ସାପ୍ତାହିକ ରାଶିଫଳ: ଜୁଲାଇ ୨୭ ତାରିଖ ରୁ ଅଗଷ୍ଟ ୨, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କର ସମସ୍ତ କାର୍ଯ୍ୟ ହେବ ସଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସ୍ଵଜନ ଓ ମିତ୍ରଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ସମ୍ପତ୍ତି କ୍ରୟ ବିକ୍ରୟ ଓ ଯାନ ବାହନ କ୍ରୟ ବିକ୍ରୟ କରି ପାରନ୍ତି। ଯାତ୍ରାରେ ସମୟ କଟିବ ଓ ସଶ୍ରମ ଦ୍ଵାରା ଲାଭ ପାଇବେ। ମନୋରଞ୍ଜନ କରିବା ପାଇଁ ସମୟ ମିଳିବ। ଗୃହ ବଦଳେଇବେ ନତୁବା ଗୃହରେ କିଛି ପରିବର୍ତ୍ତନ କରି ପାରନ୍ତି।  ସମୟ ଅନୁକୂଳ ଥିବାରୁ ମହତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। ମାନପ୍ରତିଷ୍ଠା ବୃଦ୍ଧି ହେବ। ଦାମ୍ପତ୍ୟ ସୁଖବୃଦ୍ଧି ହେବ। ଆର୍ଥିକ ସମସ୍ୟାରେ ସଫଳତା ମିଳିବ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ। କ୍ରୋଧିତ ହେବେ ନାହିଁ ନଚେତ୍ ତିଆରି କରିଥିବା କାର୍ଯ୍ୟ ବିଫଳ ହେବ। ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ। ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ଲୁହା, କାଠ, କୋଇଲା, କଳକବ୍ଜା ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ନାନା ବାଟରେ ଧନାଗମ ଘଟିବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଦିନଚର୍ଯ୍ୟା ସୁଖମୟ ହେବ। ସମାଜ କଲ୍ୟାଣ ଫଳରେ ବିଶେଷ ଲାଭବାନ ହେବେ। ଆଧ୍ୟାତ୍ମିକ ଭାବନାରେ ରୁଚି ଓ ଧ୍ୟାନ ଯୋଗରେ ନିମଗ୍ନ ରହିବେ। ରାଜନୀତିରେ ସଫଳତା ପାଇବା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ବିତିଯାଇଥିବା ମାମଲାରେ ସଫଳତା ମିଳିବା ସହ ବ୍ୟବସାୟରେ ଦୀର୍ଘଦିନର ଆଶା ଏବେ ପୂରଣ ହେବ। ସମସ୍ତ ପ୍ରକାର କାର୍ଯ୍ୟରେ ଅତି ଉତ୍ତମ ଫଳ ପାଇବେ। ନିଜର ଚେଷ୍ଟା ସଫଳ ହେବା ଫଳରେ ଲାଭର ମାତ୍ରା  ବଢ଼ିବ। ଲୋକମାନଙ୍କୁ ଆପଣେଇ ନବାରେ ସଫଳହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ନିଜର କଳ୍ପନାଶକ୍ତି ଅତ୍ୟଧିକ ସକ୍ରିୟ ହେବ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମିଥୁନ:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହିଲେ ମଧ୍ୟ ନିଜର ମାନସିକଭାରସାମ୍ୟ ବଜାୟ ରହିବ। ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ମେଣ୍ଟିଯିବ। କର୍ମକ୍ଷେତ୍ରରେ ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିଲେ ସ୍ଥିତି ସନ୍ତୋଷଜନକ ରହିବ। ରାଜକୀୟ ମାମଲାରେ ସଫଳତା ମିଳିବ। ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ଦୂର ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ। ମାନସିକ ଚିନ୍ତା ଦୂର ହେବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କର୍କଟ:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କର ସାହାଯ୍ୟ ପାଇବେ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବ୍ୟବସାୟକୁ ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭଦାୟକ ହେବ। ଉଚ୍ଚ ସମ୍ଭବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଶତୃମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହେବ। ଆକସ୍ମିକ ଧନଲାଭ ହେବା ଫଳରେ ନୂତନ ସମ୍ପତ୍ତି କ୍ରୟ କରିବାର ସମ୍ଭାବନା ଅଛି। ସାମାଜିକ ଉତ୍ସବରେ ଯୋଗ ଦେବେ। ପାରିବାରିକ କ୍ଷେତ୍ରରେ ନୂଆ ସମ୍ପର୍କ ସୃଷ୍ଟି ହେବା ଫଳରେ ଅଧାଥିବା କାର୍ଯ୍ୟ ପୂରଣ ହେବ ଓ ଗୃହରେ ଧାର୍ମୀକ କାର୍ଯ୍ୟର ଆୟୋଜନ କରି ପାରନ୍ତି। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ସିଂହ:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେସ କରିବେ। ପାରିବାରିକ ସମସ୍ୟାକୁ ସମାଧାନ କରି ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ରାଜନୀତି କାର୍ଯ୍ୟରେ ପରିଶ୍ରମ ଦ୍ଵାରା ବାଧାବିଘ୍ନ କମ୍ ହେବ ଓ ସଫଳତା ମିଳିବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ବନ୍ଧୁ ମିତ୍ରଙ୍କ ଦ୍ଵାରା ମହତ୍ଵପୂର୍ଣ୍ଣ କାର୍ଯ୍ୟ ହେବ। କାର୍ଯ୍ୟ ସ୍ଥିତିରେ ସୁଧାର ହେଲେ ନୂଆ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ ହେବ। ଗୃହ ସମସ୍ୟାରୁ ମୁକ୍ତି ମିଳିବ ଓ ବିରୋଧୀମାନେ ଦୁର୍ବଳ ହୋଇଯିବେ। ଧନ ସମ୍ପତ୍ତି ଓ ଗୃହ କାର୍ଯ୍ୟରେ ସମୟ ବିତିବ। ପ୍ରିୟ ଲୋକଙ୍କ ସହିତ ସାକ୍ଷାତ ହେବ ଏବଂ ପଦୋନ୍ନତିର ସୁଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ମନ ଲଗେଇବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ। ଋଣରୁ ମୁକ୍ତି ମିଳିବ। ଶତ୍ରୁବାଧା ଦୂରେଇ ଯିବ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

କନ୍ୟା:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶୁଭଖବର ପାଇ ମନ ଖୁସି ହେବ। ପ୍ରିୟଲୋକଙ୍କ ସହ ସୁସମ୍ପର୍କ ବୃଦ୍ଧି ପାଇବା ଫଳରେ ଗୁରୁତ୍ଵ ପୂର୍ଣ୍ଣ କାମଗୁଡ଼ିକ ସହଜରେ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ। କଚେରି ମାମଲାରେ ସମସ୍ୟା ସମାଧାନ ହୋଇଯିବ। ସଭାସମିତି କାର୍ଯ୍ୟ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ଲୋଡିବାକୁ ବାଧ୍ୟ ହେବେ। ଲୋକମାନଙ୍କୁ ଆପଣେଇ ନବାରେ ସଫଳ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ନିଜର କଳ୍ପନାଶକ୍ତି ଅତ୍ୟଧିକ ସକ୍ରିୟ ହେବ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ଆତ୍ମ ସମ୍ମାନ ରକ୍ଷା କରିପାରିବେ। ପ୍ରତିକାର-ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ଦୀର୍ଘଦିନରୁ ଅଟକି ଥିବା ନିର୍ମାଣାଧୀନ କାମ ବରିଷ୍ଠ ବ୍ୟକ୍ତିଙ୍କ ସୌଜନ୍ୟରୁ ସଂପୂର୍ଣ୍ଣ ହୋଇଯିବା ଫଳରେ ମାନସିକ ଶାନ୍ତି ଦେଖାଦେବ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ ଓ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ ଓ ବଡନେତାଙ୍କୁ ସନ୍ତୁଷ୍ଟ କରି ସୁଖ ଶାନ୍ତିରେ ଦିନ କଟାଇବେ। ଜନ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। ବ୍ୟବସାୟ କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

ବିଚ୍ଛା:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କାରବାର ବଢିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ଲୋକମାନଙ୍କୁ ଆପଣେଇ ନବାରେ ସଫଳହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ।  ତଳ ମହଲରୁ ଆଶାତୀତ ଲାଭ ପାଇବେ। ଚେଷ୍ଟା କରୁଥିବା କାମ ଅଟକି ରହିବ ନାହିଁ। ଶତୃମାନେ ଚେଷ୍ଟା କରି କିଛି କ୍ଷତି କରିପାରିବେ ନାହିଁ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ପ୍ରଶାସନ, ପ୍ରକାଶନ, ସଂଗଠନ କ୍ଷେତ୍ରରେ ସମସ୍ୟା ଦୂର ହେବା ଫଳରେ ଅତ୍ୟଧିକ ସକ୍ରିୟ ହୋଇ କାମର ଖଟଣି ବଢ଼ିିବା ସହ ପ୍ରଶଂସା ପାଇବେ। ସନ୍ତାନ ମାନେ ବିଦ୍ୟାରେ ଉନ୍ନତି କରିବେ। ଅଟକିଥିବା କାର୍ଯ୍ୟ ପୂରଣ ହେବ। ଘରୋଇ ସଂସ୍ଥାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ଧନୁ:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିରେ ସହାୟକ ହେବ। ଉପରିସ୍ଥ ଅଧିକାରୀଙ୍କ ଠାରୁ ଆଶା କରୁଥିବା ଖବର ପାଇ ଖୁସୀ ହେବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ଯିବ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରି ପାରିବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ। ପ୍ରତିକାର:- ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ମକର:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆୟବୃଦ୍ଧି ହେବ। ଗୃହୋପକରଣ, ଜାଗା, ଜମି, ଗୃହ, ବାହନ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିବେ। ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବା ସହ ମିତ୍ର ନୂଆ ସମାଚାର ଦେବେ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ଯୌଥ ପରିବାର ସମ୍ପର୍କୀୟ ଜମିବାଡି ନେଇ କେତେକ ସମସ୍ୟା ସହଜରେ ସମାଧାନ ହେବ। ପରିବାରରେ ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସୁସ୍ଥପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ହସଖୁସିରେ ସମୟ ବିତାଇବେ।  ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଅନେକ କାର୍ଯ୍ୟ ସଫଳ ହୋଇ ସାଂସାରିକ ସୁଖଶାନ୍ତି ବଢ଼ିବ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିଭାବାନ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସହଯୋଗ ମିଳିବା ସହ ବ୍ୟବହାର ଓ ଭାଷାର ମାଧୁର୍ଯ୍ୟ ନେଇ ଲୋକଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିପାରିବେ। କୋର୍ଟକଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟରେ ନିଜର ବୁଦ୍ଧିମତା କାରଣରୁ ଆଶାତୀତ ଲାଭ ପାଇବେ। ନୂତନ ବ୍ୟବସାୟ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ। ଯେଉଁକାର୍ଯ୍ୟ ପାଇଁ ଚେଷ୍ଟା କରିବେ ସହଜ ସରଳରେ କାର୍ଯ୍ୟ ସାଧିତ ହୋଇପାରିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ନିଜ ଲୋକଙ୍କର ସହଯୋଗରେ ଆଶା ଆକାଂକ୍ଷା ପୂର୍ଣ୍ଣ ହେବ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମୀନ:- 

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆକସ୍ମିକ ଧନ ଲାଭ ହେବ। ବନ୍ଧୁ ମିତ୍ରଙ୍କ ସହଯୋଗରେ ବିରାଟ ଯୋଜନାର ସଂକଳ୍ପ ନେବେ। ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତିପତ୍ର କରି ପାରନ୍ତି। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ପରିବାରର କେତେକ ସମସ୍ୟା ସମାଧାନ ହୋଇ ରୋଜଗାର ବୃଦ୍ଧି ହେବ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ନିଜ ପରିଶ୍ରମରେ ସଫଳତା ପାଇବେ। ନୂଆ ସୁଯୋଗ ମିଳିବା ହେତୁ ଉନ୍ନତିର ପଥ ସୁଗମ ହେବ। ଚେଷ୍ଟାଦ୍ଵାରା ଧନଲାଭ କରି ପାରିବେ। ମିତ୍ରଙ୍କ ସହିତ ସାକ୍ଷାତ୍ ଲାଭଦାୟକ ହେବ। ସମୟ ଅନୁକୂଳ ଯୋଗେ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ ଓ ଯଶ ସମ୍ମାନ ବଢିବ। ବିଦ୍ୟାର୍ଥୀମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ନ ହୋଇ ନିଜ ଲକ୍ଷ୍ୟରେ ସଫଳତା ପାଇବେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି, ଆଚାର ବ୍ୟବହାରରେ ଶାନ୍ତ ହୋଇ, ଆଶା କରୁଥିବା କାର୍ଯ୍ୟରେ ସଫଳତା ପାଇବେ। ପ୍ରତିକାର ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!