ଦୈନିକ ରାଶିଫଳ: ୩ ଅଗଷ୍ଟ ୨୦୧୯, ଶନି ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଯାହା ଚିନ୍ତା କରିଛନ୍ତି ଆଜି ତାହା ପୂରଣ କରିବାକୁ ଚେଷ୍ଟା କରିବେ। ମାନସିକ ଚିନ୍ତା ଦୂର ହେବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ମାଲିମୋକଦ୍ଦମାରେ ବିଜୟ ପ୍ରାପ୍ତ ହେବ। କାରବାର ଓ କାମ-କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ଯଶ, ମାନ-ସମ୍ମାନ ପ୍ରତିଷ୍ଠା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଶତୃମାନେ ଦୂର ହେବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରୋଜଗାରରେ ଉନ୍ନତି ହେବ। ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ଦେଖାଇବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ନିଜ ଲୋକମାନେ ହିଁ କାମରେ ଆସିବେ। ବ୍ୟବସାୟରେ ଉନ୍ନତି ହେବ। କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ବିଦ୍ୟା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ଧନର ଆଗମନ ହୋଇପାରେ। କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ। ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟଶ୍ରୀ ମିଳିବ। କର୍ମକ୍ଷେତ୍ରରେ ଦାଇତ୍ଵ ବଢିବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ନୂତନ ବସ୍ତୁ କ୍ରୟ କରି ପାରିବେ। ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ:-

ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ରାଜନୀତି ମାମଲାରେ ସଫଳତା ମିଳିବ। କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ସରକାରୀ କାମରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଫଳରେ ମାନସିକ ଏକାଗ୍ରତା ବଜାୟ ରହିବ। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।

ସିଂହ:-

ସ୍ୱାସ୍ଥ୍ୟ ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ରାଜନୀତିରେ ଉନ୍ନତି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ଶତୃ ଓ ବିରୋଧୀମାନେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ନୂଆ କାମ କିଛି ଆରମ୍ଭ କରିଲେ ବିପଦରେ ପଡି ପାରନ୍ତି।ମାନସିକ ଶାନ୍ତି ମିଳିବ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଟଙ୍କାର ଆବଶ୍ୟକତା ପୂରଣହେବ। ବକ୍ତବ୍ୟପ୍ରଭାବ ଫଳରେ ପରାକ୍ରମ ବୃଦ୍ଧି ପାଇବ। ଉଚ୍ଚାଧିକାରୀ କାମରେ ପ୍ରସନ୍ନ ରହିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-

ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଭବିଷ୍ୟତକୁ ଧ୍ୟାନରେ ରଖି ଖର୍ଚ୍ଚର ଚିଠା ପ୍ରସ୍ତୁତ କରିବେ। ଧାର୍ମିକ କ୍ଷେତ୍ରରେ ଲୋକମାନେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ଉଚ୍ଚ ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ଭାଇମାନଙ୍କ ଠାରୁ ଲାଭ ମିଳିବ। ଶତୃ ଚାହିଁଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ। ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ଧନ ଲାଭ ସହିତ ଜିମ୍ମେଦାରୀ ବଢିଯିବ। ବାହନ ଆଦି କ୍ରୟ କରିପାରିବେ। ନୂଆ କାମ ନୂଆ ପ୍ରେରଣା ଦେବ। ସମସ୍ତ କ୍ଷେତ୍ରରେ ଜୟ-ଜୟକାର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଶତୃ ଓ ବିରୋଧୀମାନେ ପରାସ୍ତ ହେବେ। ସମସ୍ତ ପରିସ୍ଥିତି ସୁଧୁରି ଯାଇ ନୂତନ କାମରେ ମଧ୍ୟ ଉନ୍ନତି ହେବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ସଫଳତା ପୂର୍ବକ ଆକସ୍ମିକ ଲାଭ ମିଳିପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ସରକାରୀ କ୍ଷେତ୍ରରେ ବହୁତ ଦିନରୁ ପଡିରହିଥିବା କାମ ଜଣେ ପ୍ରଭାବଶାଳି ବ୍ୟକ୍ତିଙ୍କ ସାହାଯ୍ୟରେ ସମ୍ପନ୍ନ ହେବ। ରାଜନୀତି କ୍ଷେତ୍ରରେ ଉତ୍ସାହବର୍ଦ୍ଧକ ସମାଚାର ପ୍ରାପ୍ତି ହେବ। ବହୁତ ଦିନର ଚିନ୍ତା ସମାପ୍ତ ହେବ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ। ପାରିବାରିକ ଓ ଆର୍ଥିକସ୍ଥିତିରେ ସୁଧାର ଆସିବ। ଅଚାନକ ଭାବରେ ଦୂରଯାତ୍ରା କରିବେ। କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ଚାକିରି କରିଥିବା ବ୍ୟକ୍ତିମାନେ ବହୁତ ଲାଭ ଉଠାଇପାରିବେ। ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ। ଆୟର ସ୍ରୋତ ବୃଦ୍ଧି ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ଧନୁ:-

ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ଦୌଡ-ଧୂପରେ ସୁଖ ଅନୁଭବ କରିବେ। ସମସ୍ତ ଚିନ୍ତା ଦୂର ହେବା ଫଳରେ ମାନସିକ ଶାନ୍ତି ପାଇବେ। ସାମାନ୍ୟ ପରିଶ୍ରମ କଲେ ଅଧିକ ଧନ ପ୍ରାପ୍ତି ହେବ। ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇଯିବ। ପତ୍ନୀ, ସନ୍ତାନ ଓ ପରିବାର ସହ ଆଜି ସମୟ ବିତେଇବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପଡୋଶୀଙ୍କ ସହ ଝଗଡ଼ା ହେଲେ ମଧ୍ୟ ସାମଞ୍ଜସ୍ୟ ଓ ସମନ୍ଵୟ ଦ୍ଵାରା କାମ ହାସଲ କରିପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିବ। ଜନସେବାରେ ନିଜକୁ ନିୟୋଜିତ କରି ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ। ସ୍ଵାସ୍ଥ୍ୟରେ ସୁଧାର ଆସିବା ଫଳରେ ପୁରାତନ ରୋଗରୁ ଉପସମ ମିଳିବ। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ସବୁଥିରେ ସଫଳତା ମିଳିବା ଫଳରେ ଆତ୍ମକେନ୍ଦ୍ରିତ ହୋଇଯିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ବାଣିଜ୍ୟ ବ୍ୟାପାର କାମପାଇଁ ବାହାରକୁ ଯିବାକୁ ପଡିପାରେ। କୌଣସି ମହିଳାଙ୍କ ସାହାଯ୍ୟରେ ବିଗିଡିଥିବା କାର୍ଯ୍ୟ ସୁଧାରୀ ପାରିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି। ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। କୌଣସି ମହିଳାଙ୍କ ସାହାଯ୍ୟ ଦ୍ଵାରା ଉନ୍ନତି କରିବେ। ଲକ୍ଷ ପ୍ରାପ୍ତି ପାଇଁ ପୂର୍ଣ୍ଣ ରୂପରେ ସମର୍ପିତ ରହିବେ। ନିଜର କଷ୍ଟ ଓ ପରିଶ୍ରମର ଫଳ ବା ପୁରସ୍କାର ମିଳିବ। ପ୍ରେମ-ପ୍ରସଙ୍ଗକୁ ସାମାଜିକ ମାନ୍ୟତା ମିଳିଯିବ। ପତି-ପତ୍ନୀଙ୍କ ମଧ୍ୟରେ କଳହ ସମାପ୍ତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

କୌଣସି ଗନ୍ୟମାନ୍ୟ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ସାମଞ୍ଜସ୍ୟ ଠିକ୍ ରହିବ। ପରାକ୍ରମ ବଢିବ ଓ ଦେବଙ୍କ କୃପା ରହିବ। ନିଜର ତର୍କସଙ୍ଗତ ଢଙ୍ଗରେ ସମସ୍ତ ସମସ୍ୟା ସମାଧାନ କରିପାରିବେ। ମାନସିକ ଶାନ୍ତି ମିଳିବ, ବହୁତ ଦିନର ଚିନ୍ତା ଓ କଷ୍ଟ ଦୂର ହେବ। ଯେଉଁ କାମ ଆରମ୍ଭ କରିବେ ବାଧା-ବିଘ୍ନ ଦୂରହୋଇ ତାହା ସଂପୂର୍ଣ୍ଣ ହେବ। ସନ୍ତାନଙ୍କ ଦ୍ଵାରା କିଛି ଶୁଭ ସମାଚାର ଓ ସଂକେତ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ବହୁତ ଦିନରୁ ପଡିରହିଥିବା କାମ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହଯୋଗରେ ସମ୍ପନ୍ନ ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!