ଆଜି କେମିତି ରହିବ ଆପଣଙ୍କ ଦିନ : ୬ ମଇ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୬ ମଇ ୨୦୧୮

ମେଷ:-

ଅଧ୍ୟୟନ-ଅଧ୍ୟାପନା କାର୍ଯ୍ୟରେ ବ୍ୟସ୍ତ ରହିବେ। ମାନ-ପ୍ରତିଷ୍ଠା ବଢିବ। ଧର୍ମ-କର୍ମରେ ରୁଚି ରହିବ ଓ କୌଣସି ଆୟୋଜନ ମଧ୍ୟ କରେଇବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବ। ରାଜନୀତିରେ କୃତକାର୍ଯ୍ୟ ହେବେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମଉଜ-ମସ୍ତିରେ ସମୟ କଟିପାରେ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

ମିଥୁନ:-

ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ରାଜନୀତିରେ ପ୍ରଶଂସିତ ହେବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

କର୍କଟ:-

ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ପ୍ରତିକାର-ଗହମ, ଗୁଡ ବାଳକମାନଙ୍କୁ ଦାନ କରିବେ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ସିଂହ:-

ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ ଅଟେ। ଦୁଃଖୀ ଲୋକଙ୍କୁ ସାହାରା ବା ସାହାର୍ଯ୍ୟ କରିବେ। ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପ୍ରତିକାର-ଭିକାରୀକୁ ନିରାଶ କରିବେ ନାହିଁ।

କନ୍ୟା:-

ଶୁଭ ସମାଚାର ଶୁଣିବାକୁ ମିଳିବ। ନୂତନ ବନ୍ଧୁ ଭେଟ ହେବେ। ଆଜି ଦିନର ସମୟ ଗୁଡିକ ହସ ଖୁସିରେ ବିତିବ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିବେ। ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ତୁଳା:-

ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ନୂଆ ନିଯୁକ୍ତିର ସୁଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ପ୍ରତିକାର-ତନ୍ଦୁରୁଟି ଗାଈକୁ ଖାଇବାକୁ ଦେବେ।

ବିଛା:-

ବିତିଯାଇଥିବା ମାମଲାରେ ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ଲାଭ ଉଠେଇବେ। ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଅଟେ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ପ୍ରତିକାର- ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ଧନୁ:-

କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ। ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ। ସମ୍ବନ୍ଧରେ ପ୍ରଗାଢତା ଆସିବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ପ୍ରତିକାର-ଲାଲଚନ୍ଦନ ଓ ମସୁରଡାଲି ଧର୍ମସ୍ଥାନରେ ଦେବେ।

ମକର:-

ଫୋନ, ମୋବାଇଲ୍, ଇଣ୍ଟରନେଟ୍ ରେ ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବେ। ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ। ଆର୍ଥିକ ପାରିବାରିକ ଏବଂ ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବ। ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦିକୁ ନେଇ ପ୍ରସାଦ କରି ବାଣ୍ଟନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ:-

ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ। ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ। ଚାକିରୀରେ ପ୍ରମୋଶନ ମିଳିବାର ସମ୍ଭାବନା। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

ମୀନ:-

ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ। ସ୍ୱାସ୍ଥ୍ୟସମସ୍ୟା ଧୀରେ ଧୀରେ ସୁଧୁରିଯିବ। ନୂତନ ଲୋକଙ୍କ ସହିତ ଭେଟ ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ।  ଯେ କୌଣସି ପରୀକ୍ଷା ବା ସାକ୍ଷାତ୍କାରର ପରିଣାମ ଆପଣଙ୍କ ପକ୍ଷରେ ରହିବ। ପ୍ରତିକାର- ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!