ଦୈନିକ ରାଶିଫଳ: 24 ଜୁଲାଇ 2022, ସୂର୍ଯ୍ୟଦେବଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ୨୪ତାରିଖ, ରବିବାର, କର୍କଟମାସ୮ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ଏକାଦଶୀତିଥି ଦିବା ୧ଟା ୪୬ ମିନିଟ୍ ପରେ ଦ୍ଵାଦଶୀତିଥି, ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ବୃଦ୍ଧି ଯୋଗ ଦିବା ୨ଟା ପରେ ଧୃବ ଯୋଗ । ବାଳବ କରଣ ଦିବା ୧ଟା ୪୬ମିନିଟ୍ ପରେ କୌଳବ କରଣ । ମେଷ ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ ଦିବା ୧ଟା ୪୬ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ଦିବା ୧ଟା ୪୬ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଏକାଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୧୫ମିନିଟ୍ ରୁ ୧ଟା ୩୦ମିନିଟ୍, ରାତ୍ରି ୧ଟା ୧୫ମିନିଟ୍ ରୁ ୨ଟା ୩୮ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୪ମିନିଟ୍ ରୁ ୯ଟା ୪୨ମିନିଟ୍, ଦିବା ୧ଟା ୩୧ମିନିଟ୍ ରୁ ୨ଟା ୨ମିନିଟ୍, ସନ୍ଧ୍ୟା ୭ଟା ୮ମିନିଟ୍ ରୁ ରାତ୍ର ୯ଟା ୧୮ମିନିଟ୍, ରାତ୍ର ୧୨ଟା ୧୬ମିନିଟ୍ ରୁ ୧ଟା ୧୪ମିନିଟ୍, ରାତ୍ର ୨ଟା ୩୯ମିନିଟ୍ ରୁ ରାତ୍ର ୩ଟା ୧୦ମିନିଟ୍ । ପର୍ବଦିନ- ସର୍ବସମ୍ମତ କାମିକା ଏକାଦଶୀ ।

ମେଷ:-କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ । ସବୁଥିରେ ଥିଲେ ବି କେଉଁଥିରେ ନିଜର ପ୍ରତ୍ୟକ୍ଷ ସପୃକ୍ତିକୁ ନଦର୍ଶାଇବା ଉଚିତ୍ ହେବ । କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ । ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକରଖି ଖେଳ ଖେଳିବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିଲେ ବି ଆଶାତୀତ ଲାଭ ପାଇବେ । ଜଗିରଖି କଥା ନ କହିଲେ କୌଣସି ଅସୁବିଧାରେ ଫଶିଯିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ମାନସିକ କ୍ଷମତା ଓ ଶାରୀରିକ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ । ମାନସିକ ଶାନ୍ତି ମିଳିବା ସହ ଆକସ୍ମିକ ଧନ ପ୍ରାପ୍ତି ହେବ । ବାଣିଜ୍ୟ ବ୍ୟାପାର ମାମଲାରେ ଦୂରସ୍ଥାନକୁ ଯିବାକୁ ପଡିବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ଏମିତି କାର୍ଯ୍ୟ ଆଜି କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ । ରୋଜଗାର ସମସ୍ୟା ସୁଧୁରି ଯିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ । ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବ । ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ବ୍ୟବସାୟରେ ସଫଳତା ଅର୍ଜନ କରିବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କର୍କଟ:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଜୀବନଧାରା ପରିବର୍ତ୍ତନ କରି ସୁଖ ସୁବିଧା ପାଇଁ ପ୍ରୟାସରତ ହେବେ । ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସଙ୍କଟ ଦୂରେଇଯିବ । ଧାର କରଜ ସୁଝିବା ପାଇଁ ସୁଯୋଗ ପାଇବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ନୂତନ କର୍ମ ନିଯୁକ୍ତି ପାଇବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ସିଂହ:-ଶାରୀରିକ ଅସୁସ୍ଥତା ଦୂର ହେବ । ବ୍ୟବସାୟରେ ଉନ୍ନତି ହେବା ସହ ପ୍ରବଳ ଲାଭବାନ ହେବେ । ହରାଇଥିବା ଧନ ମିଳିଯିବ । ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ । ନୂତନ କର୍ମ ପାଇଁ ପ୍ରୟାସରତ ଥିଲେ ନିଯୁକ୍ତି ପାଇପାରନ୍ତି । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ପାଠ ପଢ଼ାରେ ମନଯୋଗ ଦେବେ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରିବେ । ପ୍ରତିକାର- କମଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କନ୍ୟା:-ଶୁଭ ସମାଚାର ଶୁଣି ଖୁସିହେବେ ଓ ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବା ସହ ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ସୃଷ୍ଟି ହେବ । ଚାକିରିପାଇଁ ପ୍ରୟାସ କରୁଥିଲେ ନିରାଶ ହେବେ ନାହିଁ । ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ ଯେନତେନ ପ୍ରକାରେ ଚେଷ୍ଟା କରିବେ । କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟରସହ ସମ୍ପାଦନ କରିପାରିବେ । ବ୍ୟବସାୟରେ ଆଶାକରୁଥିବା ଦିଗରୁ ଲାଭ ମିଳି ନପାରେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:-କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାର ମାନ୍ୟତା ଦେଇ ପ୍ରଶଂସିତ ହେବେ । ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ । କୌଣସି ଏକ ନୂତନ ଯୋଜନାର ପ୍ରସ୍ତୁତି କରିବେ । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ । ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟରରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ । କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସାସାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମଜୀବିମାନେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ କର୍ମୋନ୍ନତିର ସୁଯୋଗ ପାଇବେ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-ସାଧୁ ଓ ସଚ୍ଚୋଟ ଭାବେ କାର୍ଯ୍ୟ ତୁଲାଇବାରୁ ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ ଓ ସାକ୍ଷାତ୍କାରରେ ସଫଳ ହେବେ । ରାଜନୀତିରେ ଜନହିତକର କାର୍ଯ୍ୟ କରି ପ୍ରଶଂସା ପାଇବେ । ଛାତ୍ରଛାତ୍ରୀମାନେ ପରିଶ୍ରମର ମୂଲ୍ୟ ନିଶ୍ଚୟ ପାଇବେ । ବ୍ୟବସାୟୀମାନେ କାରବାର ଯେତିକି ହେଲେ ବି ତହିଁରେ ସଂସ୍ଥା ଚଳାଇ ଗୁଜୁରାଣ ମେଣ୍ଟାଇ ପାରିବେ । ପାରିବାରିକ ସମସ୍ୟାର ସମାଧାନ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ କରି ଉପରିସ୍ଥଙ୍କ ଶ୍ରଦ୍ଧାର ପାତ୍ର ହେବେ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ ଓ ସାକ୍ଷାତ୍କାରରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ଓ ନିଜର ମାନସମ୍ମାନ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଅତୁଟ ରହିବ । ବୁଦ୍ଧିମତା କାରଣରୁ ଅର୍ଥ ଲାଭହେବା ସହ ସମୟ ମଧ୍ୟ ଆନନ୍ଦମୟ ହେବ । ପ୍ରତିକାର- ନୀଳ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମୀନ:-ବ୍ୟବସାୟୀମାନେ କାରବାରବୃଦ୍ଧି ଫଳରେ ବିଶେଷ ଲାଭବାନ୍ ହେବେ । କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବାରୁ ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହେବେ । ପରୀକ୍ଷା ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ । ରାଜନୀତିରେ ଲୋକ ସମ୍ପର୍କକୁ ଆଧାର କରି ଆଗେଇବେ । ଆପଣଙ୍କ ସଫଳତା ଓ ବିଜୟର ଢୋଲ ଚତୁଃପାର୍ଶ୍ୱରେ ବାଜିବା ସହ ପ୍ରତ୍ୟେକ କ୍ଷେତ୍ରରେ ବାଃ ବାଃ ଶୁଣିବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!