ଆଜି କେମିତି ରହିବ ଆପଣଙ୍କ ଦିନ : ୩ ମଇ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୩ ମଇ ୨୦୧୮

ମେଷ:-

ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ ଓ ମାଙ୍ଗଳିକ କର୍ମ ସମ୍ପାଦନ ହେବ। ମହିଳା ମାନେ କର୍ତ୍ତବ୍ୟ ନିଷ୍ଠାରୁ ଯଶ- ପ୍ରଶଂସାର ଅଧିକାରିଣୀ ହେବେ। ଯାହାର ବେଶି ଉପକାର କରିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ପ୍ରତିକାର- ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ସାଙ୍ଗସାଥିମାନେ ସାହାଯ୍ୟ କରିବେ। ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ଆୟ ବୃଦ୍ଧି ହେବା ଫଳରେ କ୍ଳାନ୍ତି ଓ ଅବସନ୍ନତା ଜନିତ ଆଳସ୍ୟଭାବ ଦୂରେଇଯିବ। ପ୍ରତିକାର:-ଆରାଧ୍ୟା ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

ମିଥୁନ:-

ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ। ପ୍ରତିକାର:-ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।

କର୍କଟ:-

ସବୁଥିରେ ଥିଲେ ବି କେଉଁଥିରେ ନିଜର ପ୍ରତ୍ୟକ୍ଷ ସପୃକ୍ତିକୁ ନଦର୍ଶାଇବା ଉଚିତ୍ ହେବ। ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକରଖି ଖେଳ ଖେଳିବେ ଏବଂ ଅପଯଶକୁ ଦୂରକୁ ଠେଲିଦେଇ କେବଳ ଯଶତକ ଗ୍ରହଣ କରିବେ। ବନ୍ଧୁକୁଟୁମ୍ବଙ୍କ ପକ୍ଷରୁ ଈର୍ଷା ପ୍ରଣୋଦିତ ବୈରତା, ଖଳବଳର ପ୍ରକୋପ ଯୋଗେ ସ୍ଵାସ୍ଥ୍ୟପୀଡା ଭୋଗିପାରନ୍ତି।ପ୍ରତିକାର:-ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ସିଂହ:-

କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। ପାରିଶ୍ରମିକ ତୁଳନାରେଅଧିକ ଶ୍ରମ କରିବେ ଓ ବିରୋଧିତତ୍ତ୍ଵର ମୁଖରେ ସ୍ଵାର୍ଥ-ଲାଳସା-ପୂର୍ତ୍ତିର ମଜବୁତ ତୁଣ୍ଡି ଭିଡି ଦେଇ, ଆଇନ ଶୃଙ୍ଖଳା ଶକ୍ତିକୁ ସ୍ଥାଣୁ କରିଦେଇ ପାରିବେ । ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ରହିବ । ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ। 

କନ୍ୟା:-

ଅଏସ୍ ଆରାମ ସୁଖ-ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ।, କିନ୍ତୁ ବେଳେ ବେଳେ ସାଧାରଣ ବାଧାବିଘ୍ନ ବଡ ଧରଣର ମନେ ହେବ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ।  ପ୍ରତିକାର- ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ।

ତୁଳା:-

ନିଃସଙ୍ଗତା, ଅସହାୟତା, ଅସମାହିତ ସମସ୍ୟା, ଦୈବୀ ବିପତ୍ତି ଭାଗ୍ୟର ବିଡମ୍ବନା ଭଳି ସମସ୍ୟା  ଘଟିବାର ନାହିଁ। ନିଜର ପ୍ରତ୍ୟୁତ୍ମନମତିତା କାରଣରୁ ଖୁସି ଗପ ଓ ମଉଜ ମଜଲିସ୍ କରିବେ। ପାରିବାରିକ ପ୍ରତିରୋଧ କାମକୁ ଶୃଙ୍ଖଳିତ କରିବ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ବିଛା:-

କର୍ମ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ। ଧାର୍ମିକ କାର୍ଯ୍ୟରେ କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନକଲେ ବହୁତ କ୍ଷତିରେ ପଡିବେ। ପ୍ରତିକାର:-ଗୋମାତାର ସେବାକରିବା ଆବଶ୍ୟକ।

ଧନୁ:-

କଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ବିଳମ୍ବରେ ଘଟିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ସମୟ ପାଇବେ ନାହିଁ। ପରିବାର କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ। ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ  ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମକର:-

ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ। ପୂର୍ବରୁ ଲାଗିରହିଥିବା ଅଫିସରେ ଟେନସନ୍ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ। ପାରିବାରିକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତିହେବ। ପ୍ରତିକାର:-ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ:-

ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସିଯିବ। ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ପ୍ରତିକାର:-ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

ମୀନ:-

ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ ଓ ମାନହାନୀର ସମ୍ଭାବନା ଅଧିକ। ଛାତ୍ରଛାତ୍ରୀମାନେ ଅଯଥାରେ ସମୟ ନଷ୍ଟ କରିବେ। ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ପ୍ରତିକାର:-ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!