ଆଜି କେମିତି ରହିବ ଆପଣଙ୍କ ଦିନ : ୨୮ ଡିସେମ୍ବର ୨୦୧୭

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨୮ ଡିସେମ୍ବର ୨୦୧୭

ମେଷ- ହାତକୁ ନେଇଥିବା କାର୍ଯ୍ୟଟି କଠିନ ପରିଶ୍ରମ କରିବାକୁ ପଡିବ। ଶୁଭକାମ କରି ପ୍ରଶଂସିତ ହେବେ। ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ପ୍ରତିକାର-ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ- ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ।  କର୍ମକ୍ଷେତ୍ରରେ ପଦୋନ୍ନତି ଓ ବନ୍ଧୁ ଲାଭ। ବ୍ୟବସାୟରେ  ପୂର୍ଣ୍ଣ ସଫଳତା, ପୂର୍ବ ସମସ୍ୟାର ସମାଧାନ ହେବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ମିଥୁନ- ମାଲିମୋକଦ୍ଦମାରେ ଜୟ, ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତି, ବ୍ୟୟ ଅପେକ୍ଷା ଆୟ ଅଧିକ, ଋଣମୁକ୍ତ ଓ ଋଣପ୍ରାପ୍ତି ହେବ। ନୂତନ ସଂସ୍ଥାର ଆୟୋଜନ କରିବେ। ଜଗାଜମି, ଗୃହ ଉପକରଣ କ୍ରୟ କରିବେ।

କର୍କଟ- ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ। ପ୍ରତିକାର-ଗାଈକୁ ଘାସ ଖୁଆନ୍ତୁ।   

ସିଂହ- ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ। ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପ୍ରତିକାର-କଳା କୁକୁରର ସେବା କରନ୍ତୁ।

କନ୍ୟା- ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ। ମାଲିମୋକଦ୍ଦମାର ଭୟ ରହିବ। ସନ୍ତାନମାନଙ୍କ ଉନ୍ନତିପାଇଁ ଚିନ୍ତିତ ରହିବେ। ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ । ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

ତୁଳା- ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ, ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢିବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ। 

ବିଛା- ମାଲିମୋକଦ୍ଦମାରେ ସଫଳତା ମିଳିବ। ପିଲାମାନଙ୍କ ପାଠପଢା ନେଇ ଚିନ୍ତିତ ରହିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।  ପରିବହନରେ ବିଶେଷ ଲାଭବାନ ହେବେ। ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ଧନୁ- ଦାମ୍ପତ୍ୟ କଳହ ମେଣ୍ଟିଯିବ। ମନ ଓ ଶରୀର ଭଲ ରହିବ। କୃଷି ଓ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ବିବାଦୀୟ ଦୁଃସ୍ଥିତିରେ ଜଡିତ ହେବେ। ବିଦେଶ ଯାତ୍ରାରେ ସଫଳ ହେବେ। ପ୍ରତିକାର- ଗ୍ରାମ୍ୟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମକର- ଅଯଥା ବାକବିତଣ୍ଡା ବା ବାଦ-ବିବାଦରୁ ଦୂରତା ରକ୍ଷା କରନ୍ତୁ। ପାରିବାରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦୂରେଇଯିବ। ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦପାଇ ଖୁସିହେବେ। ପ୍ରତିକାର- ସକାଳୁଗୁଡ ରୁଟି ଗାଈକୁ ଖାଇବାକୁ ଦେବ।

କୁମ୍ଭ- କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବାସହ ସ୍ଥାନାନ୍ତର ସୂଚନା ପାଇବେ। ରାଜନୀତିରେ ଫାଇଦା ଉଠାଇବେ। ପଢାପଢିରେ ମାନସିକ ଶାନ୍ତି, ବ୍ୟବସାୟରେ ପ୍ରଚୁର ଲାଭ, ମନର ଅଶାନ୍ତି ଦୂରହେବ।

ମୀନ- କର୍ମକ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ। ପିତ୍ତଦୋଷ ବୃଦ୍ଧି ପାଇବ ଓ ଶରୀରପୀଡା କଷ୍ଟକର ହୋଇପାରେ। ପାରିବାରିକ କ୍ଷେତ୍ରରେ ମନକୁ ଆଘାତ ଲାଗିଲାପରି କଥା ଶୁଣିବେ। ପ୍ରତିକାର- ଗାଈକୁ ସଦ୍ୟ ଘାସ ଖାଇବାକୁ ଦିଅନ୍ତୁ।

 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!