ଦୈନିକ ରାଶିଫଳ: ୨୭ ଜୁଲାଇ ୨୦୨୦, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଧନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁଲାଇ ମାସ ୨୭ ତାରିଖ, ସୋମବାର, କର୍କଟ ମାସ ୧୨ ଦିନ, ଶ୍ରାବଣମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି, ସକାଳ ୭ଟା ୯ମିନିଟ୍ ଗତେ ଅଷ୍ଟମୀତିଥି କ୍ଷୟ, ଚିତ୍ରା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର। ନଡିଆ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୨୫ମିନିଟ୍ ରୁ ୭ଟା, ଦିବା ୧୦ଟା ୩୬ମିନିଟ୍ ରୁ ୧ଟା ୯ମିନିଟ୍, ଦିବା ୪ଟା ୪୫ମିନିଟ୍ ରୁ ୫ଟା ୨୮ମିନିଟ୍, ସନ୍ଧ୍ୟା ୭ଟା ୬ମିନିଟ୍ ରୁ ୯ଟା ୧୭ମିନିଟ୍, ରାତ୍ର ୧୧ଟା ୫୪ମିନିଟ୍ ରୁ ୨ଟା ୨୭ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ। ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବା ସହ ବୁଦ୍ଧିମତା କାରଣରୁ କିଛି ଅର୍ଥ ଲାଭହେବ। ସହଯୋଗୀଙ୍କ ସାହାଯ୍ୟ ପ୍ରାପ୍ତି  ହେବା ଫଳରେ ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ।  ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ରାଜନୀତିରେ ଧୈର୍ଯ୍ୟ ଓ ସଂଯମ ରଖି ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ। ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବା ସହ ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବା ଫଳରେ ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବା ସହ ସରକାରୀ ସାହାଯ୍ୟ ମିଳିପାରେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ସନ୍ତାନ ସନ୍ତତି ମାନଙ୍କ ଖୁସିରେ ଆନନ୍ଦିତ ହେବେ। ନୂତନ ବନ୍ଧୁଙ୍କୁ ପାଇ ଖୁସୀ ହେବା ସହ ହସଖୁସିରେ ସମୟ ବିତାଇବେ। ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ। ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ପାଇ ବନ୍ଧୁ, ମିତ୍ର ଏବଂ ସହକର୍ମୀମାନଙ୍କ ଦ୍ୱାରା ଲାଭବାନ୍ ହେବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତା ପୂର୍ଣ୍ଣ ହେବ। ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେବ। କାର୍ଯ୍ୟର ପ୍ରଗତିପାଇଁ ସମସ୍ତ ପ୍ରକାର ପ୍ରୟାସ କରି ହଇରାଣ ହରକତ ହେବାକୁ ପଡି ପାରେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।    

କର୍କଟ:-

ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ। ବନ୍ଧୁ ମିତ୍ରମାନଙ୍କ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ। ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବା ସହ ସୁନାମ ଅର୍ଜନ କରିବେ। ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ। ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ଚତୁରତାସହ  ଗତିକରି କାମ ହାସଲ କରିବେ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ନୂତନ ବସ୍ତୁ କ୍ରୟ କରିପାରିବେ। ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ। ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ସିଂହ:-

ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବା ଫଳରେ ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। କର୍ମଜୀବି ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀମାନେ ସହଯୋଗ କରିବା ଫଳରେ ସାମାଜିକ ପତିଆରା ଅମଳିନ ରହିବ।  ବିଦ୍ୟାର୍ଥିମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଶୁଭ ସମାଚାର ମିଳିବା ଫଳରେ ଖୁସିହେବେ। ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ଅନୁଭବ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନାହିଁ। ଆପଣା ଲୋକଙ୍କ ସାହାଯ୍ୟ ପାଇ ଧନ ଲାଭ ହେବ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ଧର୍ମ କର୍ମରେ ରୁଚି ରହିଲେ ସୁଖ ଶାନ୍ତିରେ ଦିନଟି କଟାଇ ପାରିବେ। ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ଯୋଜନା ମୁତାବକ କାମ କରନ୍ତୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ।  ପ୍ରତିକାର:- ଅସହାୟକୁ ସାହାଯ୍ୟ କରନ୍ତୁ।

ତୁଳା:-

ସ୍ୱାସ୍ଥ୍ୟ ଠିକ୍ ରହିବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବ ଯଦିଚ ସତର୍କ ରହି ଆର୍ଥିକ ଭାରସାମ୍ୟ ରକ୍ଷାକରୀ ପାରିବେ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହୋଇ ପାରେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁ   ବିଶେଷ ବ୍ୟସ୍ତ ରହିବେ। ଶତୃମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା କାଏମ୍ ରଖି ପାରିଲେ ଲାଭ ପାଇବେ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। ବ୍ୟବସାୟୀ ମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରୀ ନେବା ଉଚିତ୍। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ରାଜନୀତିରେ ସମାଲୋଚିତ ହେଲେ ମଧ୍ୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବ। ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ସାଙ୍ଗକୁ ମାନସିକ ଅଶାନ୍ତି ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।  

ଧନୁ:-

ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମ୍ପଦ ପ୍ରାପ୍ତି ହେବ। ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ରାଜନୀତି ମାମଲାରେ ସଫଳତା ମିଳି ଯଥେଷ୍ଟ ଅଗ୍ରଗତି ଘଟିବ। ଖାଦ୍ୟପେୟରେ ନୀତିନିୟମ ରକ୍ଷା କରିବା ସହିତ ମନକୁ ଶାନ୍ତ ରଖି ପାରିଲେ ସ୍ୱାସ୍ଥ୍ୟ ଠିକ୍ ରହିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ଶାନ୍ତି ପାଇବେ। ଆର୍ଥିକ ପରିସ୍ଥିତି ଉତ୍ତମ ରହିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢି ପାରିବେ। ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ଦେଖାଇବେ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂରଣ ହୋଇଯିବ। ଭୋଗବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। ଟଙ୍କାର ଆବଶ୍ୟକତା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେଇ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ଥିବା ସମସ୍ୟାର ସମାଧାନ ହେବ। ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ। ଆକସ୍ମିକ ଅର୍ଥଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହେବ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ସହକର୍ମୀ ମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବା ସହ ପ୍ରମୋଶନର ସୂଚନାପାଇ ଖୁସି ହେବେ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ପରିବାରରେ ସୁସ୍ଥ ବାତାବରଣ ଜାରିରହି ପାରିବାରିକ ଜୀବନ ଆନନ୍ଦମୟ ହେବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଆୟ ଉପାର୍ଜନରେ ବାଧା ନାହିଁ। ପ୍ରେମିକ ପ୍ରେମିକା ମାନେ ଆନନ୍ଦ ଅନୁଭବ କରିବେ। ରାଜନୀତି ରେ ଉଚ୍ଚପ୍ରଶଂସିତ ହେବେ। ଲକ୍ଷ୍ୟ ଭ୍ରଷ୍ଟ ହୋଇଯିବା ଫଳରେ ମନସ୍ତାପ ବଢ଼ିଯିବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!