପାଇବେ । କର୍ମକ୍ଷେତ୍ରରେ ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ବ୍ୟବସାୟିକ ସ୍ଥିତି ସୁଧୁରିଯାଇ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ପ୍ରତିକାର- ଧଳାଚନ୍ଦନ ଘୋରି ଧାରଣ କରନ୍ତୁ ।

କୁମ୍ଭ:-କର୍ମଜୀବୀମାନେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ପ୍ରେମୀକ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ବିଦ୍ୟାର୍ଥୀ ମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ କମିଯିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ । ଜୀବନ ସାଥୀଙ୍କ ଠାରୁ ଭଲ ସମର୍ଥନ ପାଇବେ । ଅଫିସରେ ମାଲିକଙ୍କର ଆଚରଣ ଆପଣଙ୍କ ପ୍ରତି ଭଦ୍ରଭାବ ରହିବ । ସମୟ ପୂର୍ବରୁ ବ୍ୟବସାୟରେ ନିଜର ଲକ୍ଷ ପୂରଣ କରିପାରିବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!