ଦୈନିକ ରାଶିଫଳ: ୨୫ ଜୁଲାଇ ୨୦୧୮
ମେଷ:-
ନିଜର ବୁଦ୍ଧିମତା କାରଣରୁ କାମ ହାସିଲ କରିପାରିବେ। ଅଫିସର, ସହକର୍ମୀ ଓ ମିତ୍ର କାମର ପ୍ରଶଂସା କରିବେ। ପ୍ରିୟ ଲୋକମାନଙ୍କ ସହିତ ସମ୍ବନ୍ଧ ଓ ସମ୍ପର୍କ ସ୍ଥାପନ ହେବ। ଅଧିକ ପରିଶ୍ରମ କରି ଅର୍ଥ ଲାଭ ହେବ ଓ ବ୍ୟୟ ମଧ୍ୟ କରିବେ। ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ। ଶତୃ ଓ ବିରୋଧୀଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ। ପ୍ରତିକାର:- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ।
ବୃଷ:-
ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ବାଧା ଆସିବ। ଶତୃ ବୃଦ୍ଧି ହୋଇ କର୍ମ କ୍ଷେତ୍ରରେ ବହୁ ଅସୁବୁଧାର ସମ୍ମୁଖୀନ ହେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ବିଫଳ ହେବେ। ଦାମ୍ପତ୍ୟ ସୁଖରେ ବାଧା ଆସିବ। ଶିକ୍ଷା କ୍ଷେତ୍ରରେ ଆଦୌ ମନଯୋଗ ଦେବେ ନାହିଁ। ପରିବାର ତଥା କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ।
ମିଥୁନ:-
ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବ। କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ। ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ଯାତ୍ରା କରିବା ସମୟରେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଗୃହପୋକରଣ ନୂତନ ବସ୍ତୁ କ୍ରୟ କରିପାରିବେ। ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଲୋକଙ୍କୁ ନିଜର କରିପାରିବେ। ଆର୍ଥିକ ମାମଲା ସୁଧୁରିବ। ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।
<<Vastu>>> | <<< Jataka Bichara >>>
କର୍କଟ:-
ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଚାକିରୀ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ବିଗିଡି ଯାଇଥିବା କାର୍ଯ୍ୟ ବା ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ପରିଶ୍ରମ ଓ କଷ୍ଟକରି ଶାନ୍ତିବଜାୟ ରଖିବେ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ମିଳିମିଶି କାମ କରିପାରିଲେ କଷ୍ଟ ଦୂର ହେବ। ପ୍ରତିକାର– ମୁଗଡାଲି ମନ୍ଦିରରେ ଦାନ କରନ୍ତୁ।
ସିଂହ:-
ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। କାହାକୁ ଦେଇଥିବା ଉଧାର ଟଙ୍କା ମିଳିଯିବ। ପ୍ରଚୁର ଅର୍ଥ ଲାଭ ହେବ ଓ ପରିସ୍ଥିତି ବଦଳିଯିବ। ବାହନ ଓ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। ପାରିବାରିକ ଜୀବନରେ ସୁଧାର ହେବ। କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ। ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ।
କନ୍ୟା:-
ସରକାରୀ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ି ପାରନ୍ତି। ବ୍ୟବସାୟରେ ପରିଶ୍ରମ ଫଳରେ ଉନ୍ନତି ହେବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେବ। ଧାର୍ମିକ କାର୍ଯ୍ୟରେ ରୁଚି କମ୍ ରହିବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ବାଧା ଆସିବ। କର୍ମ ନିଯୁକ୍ତିରେ ବିଫଳ ହେବେ। ବିଶେଷ କରି ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡ଼ିବେ। ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।
ତୁଳା:-
ବାଦ-ବିବାଦଠାରୁ ଦୂରେଇ ରହିବା ଉଚିତ୍। କୌଣସିଠାରୁ ପ୍ରିୟ ଓ ଶୁଭ ସମାଚାର ପ୍ରାପ୍ତ ହେବ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇବେ। ସନ୍ତାନଙ୍କ ଚିନ୍ତାରେ ଚିନ୍ତିତ ରହିବେ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ। ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।
ବିଛା:-
ସରକାରୀ କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଶତୃମାନେ ଦୂରେଇ ଯିବେ। ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ଏବଂ ପରିଶ୍ରମରେ ଲାଭ ଓ ସୁଖ ପ୍ରାପ୍ତି ହେବ। ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ବନ୍ଧୁଙ୍କ ଆଗମନ ହେବ। ରାଜନୀତିରେ ଉନ୍ନତି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ। ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।
ଧନୁ:-
ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। କୌଣସି ଶୁଭ ସମାଚାର ଶୁଣି ହସ-ଖୁସିରେ ସମୟ ବ୍ୟତୀତ ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବା ସହ ପାରିବାରିକ ସୁଖ-ଶାନ୍ତି ମିଳିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି। ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରି ଆଶୀର୍ବାଦ ଭିକ୍ଷା କରନ୍ତୁ।
ମକର:-
କର୍ମକ୍ଷେତ୍ରରେ ବେଖାତିର ଭାବ ଯୋଗୁଁ ଉଚ୍ଚାଧିକାରୀଙ୍କ କୋପ ବଢ଼ିବ। ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ବିଫଳ ହେବେ। ବ୍ୟବସାୟରେ ଭାଗୀଦାରମାନଙ୍କ ସହ ମତାନ୍ତର ସୃଷ୍ଟି ହେବ। ପରିବାରର କେତେକ ସମସ୍ୟା ନେଇ, ମାନସିକ ପୀଡ଼ା ଅନୁଭବ କରିବେ। ଖରାପ ପିଲାଙ୍କ ସହ ସାଙ୍ଗ ହୋଇ ସନ୍ତାନ କୁ-ମାର୍ଗଗାମୀ ହେବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ପ୍ରତିକାର– ଗହମ, ଗୁଡ ବାଳକମାନଙ୍କୁ ଦାନ କରନ୍ତୁ।
କୁମ୍ଭ:-
ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ରହିବ। ପ୍ରେମ-ପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ। ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ସ୍ଵାସ୍ଥ୍ୟରେ ଉନ୍ନତି ହେବ। କୌଣସି ବରିଷ୍ଠ ରାଜନେତାଙ୍କ ସାହାଯ୍ୟ ପାଇବେ। ଯଶ କୀର୍ତ୍ତିରେ ଉନ୍ନତି ହେବ। ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରି ଆଶୀର୍ବାଦ ଭିକ୍ଷା କରନ୍ତୁ।
ମୀନ:-
ଶତୃଙ୍କ ସହିତ ମୁକାବିଲା କରିପାରିବେ। ସମସ୍ତ କାର୍ଯ୍ୟର ସମସ୍ୟା ସମାଧାନ ହୋଇଯିବ। କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ। ବାକିଥିବା ଅର୍ଥ ପ୍ରାପ୍ତି ହେବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର– ହରଡଡାଲି ମନ୍ଦିରରେ ଦାନ କରନ୍ତୁ।
Jyotirbid Dr. Pramod Satapathy
Jantra Jyotisha, Cuttack
Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri
For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988