ସର୍ବାର୍ଥ ସିଦ୍ଧି ଯୋଗ ଓ ପାରିଜାତ ଯୋଗରେ ପାଳନ ହେବ ଏହି ମକର ସଙ୍କ୍ରାନ୍ତି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୧୮ ମକର ସଂକ୍ରାନ୍ତିରେ ହେବ ୨ ଟି ଶୁଭ ଓ ଲାଭଦାୟକ ଯୋଗ।

୧୪ ଜାନୁୟାରୀ ରବିବାର ଦିନ ମକରସଂକ୍ରାନ୍ତି ପାଳନ ହେବ। ଏମିତି ବହୁତ ଥର ଏହି ମକର ସଂକ୍ରାନ୍ତିକୁ ନେଇକି ପାଞ୍ଜିରେ ମତଭେଦ ଦେଖାଯାଇଛି। କିଛି ପାଞ୍ଜିରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ୧୪ଜାନୁୟାରୀ ଦିନ ୨ଟାପରେ , ଏବଂ ଅନ୍ୟ କିଛି ପଞ୍ଜିକାରେ ରାତି ୮ ଟାରେ ସୂର୍ଯ୍ୟ ମକର ରାଶିକୁ ପ୍ରବେଶକରିବେ ବୋଲି ଉଲ୍ଲେଖ ଅଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
  • କିନ୍ତୁ ଦୃକ୍ ସିଦ୍ଧ ପଞ୍ଜିକା ଅନୁସାରେ ଜାନୁୟାରୀ ୧୪କୁ ହିଁ ମକର ସଂକ୍ରାନ୍ତି ବୋଲି କୁହାଯାଇଛି।
  • ୧୪ ଜାନୁୟାରୀରେ କେବଳ ସୂର୍ଯ୍ୟ ଉତ୍ତରାୟଣ ହେବେ ସେତିକି ନୁହେଁ, ବରଂ ସର୍ବତ୍ର ସିଦ୍ଧି ଓ ପାରିଜାତ ଯୋଗ ମଧ୍ୟ ହେଉଅଛି।
  • ଜାନୁୟାରୀ ୧୪, ଦିନ ୨ ଟା ବେଳକୁ ସର୍ବତ୍ର ସିଦ୍ଧି ଯୋଗ ଆରମ୍ଭ ହେବ। ଏହି ସମୟରେ କରୁଥିବା କାର୍ଯ୍ୟରେ ସଫଳତା ମିଳିବ।
  • ଏହାସହିତ ଜାନୁଆରୀ ୧୪ଦିନ ଗୁରୁ ଓ ମଙ୍ଗଳଗ୍ରହ ତୁଳା ରାଶିରେ ଏକ ସାଙ୍ଗରେ ରହିବେ, ଯାହାଦ୍ବାରା ପାରିଜାତ ଯୋଗ ମଧ୍ୟ ହେବ।
  • ଏହି ଯୋଗ ଶୁଭ ଓ ମଙ୍ଗଳକାରୀ ବୋଲି କୁହାଯାଏ। ଏହି ଯୋଗ ଆସିବା ଦ୍ବାରା କିଛି ଲୋକଙ୍କର ବହୁତ କିଛି ଶୁଭ ହେବ।
  • ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଏହାକି ବର୍ତ୍ତମାନ ସୂର୍ଯ୍ୟ ଧନୁ ରାଶିରେ ଥିବାରୁ ସବୁ ଶୁଭ କାର୍ଯ୍ୟ ବର୍ଜିତ, ସୂର୍ଯ୍ୟ ମକର ରାଶିକୁ ଗଲାପରେ ଯେ କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଶୁଭ ଅଟେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ
ଦୈନିକ ରାଶିଫଳ WhatsApp ରେ ପାଆନ୍ତୁ