ଦୈନିକ ରାଶିଫଳ: ୭ ଜୁଲାଇ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୭ ଜୁଲାଇ ୨୦୧୮

ମେଷ

ବ୍ୟବସାୟୀମାନେ ସ୍ଥଳବିଶେଷରେ ଅଧିକ ପରିଶ୍ରମ ବିନା ଅଧିକ ଲାଭବାନ ହେବା ନିମନ୍ତେ ଅନ୍ୟମାନଙ୍କୁ ସିଡି ରୂପେ ବ୍ୟବହାର କରିବେ। କର୍ମ କ୍ଷେତ୍ରରେ ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ। ପାରିବାରିକ ଜୀବନରେ ସ୍ଵାମୀସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ନିରର୍ଥକ ମନସନ୍ତାପ, ମାନସିକ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟିହେବ। ପ୍ରତିକାର: ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ

ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ। ସ୍ଥାନାନ୍ତର ହେବାକୁ ଚାହୁଁଥିଲେ, ଆଜି ଚେଷ୍ଟାକଲେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ। ତୀର୍ଥ ଯାତ୍ରା ଓ ଦେବ ଦର୍ଶନ କରିବେ। ଆର୍ଥିକ ଟଣାଟଣି ଅବସ୍ଥା ସୁଧୁରି ଯିବ। ନିଜର ଭୁଲ୍ ଯୋଗୁଁ ବ୍ୟବସାୟରେ ହାନି ହେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର:- ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ମିଥୁନ

କର୍ମ ଓ ବ୍ୟବସାୟ କ୍ଷେତ୍ରରୁ ଆଶାତୀତ ଲାଭପ୍ରଦ ହେବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ। ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ିବ। ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ। କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇଆନନ୍ଦିତ ହେବେ। ପ୍ରତିକାର : ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

କର୍କଟ

ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁରଖିବେ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବ। ମହିଳାମାନେ ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ୍ଣା ଓ ପତିପ୍ରିୟା ହେବେ। ଗସ୍ତ କାର୍ଯ୍ୟକ୍ରମ ଥିଲେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ। ସାମାନ୍ଯ ଚେଷ୍ଟା କାଲେ ଜମି, ଜମା ବିବାଦ ମେଣ୍ଟି ଯିବ। ପ୍ରତିକାର ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ

ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ। ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ। ଧର୍ମାନୁଷ୍ଠାନରେ ଯୋଗ ଦେଇ ସମ୍ମାନ ପାଇବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ। କର୍ମ କ୍ଷେତ୍ରରେ ଉପେକ୍ଷା ଓ ବ୍ୟବହାର ଯୋଗୁଁ କ୍ଷତି ସହିବେ। ପୁରାତନ ରୋଗ ନେଇ ଚିନ୍ତିତ ରହିବେ। ପ୍ରତିକାରନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା

ଆପଣାଲୋକ ଭାବେ ଗଣତି ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ବାଦ ସାଧିବା ଉଦେଶ୍ୟରେ କାଗଜପତ୍ର ଗୋଳମାଳ କରାଇ ରାଜକୋପର ବଳୟମଧ୍ୟକୁ ଘୋଷାଡ଼ି ନେଇ ପାରନ୍ତି। ତେଣୁ ସତର୍କ ରହିବା ଉଚିତ୍। ପରିବହନ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ସ୍ଵାସ୍ଥ୍ୟହାନିର ମଧ୍ୟ ଆଶଙ୍କା ରହିଛି। ମହିଳାମାନେ ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ହଇରାଣ ହେବେ। ପ୍ରତିକାର ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା

ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ପତ୍ନୀ ଏବଂ ସନ୍ତାନଙ୍କ ସହ ଭ୍ରମଣ କରିବେ। କାହାରି ପାଖରେ ମୁଣ୍ଡ ନଇଁବ ନାହିଁ। ମହିଳାମାନେ ଚାକିରିରେ ଉତ୍ତମ ରୋଜଗାର କରିପାରିବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ବିଛା

ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରା ଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ବିଦ୍ୟାରେ ଉନ୍ନତି କରିବେ। ପ୍ରବାସ ଓ ଯାତ୍ରାରେ ଲାଭବାନ୍ ହେବେ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ଧନୁ

ବ୍ୟବସାୟ ବୃଦ୍ଧି ଯୋଜନାରେ ହାତ ଦେବାକୁ ଅନୁପ୍ରାଣିତ ହେବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ନାନା ବାଟରେ ଧନାଗମ ଘଟିବ ଓ ସେହିପରି ଖର୍ଚ୍ଚର ଦ୍ଵାର ସାହାଣ ମେଲା ରହିବ। ପାରିବାରିକ ଜୀବନରେ ଅ।ବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ। ମହିଳାମାନେ ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରିପାରିବେ। ପ୍ରତିକାର ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ମକର

ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇପାରିବେ। ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ପାଇପାରିବେ। ମହିଳାମାନେ କର୍ମକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଇଷ୍ଟ ପ୍ରାପ୍ତ ହେବାର ଅବସର ପାଇବେ। ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷ ଦେଖାଦେବ। ପ୍ରତିକାର କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ

ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଯୋଗଦେଇ ପ୍ରଶଂସା ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ଉଦ୍ଦୀପନା ବୃଦ୍ଧିହେବା ଫଳରେ କର୍ମର ଚାପ ବଢିବ। ପାରିବାରିକ ଜୀବନ ସୁଖରେ କାଟିବେ। ପ୍ରତିକାରମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ମୀନ-

ବ୍ୟବସାୟରେ ସ୍ୱଳ୍ପ ଲାଭସହ ବ୍ୟୟ ଅଧିକ ହେବ। ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିବ। କର୍ମକ୍ଷେତ୍ରରେ ଚୋରୀ ଓ ବଦନାମ୍ ହେବେ। ବିଦ୍ୟୁତ୍ ଓ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ପାରନ୍ତି। ପାରିବାରିକ ଜୀବନରେ ଗୁରୁଜନ କେହି ଅସନ୍ତୁଷ୍ଟରହିବେ। ପୁରୁଣା ରୋଗର ପ୍ରକୋପ ଯୋଗେ ସ୍ୱାସ୍ଥ୍ୟ ଖରାପ ହେବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!