ଆଜି କେମିତି ରହିବ ଆପଣଙ୍କ ଦିନ : ୨୮ ମଇ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨୮ ମଇ ୨୦୧୮

ମେଷ-

କର୍ମକ୍ଷେତ୍ର ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରିବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ-

ଜନ ସେବାରେ ନିଜକୁ ନିୟୋଜିତ କରିବେ। କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଯାତ୍ରାଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।    

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

ମିଥୁନ-

ସୁଖ ସମୃଦ୍ଧି ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସନ୍ତାନ ଯୋଗେ ଚିନ୍ତିତ ରହିବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପ୍ରବାସ ଓ ଯାତ୍ରାରେ କଷ୍ଟସହି ଲାଭବାନ ହେବେ। ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ।    

କର୍କଟ

ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବେ। ଅଚାନକ ଧନ ପ୍ରାପ୍ତି ହେବ ଓ ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ସିଂହ-

କର୍ମକ୍ଷେତ୍ରରେ ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ। ଅଟକିଥିବା କାର୍ଯ୍ୟ ପୂରଣ ହେବ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। ପ୍ରତିକାର- ଗ୍ରାମ୍ୟଦେବତାଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କନ୍ୟା-

ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କସ୍ଥାପିତ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ବ୍ୟବସାୟରେ ଆଶାତୀତ ଲାଭକରି ଖୁସିହେବେ। ପରିବାରରେ କଳହ ମେଣ୍ଟିଯିବ। ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

ତୁଳା-

ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ। ଦୂରସ୍ଥାନକୁ ଯାତ୍ରା କରିବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଆଶା କରିଥିବା କାର୍ଯ୍ୟଟି ଆଜି ପୂରଣ ହେବ। ଶୁଭ ସମାଚାର ପାଇ ଖୁସି ହେବେ। ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।  

ବିଛା:-

ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ଦୂରସ୍ଥାନକୁ  ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ନିଜଲୋକମାନେ ଶତ୍ରୁତା ଆଚରଣ କରିବେ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହ ହେବେ। ପ୍ରତିକାର- ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ଧନୁ:-

ବାଣିଜ୍ୟ, ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ। ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ। ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବାର ଯୋଗ ଅଛି। ଆକସ୍ମିକ ଅର୍ଥଲାଭ ଓ ସୁନାମ ପ୍ରାପ୍ତି ହେବ। ଭାଗୀଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ପ୍ରତିକାର:- ତେଲ ଛଣା ଦ୍ରବ୍ୟ କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ। ନିକଟସ୍ଥ ବ୍ୟକ୍ତି ସାହାର୍ଯ୍ୟ କରିବା ଦ୍ଵାରା ସଫଳତା ମିଳିବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦେବ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ:-

ବରିଷ୍ଠ ବ୍ୟକ୍ତି ଓ ଗୁରୁ ଗୁରୁଜନଙ୍କ ଠାରୁ ପ୍ରଶଂସା ପାଇବେ। ତୀର୍ଥାଟନ କରି ଯାତ୍ରା କାଳରେ କଷ୍ଟ ଭୋଗିବେ। ହଠାତ୍ କାହାର ଡକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ପାରିବାରିକ ପରିସ୍ଥିତି ଠିକ୍ ରହିବ। ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଦୂରେଇ ଯିବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-

ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ। ପାରିବାରିକ କ୍ଷେତ୍ରରେ ସାମୟିକ ଅସାନ୍ତି ଦେଖାଦେଇ ପାରେ। ଚକ୍ଷୁ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହେବ। କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!