ଅଙ୍କ ଜ୍ୟୋତିଷ- ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ନୂତନ ବର୍ଷ, 2019 ରେ ହେବ କାହାର ଭାଗ୍ୟ ପରିବର୍ତ୍ତନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା-୪-୧୩-୨୨ ଓ ୩୧

ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟା ହେବ ଚାରି। ଚାରି ସଂଖ୍ୟାର ମାଲିକ ରାହୁ ଓ ୨୦୧୯ମସିହା ବର୍ଷର ଅଙ୍କ ତିନି ହୋଇଥିବାରୁ ଏହାର ମାଲିକ ବୃହସ୍ପତି ବା ଗୁରୁ। ରାହୁ ଓ ବୃହସ୍ପତି ଶତୃ ହୋଇଥିବାରୁ ଏହି ବର୍ଷ ଅନେକ କାର୍ଯ୍ୟରେ ବାଧା ବିରୋଧ ସୃଷ୍ଟି ହେବ। ଧୈର୍ଯ୍ୟ ଓ ସାହସ ରଖି ଯଥାବିଧି ପ୍ରତିକାର କରି ଚାଲିଲେ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ନିଚ୍ଚ ଲୋକମାନେ ଶତୃତା ଆଚରଣ କାଲେ ମଧ୍ୟ ସରକାରୀ କ୍ଷେତ୍ରରୁ, ବରିଷ୍ଠ ବ୍ୟକ୍ତିମାନଙ୍କ ଠାରୁ ଓ ଜ୍ଞାନୀମାନି ଲୋକଙ୍କ ଠାରୁ ଉଚିତ୍ ନ୍ୟାୟ ପାଇବେ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କଲେ ମଧ୍ୟ ଉପରିସ୍ଥଙ୍କ ପ୍ରିୟପାତ୍ର ହୋଇପାରିବେ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପଦୋନ୍ନତି ସହ ସଫଳତା ଲାଭ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ମହିଳାମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଯୁବକ-ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ଶାରିରୀକ ଅସୁସ୍ଥତା ଦୂର ହେବା ସହ ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ ଓ ନୂଆ ଯୋଜନାରେ ସଫଳହେବେ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ପ୍ରତିକାର: କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ।

ତା-୫-୧୪ ଓ ୨୩

ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟା ହେବ ପାଞ୍ଚ। ପାଞ୍ଚ ସଂଖ୍ୟାର ମାଲିକ ବୁଧ ଓ ୨୦୧୯ମସିହା ବର୍ଷର ଅଙ୍କ ତିନି ହୋଇଥିବାରୁ ଏହାର ମାଲିକ ବୃହସ୍ପତି ବା ଗୁରୁ। ବୁଧ ଓ ବୃହସ୍ପତି ସମମିତ୍ର ହୋଇଥିବାରୁ ଏହି ବର୍ଷ ସମସ୍ତ ପ୍ରକାର ଦୁଶ୍ଚିନ୍ତା ଦୂର ହେବା ସହ ଉତ୍ସାହ ବୃଦ୍ଧି ପାଇବ। ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ବକେୟା ଅର୍ଥ କିଛି ମିଳିବ ଓ ନିର୍ମାଣମୂଳକ ଯୋଜନାରେ ଆଗେଇବେ। ମାନସିକ ଶାନ୍ତି ଓ  ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ। ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷା କରି ଶାନ୍ତି-ଶୃଙ୍ଖଳା ବଜାୟ ରହିବ। ଆୟ ଉପାର୍ଜ୍ଜନର ବୃଦ୍ଧି ସହ କୌଣସି ଜଟିଳ ସମସ୍ୟାର ସମାଧାନ ହେବ।

ବନ୍ଧୁ ବାନ୍ଧବଙ୍କଦ୍ୱାରା ଅନେକ କାର୍ଯ୍ୟ ହାସଲ କରିବେ। ଅବିବାହିତ ଯୁବକ-ଯୁବତୀମାନଙ୍କର ବିବାହ ପ୍ରସ୍ତାବ ପାଇବେ। କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବାଦ୍ଵାରା ଆୟର ସ୍ରୋତ ଖୋଲିଯିବ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବ୍ୟବସାୟିକ ସଫଳତା ମିଳିବ। ପାରିବାରିକ ଜୀବନରେ ଅଶାନ୍ତି ଦୂର ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ପାଇବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତିରେ ସଫଳ ହେବେ। ଛାତ୍ର-ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ତା-୬-୧୫ ଓ ୨୪ ତା

ରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟା ହେବ ଛଅ। ଛଅ ସଂଖ୍ୟାର ମାଲିକ ଶୁକ୍ର ଓ ୨୦୧୯ମସିହା ବର୍ଷର ଅଙ୍କ ତିନି ହୋଇଥିବାରୁ ଏହାର ମାଲିକ ବୃହସ୍ପତି ବା ଗୁରୁ। ଶୁକ୍ର ଓ ବୃହସ୍ପତି ସମମିତ୍ର ହୋଇଥିବାରୁ ଏହି ବର୍ଷ ଅତ୍ୟନ୍ତ ଲାଭ ଦାୟକ ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପଦୋନ୍ନତି ଓ ସଫଳତା ଲାଭ କରିବେ। ବ୍ୟବସାୟରେ ଋଣରୁ ମୁକ୍ତି ହେବା ସହ ଉନ୍ନତି ଓ ଆଶାନୁରୂପ ଲାଭ କରିବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ।  ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଅବିବାହିତ ଯୁବକ-ଯୁବତୀମାନଙ୍କର ବିବାହ ସ୍ଥିର ହେବ।  ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ।

ମହିଳା ମାନଙ୍କର ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ନୂତନ ଆୟର ପନ୍ଥା ଖୋଲିଯିବ। ବିରାଟ ଯୋଜନାର ସଂକଳ୍ପ ନେବେ। ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତିହେବ। ଆକସ୍ମିକ ଧନ ଲାଭ ହେବ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ଯୁବକ-ଯୁବତୀମାନେ ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ଓ  ସହଯୋଗ କରିବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଦ୍ଵାରା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!