ଦୈନିକ ରାଶିଫଳ: ୨୭ ଅପ୍ରେଲ ୨୦୧୯, ଶନି ଦେବଙ୍କ କୃପାରୁ ଆଜି ଏହି ସବୁ ରାଶିର ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨୭ ଅପ୍ରେଲ ୨୦୧୯

ମେଷ:-

କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ। ଜଣେ ସତ୍ ପରାମର୍ଶଦାତା, ଦାର୍ଶନିକ, ଉପଦେଷ୍ଠା, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଦୂର ଯାତ୍ରାରେ ଅତ୍ୟଧିକ ଆୟ ବୃଦ୍ଧି ହେବ। କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ। ପାରିବାରିକ ଜୀବନରେ ସୁଖ ସମ୍ପଦ ପ୍ରାପ୍ତି ହେବ। ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଯୁବକ ଯୁବତୀ ମାନଙ୍କର ଯେଉଁ ଜିନିଷ ପାଇବା ପାଇଁ ଚିନ୍ତାକରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ। ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ ଯନ୍ତ୍ରଣା ଭୋଗି ପାରନ୍ତି। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମିଥୁନ:-

ଲେଖକ, ପତ୍ରକାର, ସଙ୍ଗୀତଜ୍ଞ ଓ ସରକାରୀ କର୍ମରତ ଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇ ପାରନ୍ତି। ଅଫିସ୍ ରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଧନଲାଭ ହେବ କିନ୍ତୁ ବ୍ୟୟ ମଧ୍ୟ ହେବ। ଯାହାର ବେଶି ଉପକାର କରିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ପରିବାର କଥା ଚିନ୍ତା କରି ମନରେ ଅସନ୍ତୋଷ ଦେଖାଦେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-

ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବାଣିଜ୍ୟ କ୍ଷେତ୍ରରେ ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ ଓ ସମସ୍ତକାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ। ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁଁ ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେବ। ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ। ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହୋଇଯିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ମହିଳାମାନେ ପରିବାରରେ ହସଖୁଶିର ବାତାବରଣ ସୃଷ୍ଟି କରିବେ। ସତର୍କ ନହେଲେ ଯାନବାହନରେ ଆକସ୍ମିକ ଦୁର୍ଘଟଣା ଘଟିପାରେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟୀମାନେ ଅଧିକ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ ଓ ଆର୍ଥିକସ୍ଥିତି ସୁଧୁରିବ। ରାଜନୈତିକ କ୍ଷେତ୍ରରେ ବିଜୟୀ ହେବେ। ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ଆଇନ, ଅଦାଲତ ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ନିର୍ମାଣାଧୀନ କାମ ଅଟକି ରହିଯିବା ଯୋଗୁ ସାମାନ୍ୟ ଚିନ୍ତିତ ରହିବେ। ମହିଳାମାନେ ଧର୍ମପରାୟଣା ଓ ପ୍ରିୟବାଦିନୀ ହେବେ। ସମ୍ପର୍କୀୟ ମାନଙ୍କ ସହ ପରୋକ୍ଷ ଶତୃତା ଯୋଗୁ ବିଚଳିତ ହେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:-

କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ ଓ ନୂଆ ଯୋଜନାରେ ସଫଳ ହେବେ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ। ବ୍ୟବସାୟରେ ଆଶା କରୁଥିବା ସଫଳତା ପାଇ ଦୂରଯାତ୍ରାର ସୁଯୋଗ ପାଇବେ। ପରିବାରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ସମସ୍ୟାର ସମାଧାନ କରିବେ। ମହିଳାମାନଙ୍କର କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ। ରାଜନୀତି କ୍ଷେତ୍ରରେ ସାମାଜିକ କାର୍ଯ୍ୟରେ ସଫଳ ସିଦ୍ଧହେବେ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ବିଚ୍ଛା:-

ବିଦ୍ୟୁତ୍ ଓ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ଶୁଭ ସଂବାଦ ପାଇ ଖୁସି ହେବେ। ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ। ରାଜନୈତିକ କ୍ଷେତ୍ରରେ ଶତୃ ମାନେ ମିତ୍ରତାର ହାତ ବଢେଇବେ। ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ଚିକିତ୍ସକ, ରସାୟନଜ୍ଞ, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ। କର୍ମକ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ହୋଇ କାମଗୁଡ଼ିକ ସହଜରେ ହୋଇଯିବ ଓ ପ୍ରଶଂସିତ ହେବେ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଶୁଭଖବର ପାଇ ମନ ଖୁସି ହେବ। ପାରିବାରିକ ଜୀବନ ଆନନ୍ଦରେ କଟିବ। ଆଇନ ଅଦାଲତ ଲେଖାପଢାରୁ ଶୁଭଫଳ ମିଳିବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ମକର:-

ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। କର୍ମ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ। ଶିଳ୍ପବାଣିଜ୍ୟ ଓ ପରିବହନ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ। କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବା ଯୋଗେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ। ସତସଙ୍ଗ ଓ ମନୋରଞ୍ଜନ, କ୍ରୀଡ଼ା କାମରୁ ପ୍ରଶଂସିତ ହେବେ। ପାରିବାରିକ ପରିସ୍ଥିତି ଯୋଗୁ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ବିଦ୍ୟାରେ ଉନ୍ନତି କରିବେ। ପ୍ରତିକାର- ମାଗିବା ଲୋକକୁ ନିରାଶ କରିବେ ନାହିଁ।

କୁମ୍ଭ:-

ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରରେ ଲୁଚକାଳି ଖେଳଭଳି ଦେଖା ଦେବ। ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବା ସହ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ କଟିବ। ସ୍ଵାସ୍ଥ୍ୟକର ପରିବେଶ ସାଙ୍ଗକୁ ସମ୍ମାନଜନକ ଘଟଣା ଘଟିବ। ଆର୍ଥିକସ୍ଥିତି ଭଲ ରହିବ କିଛି ଅସୁବିଧା ହେବ ନାହିଁ। ମିତ୍ରମାନେ ପରାମର୍ଶ ଦେଇ ସମସ୍ତ ଆଶା ପୂରଣ କରିବେ। ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ। ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ। ପ୍ରତିକାର- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମୀନ:-

ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ପାଇ ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ହେବ। ସାମ୍ବାଦିକ ତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ। ପରିବାରରେ ଅଶାନ୍ତି ଦୂରେଇ ଯାଇ  ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନଙ୍କର ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଚାକିରି କ୍ଷେତ୍ରରେ ଉନ୍ନତି ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!