ଆର୍ଥିକ କ୍ଷେତ୍ର କିପରି ରହିବ? ଆଜି କେମିତି ରହିବ ଆପଣଙ୍କ ଦିନ : ୧୦ ଜାନୁୟାରୀ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୦ ଜାନୁୟାରୀ ୨୦୧୮

ମେଷ

ବ୍ୟବସାୟୀମାନେ ସ୍ଥଳବିଶେଷରେ ଅଧିକ ପରିଶ୍ରମ ବିନା ଅଧିକ ଲାଭବାନ ହେବା  ନିମନ୍ତେ ଅନ୍ୟମାନଙ୍କୁ ସିଡି ରୂପେ ବ୍ୟବହାର କରିବେ। କର୍ମ କ୍ଷେତ୍ରରେ ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ ।ପାରିବାରିକ ଜୀବନରେ ସ୍ଵାମୀସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

[insert page=’rasiphala-common-contents’ display=’content’]

ବୃଷ

ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ। ସ୍ଥାନାନ୍ତର ହେବାକୁ ଚାହୁଁଥିଲେ, ଆଜି ଚେଷ୍ଟାକଲେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

 ମିଥୁନ

କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ଗସ୍ତ କାର୍ଯ୍ୟକ୍ରମ ଥିଲେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ। ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ। ପ୍ରତିକାରପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

କର୍କଟ

ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ମଧ୍ୟ ଚାଲୁରଖିବେ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବ । ପାରିବାରିକ କ୍ଷେତ୍ରରେ ମାତୃପୀଡା ଯୋଗ ରହିଛି। ମହିଳାମାନେ ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ୍ଣା ଓ ପତିପ୍ରିୟା ହେବେ। ପ୍ରତିକାର ସକାଳୁ ଉଠି ଗୁଡ ରୁଟି ଗାଈକୁ ଖାଇବାକୁ ଦେବ।

ସିଂହ

ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ।  ପ୍ରତିକାରନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା

ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ପାରିବାରିକ ଜୀବନରେ ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ। ପରିବହନ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ସ୍ଵାସ୍ଥ୍ୟହାନିର ମଧ୍ୟ ଆଶଙ୍କା ରହିଛି। ପ୍ରତିକାର ଗାଈକୁ ସଦ୍ୟ ଘାସ ଖାଇବାକୁ ଦିଅନ୍ତୁ।

ତୁଳା

ପାରିବାରିକ ଜୀବନରେ ଗୁରୁଜନ କେହି ଅସନ୍ତୁଷ୍ଟରହିବେ। କାହାରି ପାଖରେ ମୁଣ୍ଡ ନଇଁବ ନାହିଁ।ମହିଳାମାନେ  ଚାକିରିରେ ଉତ୍ତମ ରୋଜଗାର କରିପାରିବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ମହିଳାମାନେ ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ହଇରାଣ ହେବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ବିଛା

ନାନା ବାଟରେ ଧନାଗମ ଘଟିବ ଓ ସେହିପରି ଖର୍ଚ୍ଚର ଦ୍ଵାର ସାହାଣ ମେଲା ରହିବ।ପାରିବାରିକ ଜୀବନରେ ଅ।ବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ  ଅକ୍ଷୁର୍ଣ୍ଣ ରଖିବେ।ମହିଳାମାନେ ଗୃହସମସ୍ୟାକୁ ସମାଧାନ କରିଧନ ସମ୍ପତିକୁ ଆୟତ୍ତ କରିପାରିବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ଧନୁ

ବ୍ୟବସାୟ ବୃଦ୍ଧି ଯୋଜନାରେ ହାତ ଦେବାକୁ ଅନୁପ୍ରାଣିତ ହେବେ।ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ।ମହିଳାମାମାନେ ଅର୍ଥକୁ ଭଗବାନ ଜ୍ଞାନ କରି ଗୁରୁତ୍ଵ ଦେଇ ଚାଲିବାଦ୍ଵାରା ଘର ହସିଉଠିବ। ପ୍ରତିକାର ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

ମକର

ବ୍ୟୟ ଭରଣା କରି  ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇପାରିବେ। ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ପାଇପାରିବେ। ମହିଳାମାନେ କର୍ମକ୍ଷେତ୍ରର ସମସ୍ୟାକୁ ସମାଧାନ କରିମାନସମ୍ମାନ ପାଇବେ। ପ୍ରତିକାର ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ

କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ଉଦ୍ଦୀପନା ବୃଦ୍ଧିହେବା ଫଳରେ କର୍ମର ଚାପ ବଢିବାଦ୍ଵାରା କଷ୍ଟପାଇବେ। ଇଷ୍ଟ ପ୍ରାପ୍ତ ହେବାର ଅନେକ ଅବସର ପାଇବେ।ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷ ଦେଖାଦେବ। ପାରିବାରିକ ଜୀବନ ସୁଖରେ କାଟିବେ। ପ୍ରତିକାରମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ମୀନ

ଆପଣାଲୋକ ଭାବେ ଗଣତି ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ବାଦ ସାଧିବା ଉଦେଶ୍ୟରେ କାଗଜପତ୍ର ଗୋଳମାଳ କରାଇ ରାଜକୋପର ବଳୟମଧ୍ୟକୁ ଘୋଷାଡ଼ି ନେଇ ପାରନ୍ତି। ତେଣୁ ସତର୍କ ରହିବା ଉଚିତ୍।ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିବ।ପ୍ରତିକାର ଭିକାରୀକୁ ନିରାଶ କରିବେ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ