ଦୈନିକ ରାଶିଫଳ: 23 ଜୁଲାଇ 2022, ଶନିଦେବଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ୨୩ତାରିଖ, ଶନିବାର, କର୍କଟମାସ୭ଦିନ, ଶ୍ରାବଣମାସ କୃଷ୍ଣପକ୍ଷ, ଦଶମୀତିଥି ଦିବା୧୧ଟା ୨୭ମିନିଟ୍ ପରେ ଏକାଦଶୀତିଥି, କୃତ୍ତିକା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ଗଣ୍ଡ ଯୋଗ ଦିବା ୧ଟା ୬ମିନିଟ୍ ପରେ ବୃଦ୍ଧି ଯୋଗ । ବିଷ୍ଟି କରଣ ଦିବା ୧୧ଟା ୨୭ମିନିଟ୍ ପରେ ବବ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । କଳମଶାଗ ନ ଖାଇଲେ ଭଲ ଦିବା ୧୧ଟା ୨୭ମିନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ଦିବା ୧୧ଟା ୨୭ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଏକାଦଶୀର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୫ଟା ୨୨ମିନିଟ୍ ରୁ ୭ଟା, ଦିବା ୧ଟା ୩୦ମିନିଟ୍ ରୁ ୩ଟା ୮ମିନିଟ୍, ଦିବା ୪ଟା ୪୫ମିନିଟ୍ ରୁ ସନ୍ଧ୍ୟା ୭ଟା ୪୫ମିନିଟ୍, ରାତ୍ର ୪ଟା ରୁ ୫ଟା ୨୩ମିନିଟ୍ । ଶୁଭସମୟ- ଦିବା ୧୦ଟା ୧୬ମିନିଟ୍ ରୁ ୧ଟା ୧୦ମିନିଟ୍, ରାତ୍ର ୮ଟା ୩୬ମିନିଟ୍ ରୁ ୧୦ଟା ୪୬ମିନିଟ୍, ରାତ୍ର ୧୨ଟା ୧୬ମିନିଟ୍ ରୁ ୧ଟା ୪୨ମିନିଟ୍, ରାତ୍ର ୨ଟା ୨୮ମିନିଟ୍ ରୁ ୩ଟା ୫୪ମିନିଟ୍ ।

ମେଷ:-ଅଚାନକ ଭାବରେ ଦୂରଯାତ୍ରା କରିବେ । କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ଚାକିରି କରିଥିବା ବ୍ୟକ୍ତିମାନେ ବହୁତ ଲାଭ ଉଠାଇପାରିବେ । ଆଡମ୍ବରରେ ଆଗ୍ରହ ବଢିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ । ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । ବ୍ୟବସାୟୀ ମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠାର ଦ୍ଵାର ସାହାଣମେଲା ହେବ । ନାନା ପ୍ରକାର ସଂଘର୍ଷ ମଧ୍ୟରେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-କାମ-କାର୍ଯ୍ୟର ଦାୟିତ୍ଵ ବଢିବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ଦୂର ଯାତ୍ରାରେ ସଫଳତା ପ୍ରାପ୍ତିହେବ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ ନ କଲେ ବ୍ୟବସାୟକୁ ରକ୍ଷା କରିବା କଷ୍ଟକର ହେବ । କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଲେ ମଧ୍ୟ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-ସ୍ଵାସ୍ଥ୍ୟରେ ସୁଧାର ଆସିବ । ଚାକିରି କରିଥିବା ବ୍ୟକ୍ତିମାନେ ବହୁତ ଲାଭ ଉଠାଇ ପାରିବେ । କୌଣସି ବନ୍ଧୁଙ୍କ ସାହାଯ୍ୟ ଦ୍ଵାରା ଉନ୍ନତି କରିବେ । ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ । ଅଚାନକ ଧନଲାଭ ହେବା ସହିତ ଜିମ୍ମେଦାରୀ ବା ଦାଇତ୍ଵ ବଢିଯିବ । ବାହନ ଆଦି କ୍ରୟ କରି ପାରିବେ । ଅଚାନକ ଭାବରେ ଦୂରଯାତ୍ରା କରିବେ । ଆମୋଦ-ପ୍ରମୋଦ, କ୍ରିଡା, ଦୂରଯାତ୍ରା ସବୁଥିରେ ସଫଳତା ମିଳିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-ଶତୃ ଓ ବିରୋଧୀମାନେ ପରାସ୍ତ ହେବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବାଦବିବାଦର ସମାଧାନ ହୋଇ ଶାନ୍ତି ଉପୁଜିବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ମନରୁ ଦୂରେଇଯିବ । ପ୍ରତିକାର- ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ବର୍ଚସ୍ଵ ପ୍ରଭାବ ଓ ପରାକ୍ରମ ବଢିବ । ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବ୍ୟାପାର ଓ କାରବାରରେ ସୁଧାର ଆସିବା ଫଳରେ ମନ ଖୁସିହେବ । ଉଚ୍ଚ ସମ୍ଭବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପୋଯୋଗ କରିବା ଫଳରେ ବହୁତ ଲାଭ ମିଳିବ । ଭବିଷ୍ୟତକୁ ଧ୍ୟାନରେ ରଖି ସନ୍ତୁଳିତ ବଜେଟ ତିଆରି କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ବ୍ୟବସାୟରେ ସ୍ଵାର୍ଥପରତା ଓ ଆଳସ୍ୟଭାବ ଯୋଗେ କ୍ଷତି ସହିବେ । ପ୍ରତିକାର- ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ମାଆ ବାପା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ । ଆତ୍ମକେନ୍ଦ୍ରିତ ହୋଇଯିବେ । ଶତୃ ଓ ବିରୋଧୀ ମାନେ କୌଣସି କ୍ଷତି କରିପାରିବେ ନାହିଁ । ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ଶତୃମାନେ ପରାଜିତ ହେବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ପିଲାମାନଙ୍କ ପାଠପଢା ନେଇ ବହୁ ଦିଗରୁ ମନୋବଳ ଓ ସାମର୍ଥ୍ୟ ବୃଦ୍ଧି ପାଇବ । ନୂତନ ସମ୍ପତି କ୍ରୟ କରିବେ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ମାନସିକ ଶାନ୍ତି ମିଳିବ । ପ୍ରତିକାର-ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ନୂଆ ଜ୍ଞାନର ବୃଦ୍ଧି ହେବ ଓ ସୁଖ ସମ୍ପଦ ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଅସାଧାରଣ ସ୍ଥିତି ରହିବ । ପାରିବାରିକ କ୍ଷେତ୍ରରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ । ପିଲାମାନଙ୍କ ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ । ପ୍ରତିଯୋଗୀତା କ୍ଷେତ୍ରକୁ ମୁହାଁଇଲେ ବାଧାବିଘ୍ନକୁ ପଛରେ ପକାଇ ଅଗ୍ରଗତିର ବେଗ ବଢିଯିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ହାତଖାଲି ହେବା ବେଳକୁ ଦୈବୀ ସହାୟତା ତଥା କର୍ମଯୋଗ ଦ୍ଵାରା ଖାଲି ହାତ ପୁଣି ଭରି ହୋଇଯିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଖାଦ୍ୟପେୟରେ ନୀତିନିୟମ ରକ୍ଷା କରିବା ସହିତ ମନକୁ ଶାନ୍ତ ରଖି ପାରିଲେ ସ୍ୱାସ୍ଥ୍ୟ ଠିକ୍ ରହିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦୂରଗାମୀ ହେଲେ ସବୁ ମତେ ଉନ୍ନତି ହେବ । ପ୍ରତିକାର- ନୀଳ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମୀନ:-ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ନୂତନ ବସ୍ତୁ କ୍ରୟ କରିପାରିବେ । ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ । ପାରିବାରିକ ଓ ଆର୍ଥିକସ୍ଥିତିରେ ସୁଧାର ଆସିବ । ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତି ହୋଇପାରେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!