କୁମ୍ଭ ରାଶି ପାଇଁ କେମିତି ରହିବ ନୂତନ ବର୍ଷ ୨୦୧୯, କଣ କହୁଛି ନୂଆ ବର୍ଷର ନୂଆ ଗ୍ରହଚଳନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ଏକାଦଶ ଭାବରେ। ଚନ୍ଦ୍ର, ଶୁକ୍ର ନବମ ଭାବରେ। ମଙ୍ଗଳ ଦ୍ଵିତୀୟ ଭାବରେ। ବୁଧ, ଗୁରୁ ଦଶମ ଭାବରେ। ରାହୁ ଷଷ୍ଠ ଭାବରୁ ପଞ୍ଚମ ଭାବକୁ ଓ କେତୁ ବ୍ୟୟ ଭାବରୁ ଏକାଦଶ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଏ ବର୍ଷ କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ। ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ, ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତି ହେବ ଏବଂ  ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ  ସହଜରେ ପରିଶୋଧ କରିପାରିବେ। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ। ବାଣିଜ୍ୟ, ବ୍ୟବସାୟ, ନବିନିକରଣ, ଦୋକାନ, ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ଉପଯୁକ୍ତ ସମୟ। ପୁତ୍ର କନ୍ୟାଙ୍କର ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ କରିପାରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତ ହୋଇଥିଲେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ଉପଯୁକ୍ତ ଜୀବନସାଥୀ ପାଇ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ।

ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନ ଓ ପତିପତ୍ନି କ୍ଷେତ୍ରରେ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁତ୍ରରତ୍ନ ପ୍ରାପ୍ତି ହେବ। ନତୁବା ତତୁଲ୍ୟ ନୂତନ ଗୃହ, ନୂତନଯାନବାହାନ, ନୂତନବ୍ୟବସାୟ, ନୂତନଜାଗାଜମି ପ୍ରାପ୍ତିହେବ। ବ୍ୟବସାୟୀମାନଙ୍କପାଇଁ ବର୍ଷଫଳ ମୋଟାମୋଟି ଭାବେ ଅନୁକୂଳ ହେବ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ପରିବହନ ବ୍ୟବସାୟରେ ଆଶା ମୁତବକ ଲାଭ ପାଇବେ। ଶ୍ରମିକ ଓ କର୍ମଚାରୀମାନେ ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ। କାରବାରର ସୀମା ବଢାଇ ହେବ। କର୍ମକ୍ଷେତ୍ରରେ ମାଲିକ ସପକ୍ଷ ସଂଗଠନର ନେତୃତ୍ଵ ନେଇ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। ଭାବଭଙ୍ଗୀ, ଠାଣି ଓ ଚାଲିଚଳନ ଦେଖିଲେ ଜଣାଯିବ ଯେ ଆପଣ ଯଥାର୍ଥରେ ଜଣେ ସେନାପତି ବା ପୁଲିସ ହାକିମ, ଅଥବା ପ୍ରଶାସକ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବ ଓ ପଦପଦବୀ ଲାଭ ହେବ।

 

କୌଣସି ବାଧା ବନ୍ଧନ ନମାନି  ଆଗେଇ ଯିବାର ସୁଯୋଗ ପାଇବେ। ସ୍ଥଳବିଶେଷରେ ଅଧିକ ପରିଶ୍ରମ ବିନା ଅଧିକ ଲାଭବାନ ହେବା ନିମନ୍ତେ ଅନ୍ୟ ମାନଙ୍କୁ ସିଡି ରୂପେ ବ୍ୟବହାର କରିବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ। କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ଗସ୍ତ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ମଧ୍ୟ ଚାଲୁରଖିବେ। ଲକ୍ଷ୍ୟହାସଲ ହିଁ ମୂଳ ଆଭିମୁଖ୍ୟ ହେବ। ଧନାର୍ଜନ, ଉଦ୍ୟମୀ, ଦୃଢମନରେ ପରୋପକାର କରିବେ। କୃଷିଜୀବୀମାନେ ଚାଷରେ ତୈଳବୀଜ ଓ ରବି କ୍ଷେତରୁ ବେଶ୍ ଲାଭବାନ ହୋଇ ପାରିବେ। ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ।

କୌଣସିଥିରେ ଅଭିମାନ ନଥାଇ ସୁନାମ ଅର୍ଜନ କରିବେ। ପାରିବାରକ ଜୀବନ ସୁଖରେ କାଟିବେ; ମାଙ୍ଗାଲୋତ୍ସବ ଦ୍ଵାରା ଅତି ନିକଟର ବନ୍ଧୁ ବାନ୍ଧବଙ୍କ ସହ ପ୍ରିୟତା ସୃଷ୍ଟିହେବ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ସନ୍ତାନ ସନ୍ତତି ମାନଙ୍କପାଇଁ ବର୍ଷ ଫଳ ଉତ୍ତମ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ। ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ନାନା ବାଟରେ ଧନାଗମ ଘଟିବ। ଅର୍ଥକୁ ଭଗବାନ ଜ୍ଞାନ କରି ଗୁରୁତ୍ଵ ଦେଇ ଚାଲିବେ। ଦୈବୀଶକ୍ତି ବଳରେ ଅନେକ ବିପଦରୁ ରକ୍ଷା ପାଇପାରିବେ।

ଅଶୁଭ ଫଳ:-

ଆସକ୍ତି ମୋହ, ଲୋଭ, କ୍ରୁର କର୍ମ ଗୁଡିକ ପାଇଁ ଅପଯଶ ପାଇବେ। ଗୁରୁଜନ କେହି ଅସନ୍ତୁଷ୍ଟରହିବେ। ମୁଣ୍ଡ ନଇଁବ ନାହିଁ। ଅ।ବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ  ଅକ୍ଷୁର୍ଣ୍ଣ ରଖିବେ। ମାତୃପୀଡା ଯୋଗ ରହିଛି। ସେହିପରି ଖର୍ଚ୍ଚର ଦ୍ଵାର ସାହାଣ ମେଲା ରହିବ। ଏକବୁଝା ପ୍ରକୃତି ନିମନ୍ତେ ଆପଣା ଲୋକଙ୍କୁ ଉପେକ୍ଷା କରି ନିଜେ ଅବାଞ୍ଛିତ ହୋଇ ପଡିବେ। ଅନ୍ୟମାନଙ୍କପ୍ରତି ଉଦ୍ଦିଷ୍ଟ କର୍ତ୍ତବ୍ୟ-କର୍ମକୁ ପାସୋରି କେବଳ ନିଜକୁ ଦେଖିବେ। ବହୁ କ୍ଷେତ୍ରରେ ଅପ୍ରିୟତା ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ କ୍ଷତିଗ୍ରସ୍ତ କରାଇବ ଓ ଭ୍ରାତୃ ବିବାଦର ଆଶଙ୍କା ରହିଛି। ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ। ଭାଗ୍ୟର ବିଡମ୍ବନା ଭୋଗ ହେବ। ବିଶେଷ ଅସୁସ୍ଥି ଜନିତ ବାଧା କିମ୍ବା ବୈଷୟିକ ସମସ୍ୟା ଘଟି ହନ୍ତସନ୍ତ ହେବାର ନ।ହିଁ।  ବ୍ୟବସାୟୀକ ସମସ୍ୟାକୁ ନେଇ ମଝିରେ ମଝିରେ ଭ୍ରମଣ କରିବାକୁ ପଡିବ। ଚୋରୀ, ପ୍ରତାରଣା ଯୋଗୁ କ୍ଷତିଗ୍ରସ୍ତ ହେବେ।

ମହିଳା ମାନଙ୍କ ପାଇଁ:-

କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ନହୋଇ ଥିଲେ, ବର୍ଷର ଆରମ୍ଭରେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। କର୍ମ କ୍ଷେତ୍ରରେ ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ ଓ ଅର୍ଥଲାଭ ହେବ। କୌଣସି  ଶିକ୍ଷା ଗ୍ରହଣ ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ଅନୁଢାମାନଙ୍କର ଏ ବର୍ଷରେ ବିବାହ ଘଟିବ। ବୈଷୟିକ ବା ଧନ ସମୃଦ୍ଧିଯୁକ୍ତା ହେବେ। ପାରିବାରିକ କ୍ଷେତ୍ରରେ ଗୁରୁଜନଙ୍କ  ସ୍ନେହ-ସହାନୁଭୁତି ହାସଲରେ ସମର୍ଥ ହୋଇ ପାରିବେ।  ବାହ୍ୟ ପ୍ରତିପତ୍ତି ଉଣା ହେବ ନାହିଁ।  ପରିବାର ଓ ସେବାୟତ ମାନଙ୍କ ଉପରେ କର୍ତ୍ତୃତ୍ଵ ବିସ୍ତାର କରି ହେବ।

କୁମାରି ବା ଯୁବତୀମାନେ ପରରିବର୍ତ୍ତନଶୀଳ ଭାଗ୍ୟ ନେଇ ଜୀବନ ଶୈଳୀ ଗଢିବେ। ଧୀର ସ୍ଵଭାବ, ସ୍ଥିରଚିତ୍ତ ଓ ଦୃଢ ବିଚାର ବଳରେ ବିଶେଷ ଭାଗ୍ୟୋନ୍ନୋତି ଘଟାଇ ପାରିବେ। ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ। ବିବାହ ପରେ ନିଜ ସ୍ଥିତିର ପରିବର୍ତ୍ତନ ଘଟିବ ଓ ଉନ୍ନତି ହେବ।  କର୍ମଜୀବିନୀମାନେ ଘର ଅପେକ୍ଷା  କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ। ଅକସ୍ମାତ ଭୂମିଲାଭ ଘଟିବ ଓ ନୂତନ ଗୃହନିର୍ମାଣ ପାଇଁ ପ୍ରସ୍ତୁତି ହେବେ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ। ବର୍ଷଟି ଖୁବ ଭଲରେ କଟିବ।

ସ୍ୱାସ୍ଥ୍ୟ:-

ଆପଣଙ୍କର ବର୍ଷସାରା ସ୍ଵାସ୍ଥ୍ୟପ୍ରାୟ ଭଲ ରହିବ। କାନ୍ଧ  ଓ ହାତରେ ସାମାନ୍ୟ ଧରଣର ପୀଡା ଅନୁଭବ କରିବେ। ବୟସ ବୃଦ୍ଧି ସତ୍ଵେ ପ୍ରାୟତଃ ସୁସ୍ଥ, ନିରୋଗ ଓ ବଳିଷ୍ଠ ଜୀବନଯାପନ କରିବେ।   ଆଘାତ ପ୍ରାପ୍ତି ବା ରକ୍ତ ଦୋଷରୁ ଅଥବା ଗୁପ୍ତ ରୋଗପାଇଁ ସାମୟିକ କଷ୍ଟ ଭୋଗିବେ। ପ୍ରଚୁର ପୁଷ୍ଟିକର ଖାଦ୍ୟ ଓ ବ୍ୟାୟାମ ଆପଣଙ୍କ ପାଇଁ ଦରକାର। ଘଣ୍ଟିକା, ପାକସ୍ଥଳୀ, ମୂତ୍ରାଶୟ ଓ ଆମାଶୟ  ରୋଗ ଏବଂ ଟାଇଫଏଡ ଆଦି ବେଳେବେଳେ ପୀଡା ଦେବ। ଖାଦ୍ୟ ଭିତରେ ସୁରସ ଖାଦ୍ୟ, ଚୂଡା ଭଜା, ଅଦା, ଟମାଟୋ, ଗାଜର, ପାଳଙ୍ଗ ଶାଗ, କଲରା, କାଗେଜିଲେମ୍ବୁ ଅଧିକ ଖାଇବା ଉଚିତ। ପିତ୍ତପ୍ରକୂପିତ ଉଦର ରୋଗର ଉପସର୍ଗ ସାଙ୍ଗକୁ ସାମୟିକ ରକ୍ତଚାପ ଓ ଶିରୋପୀଡା ମିଳିତ ପ୍ରଭାବ ବିସ୍ତାରି ହନ୍ତସନ୍ତ ହେବେ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-

ଛାତ୍ରଛାତ୍ରୀମାନେ ପ୍ରଶାସନିକ ସେବା ସମ୍ବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍। କିମ୍ବା ମେଡିକାଲ୍  ସାଇନ୍ସ ଅଧ୍ୟୟନ କରୁଥିଲେ ବିଶେଷ ସଫଳତା ପ୍ରାପ୍ତି ହେବ। ସମୟ ବେଶ ସୁଖରେ କାଟିବେ। ପଢାପଢିରେ ମନ  ଲାଗି ରହିବ ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ରହିଛି। ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ। ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗ ଅସନ୍ତୋଷର କାରଣ ହେବ। ବେଳେ ବେଳେ ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିବ।

ପ୍ରତିକାର:-

୧- ଶନିଙ୍କ ନିକଟରେ ଶନିବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୨- ଶନିବାର ଦିନ ଆମିଷ ଖାଇବେ ନାହିଁ ଓ ପୋଡ଼ା ଦ୍ରବ୍ୟ କିଛି ଖାଇବେ। ୩- ବାଡିଅଁଳା ମୂଳ ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ।  ୫- ପ୍ରତ୍ୟେକ ଦିନ ପିତାମାତା, ଗୁରୁଗୁରୁଜନଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ଓ କୁକୁରକୁ ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!