ଦୈନିକ ରାଶିଫଳ: ୨୯ ଡିସେମ୍ବର ୨୦୧୭
ମେଷ- ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ପ୍ରତିକାର- ଅନ୍ଧ ଭିକାରୀକୁ ସାହାଯ୍ୟ କରନ୍ତୁ।
ବୃଷ- କର୍ମକ୍ଷେତ୍ରରେ ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ସୃଷ୍ଟି ହେବ। ଅର୍ଥାଗମ, ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ପ୍ରତିକାର-ଗାଈକୁ ସଦ୍ୟ କଞ୍ଚାଘାସ ଖୁଆନ୍ତୁ।
ମିଥୁନ- ବ୍ୟବସାୟରେ ସାମାନ୍ୟ ଲାଭ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ।
କର୍କଟ – ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ।
ସିଂହ- ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ଅଭାବ ଦେଖାଦେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ।
କନ୍ୟା- ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ। ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ। କର୍ମ ମୁଖରତା ଯୋଗେ ବିଛିନ୍ନ ହୋଇ ପଡିବା ଅସମ୍ଭବ ନୁହେଁ। ପ୍ରତିକାର- ଷଣ୍ଢକୁ ଗୁଡରୁଟି ଖୁଆନ୍ତୁ।
ତୁଳା- ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ଶତୃମାନେ ମଥାନତ କରିବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ।
ବିଛା- ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ।
ଧନୁ- ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ। ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ। ରାଜନୀତିରେ ସଫଳତା ମିଳିବ। ପିଲାମାନଙ୍କ କାର୍ଯ୍ୟରେ ବ୍ୟଥିତ ହେବେ। ପ୍ରତିକାର- ଚଣାଡାଲି ହଳଦିଆ କପଡାରେ ବାନ୍ଧି ମନ୍ଦିରରେ ଦାନ କରନ୍ତୁ।
ମକର- ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖ- ଶାନ୍ତିହାନି, ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ, ଦାମ୍ପତ୍ୟ ସମସ୍ୟା ବୃଦ୍ଧି ହେତୁ ନିନ୍ଦା ଶୁଣିବେ। ପ୍ରତିକାର- ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।
କୁମ୍ଭ- ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଦୁର୍ଗତି ଶଙ୍କଟ ଭୋଗିବେ। ଶାନ୍ତଶିଷ୍ଟ, ସାଧୁ, ସତ୍ୟବାଦୀ, ଶାସ୍ତ୍ରପୁରାଣପ୍ରିୟ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ।
ମୀନ- ବୈଷୟିକ କ୍ଷେତ୍ରରେ ସମାଲୋଚନା କୁତ୍ସାହରଟନା ଫଳରେ ଲୋକହସା ହେବେ । ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ଦେହମନରେ ପୀଡା ବୃଦ୍ଧିପାଇବ। ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।