ଦୈନିକ ରାଶିଫଳ: ୨ ଅଗଷ୍ଟ ୨୦୧୯, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ଆକସ୍ମିକ ଅର୍ଥ ଲାଭର ଯୋଗ ଅଛି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ଆୟୋଜନ କରେଇବେ ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ। କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ। ଆଇନ ଅଦାଲତ ଓ ପାରି ବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଦବିବାଦ,ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। କେତେକ କର୍ମରେ ବାଧା ସୃଷ୍ଟି ହେଲେ ମଧ୍ୟ ସଫଳ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ହୋଟେଲ୍, ତେଲବ୍ୟବସାୟୀ, କଳାକାର, ରାଜନୈତିଜ୍ଞ, ଶିଳ୍ପକାର, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଙ୍ଗ ଓ ପନିପରିବା ଚାଷୀମାନେ ବିଶେଷ ଲାଭାନ୍ଵିତ ହେବେ। ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ପରିବାରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହି ହେବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇଯିବ। ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଶୁଭ କାମ କରି ପ୍ରଶଂସିତ ହେବେ। ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ। ବ୍ୟବସାୟରେ ଉତ୍ତମ ରୋଜଗାର ହୋଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ଦୂରଯାତ୍ରାର ସୁଯୋଗ ପାଇବେ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ଆୟ ଉପାର୍ଜନରେ ବାଧା ନାହିଁ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

କର୍କଟ:-

ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ଓ ବକେୟା ଅର୍ଥ ଆଦାୟ ହେବ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ଶତୃମାନେ ମଥାନତ କରିବେ। ସାମାଜିକ ସ୍ତରରେ ସମ୍ମାନଲାଭ କରିବେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ୍। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତିରେ ଖିଲାପ କରି ସମସ୍ୟାକୁ ବଢାଇ ଦେଇ ପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ସ୍ଥିତି ସନ୍ତୋଷ ଜନକ ହେବ ଓ ଉନ୍ନତି ମୂଳକ ପଦକ୍ଷେପ ନେବେ। ଶରୀର ସୁସ୍ଥ ହେବାର ସମ୍ଭାବନା ଅଛି। ବାଦବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ। ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ।ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଶତୃମାନେ ଦୁର୍ବଳ ହେବେ ଓ ଆୟରପନ୍ଥା ସହଜ ହେବ। ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ସମ୍ପର୍କ ହେବ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ। ବନ୍ଧୁ ପରିବାର ଠାରୁ ସୁଖ ମିଳିବ। ପରିଶ୍ରମ ଦ୍ଵାରା ବ୍ୟବସାୟ ବଢିବ। ସାମାଜିକ ଉତ୍ସବରେ ଯୋଗ ଦେବେ। ରାଜନୀତି କାର୍ଯ୍ୟରେ ସଫଳତା ମିଳିବ। ଧନଲାଭ ହେବାରୁ ଖୁସି ହେବେ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ। ପିଲାମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ଆକସ୍ମିକ ଅର୍ଥଲାଭ ହୋଇ ଆର୍ଥିକ ଚିନ୍ତା ଦୁରହେବ। ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ। ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରି ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ। ଆୟ ଉପାର୍ଜ୍ଜନର ବୃଦ୍ଧି, ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳ ହୋଇ ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି ବ୍ୟବସାୟ ଓ କର୍ମ କରିଲେ ଲାଭବାନ ହେବେ। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ମହିଳାମାନେ ସୁଖ ଶାନ୍ତିରେ ଦିନ କଟାଇବେ। ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଦିଗ ଭ୍ରଷ୍ଟର ଶିକାର ନ ହେଲେ ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବଡନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ। ପ୍ରତିଦ୍ୱନ୍ଦିତା, ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହି ଯିବା ଅଧିକ ଉତ୍ତମ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ମକର:-

ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ଋଣ ଭରଣାରେ ସହଜ ହେବ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ମହିଳାମାନେ ଭଲ କାମ କରି ସୁଖରେ ଦିନଟି ବିତାଇବେ। ଆୟର ସ୍ରୋତ ଖୋଲିଯିବ। ପଦୋନ୍ନତି ସହ ନୂତନ କର୍ମପ୍ରାପ୍ତି ହେବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ। ମନକୁ ଆଘାତ ଲାଗିଲାପରି କଥା ଶୁଣିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ରାଜନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ବିଶେଷ ଲାଭବାନ ହେବେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ଵାରା ପୂରସ୍କୃତ ହେବେ। ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ରାଜକୀୟ ମାମଲାରେ ସଫଳତା ମିଳିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଚାକିରୀରେ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ। ଜନସମ୍ପର୍କ ସୁଦୃଢ ହେବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ରାଜନୀତି କ୍ଷେତ୍ରରେ ଅସାଧାରଣ ସ୍ଥିତି ରହିବ। ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ। କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ପାଇବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!