ଆଜି କେମିତି ରହିବ ଆପଣଙ୍କ ଦିନ : ୩ ଜୁନ୍ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୩ ଜୁନ୍ ୨୦୧୮

ମେଷ:-

କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ। ପରିବହନ ଓ ପାର୍ଟନରସିପ ବ୍ୟବଶାୟରେ ଲାଭ ଅପରି ବର୍ତିତ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ। ପାରିବାରିକ ପତିଆରା ଭଲ ରହିବ। ମହିଳାମାନେ ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବେ। ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି  ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ। ସତ୍ୟବାଦୀ, ଶାନ୍ତିପ୍ରିୟ, ଧୈର୍ଯ୍ୟଶିଳ, ଭଦ୍ର ବ୍ୟକ୍ତିଭାବେ ପ୍ରଶଂସା ପାଇବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ମିଥୁନ:-

ସ୍ଥଳ ବିଶେଷରେ ଦୂରସ୍ଥାନବାସ ଯୋଜନା ମନ ମଧ୍ୟରେ ଉଙ୍କି ମାରିବା ଫଳରେ ଅସନ୍ତୋଷର ଶରବ୍ୟ ହେବେ। ବନ୍ଧୁମାନେ ଈର୍ଷାପରାୟଣ ହେବେ। ନୈରାଶ୍ୟ, ଅର୍ଥାଭାବ ଓ ଦୁଃସମ୍ବାଦ ପ୍ରାପ୍ତିହେବ। କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ପ୍ରତିକାର- ଅନ୍ଧ ଭିକାରୀକୁ  ସାହାଯ୍ୟ କରନ୍ତୁ।

କର୍କଟ:-

ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିହେବେ। ଧର୍ମାତ୍ମା, ଦେବତା, ସାଧୁସନ୍ଥଙ୍କସେବା ଓ ପରୋପକାର କର୍ମରେ ନିଜକୁ ନିଯୋଜିତ କରିବେ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ମହିଳାମାନଙ୍କ ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ । ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ।

ସିଂହ:-

ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ। ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ। ବିବାହ ଯୋଗ୍ୟ ଯୁବକ ଯୁବତୀ ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ । ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦି ଭୋଗ କରି ପିଲାଙ୍କୁ ବାଣ୍ଟନ୍ତୁ।  

କନ୍ୟା:-

ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ପ୍ରତେକ କଥାକୁ  ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପୂର୍ତ୍ତି ହେବ। ସର୍ବୋପରି ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ ଏବଂ ଆୟ ମଧ୍ୟ ଉତ୍ତମ ହେବ। ମହିଳାମାନେ ସନ୍ତାନ ସନ୍ତତି ମାନଙ୍କଖୁସିରେ ଆନନ୍ଦିତ ହେବେ। ପ୍ରତିକାର-ଲାଲଚନ୍ଦନ ଓ ମସୁରଡାଲି ଧର୍ମସ୍ଥାନରେ ଦେବେ।

ତୁଳା:-

କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ହଠାତ୍ ମତ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ। କୃତକର୍ମ ନିମନ୍ତେ ଅନୁଶୋଚନା କରି ପାରନ୍ତି। କୌଣସି ଦିଗରୁ ଉତ୍ତରଦାୟୀ ହୋଇ କ୍ଷୋଭ ଓ ଅବଶୋଷ ଅନ୍ତରରେ କୁହୁଳିବ। ପ୍ରତିକାର-ପିଲାଙ୍କୁ ଚକୋଲେଟ ଖାଇବାକୁ ଦେବେ।

ବିଛା:-

ଅଧିକ  ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବ। ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପ୍ରତିକାର-ଉପହାର ସ୍ୱରୂପ ଲାଲରଙ୍ଗର ବସ୍ତୁ ଗ୍ରହଣ କରନ୍ତୁ ନାହିଁ।

ଧନୁ:-

ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇ ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ। ପାରିବାରିକ  ଜୀବନ ସୁଖରେ କଟିବ। ମାତୃ ବା ମାତୃସ୍ଥାନୀୟା ବ୍ୟକ୍ତିଙ୍କ ପାଇଁ ବନ୍ଧୁବାନ୍ଧବଙ୍କ ସହ ମନାନ୍ତର ସୃଷ୍ଟି ହେବ। କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ସବୁପରେ ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନଦାନ ଦିଅନ୍ତୁ।

ମକର:-

ଉପରିସ୍ଥଙ୍କୁ ସନ୍ତୁଷ୍ଠ କରିହେବ, ଯଦି କର୍ତ୍ତବ୍ୟ ପରାୟଣତା ସାଙ୍ଗକୁ ସମୟାବର୍ତ୍ତିତା ରକ୍ଷା କରିପାରିବେ। ସୁଖ-ସମୃଦ୍ଧି ପ୍ରତି ବାଧାବିଘ୍ନ  ଘଟିବା ଯୋଗେ ଉଦ୍ ବେଗ ଓ ଅଶାନ୍ତି ବୃଦ୍ଧିହେବ। ଶିକ୍ଷା କ୍ଷେତ୍ରରେ ଅଧ୍ୟୟନରେ ମନ ନିବେଶ କରି ପ୍ରଶଂସା ପାଇବେ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖି ହେବେ।  ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ:-

ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ମୀନ:-

କର୍ମକ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ ଓ କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ମହିଳାମାନେ ପରିବାରରେ ସୁଖ-ସମୃଦ୍ଧି ପ୍ରାପ୍ତିରେ ଆତିବାହିତ କରିବେ। ରାଜନୀତିରେ ଭାବମୂର୍ତ୍ତି ରକ୍ଷା କରି ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!