ଅଙ୍କ ଜ୍ୟୋତିଷ- ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ନୂତନ ବର୍ଷ, 2019 ରେ ହେବ କାହାର ଭାଗ୍ୟ ପରିବର୍ତ୍ତନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା-୭-୧୬ ଓ ୨୫

ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟା ହେବ ସାତ। ସାତ ସଂଖ୍ୟାର ମାଲିକ କେତୁ ଓ ୨୦୧୯ ମସିହା ବର୍ଷର ଅଙ୍କ ତିନି ହୋଇଥିବାରୁ ଏହାର ମାଲିକ ବୃହସ୍ପତି ବା ଗୁରୁ। କେତୁ ଓ ବୃହସ୍ପତି ମିତ୍ର ହୋଇଥିବାରୁ ଏହି ବର୍ଷ ଧୈର୍ଯ୍ୟ ସାହସ ବୃଦ୍ଧି ହେବା ସହ ସମସ୍ତ କାର୍ଯ୍ୟ ସୁଗମତା ହୋଇ ପ୍ରଗତିର ବାତାବରଣ ଜାରି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାନସିକ ଓ ଶାରିରୀକ ସୁସ୍ଥତା ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପ୍ରସଂଶିତ ହେବା ସହ ଉଚ୍ଚପଦ ପଦବି ପ୍ରାପ୍ତି ହେବ। ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନରେ ବୃଦ୍ଧିହେବ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ ଓ ଦୂରଯାତ୍ରାର ସୁଯୋଗ ପାଇବେ। ଅବିବାହିତ ଯୁବକ-ଯୁବତୀ ମାନଙ୍କର ବିବାହ କ୍ଷେତ୍ରରେ ସଫଳ ହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରଶାସନିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଯେ କୌଣସି ବ୍ୟବସାୟରେ ହାତ ଦେବେ ସେଥିରେ ସଫଳ ହେବେ। ମହିଳାମାନେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ଓ ଆଶାଜନକ ଫଳ ପ୍ରାପ୍ତି ହେବା ସହ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ସହ କମ୍ ପରିଶ୍ରମରେ ସାମାଜିକ ପତିଆରା ଅମଳିନ ରହିବ ଓ ଆୟ ଉପାର୍ଜନ ବୃଦ୍ଧି ହେବ। ପ୍ରତିକାର: ଗାଈ ଓ କୁକୁରକୁ ଦୁଇପଟ ରୁଟି ଖାଇବାକୁ ଦିଅନ୍ତୁ। ଗୁରୁବାର ଦିନ ଗଣେଶଙ୍କ ପାଖରେ ଦୁଇଟି କଦଳୀ ଭୋଗ ଲଗାନ୍ତୁ।

ତା-୮-୧୭ ଓ ୨୬

ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟା ହେବ ଆଠ। ଆଠ ସଂଖ୍ୟାର ମାଲିକ ଶନି ଓ ୨୦୧୯ମସିହା ବର୍ଷର ଅଙ୍କ ତିନି ହୋଇଥିବାରୁ ଏହାର ମାଲିକ ବୃହସ୍ପତି ବା ଗୁରୁ। ଶନି ଓ ବୃହସ୍ପତି ସମମିତ୍ର ହୋଇଥିବାରୁ ଏହି ବର୍ଷ ଅନେକ ଦିନର ଆଶା ଆକାଂକ୍ଷା ପୂରଣ ହେବ। ସରକାରୀ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପାରିବାରରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖା ଦେବ। ମହିଳାମାନଙ୍କର ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଅବିବାହିତ ଯୁବକ-ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ ଓ  କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ଦେଖାଦେବ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ବିଶେଷ କରି ପ୍ରଶାସନିକ ସେବା, ଚିକିତ୍ସା ଓ ଇଂଜିନିୟରିଂରେ ସମ୍ବନ୍ଧିତ ପରୀକ୍ଷାରେ ଯଶର ସହ ସଫଳତା ମିଳିବ।

ଘରୋଇ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତି ହେବା ସହ ଆର୍ଥିକ ସ୍ଵଛଳତା ଦେଖାଦେବ।  କାଠ, କୋଇଲା, ଲୌହଜାତ ଦ୍ରବ୍ୟ, ଗାଡି ମଟର ଓ ଖାଦ୍ୟ ଦ୍ରବ୍ୟ ବ୍ୟବସାୟରେ ପ୍ରବଳ ଉନ୍ନତି ସହ ଲାଭ କରିବେ। ଶତୃ, ରୋଗ, ଋଣରୁ ମୁକ୍ତି ପାଇ ଶାନ୍ତିରେ ନିଶ୍ଵାସ ମାରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ଶାରିରୀକ ସୁସ୍ଥତା ଅନୁଭବ କରିବେ। ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ଉପରେ ନଜର ରଖି କଠିନ ପରିଶ୍ରମ କଲେ ସଫଳତା ପ୍ରାପ୍ତି ହେବ। ପ୍ରତିକାର: ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ। ଶନିବାର ଦିନ ଅସ୍ଵସ୍ଥ ବୃକ୍ଷ ମୂଳରେ ପାଣି ଢାଳି ସାତଥର ପ୍ରଦକ୍ଷିଣ କରନ୍ତୁ। ଜନ୍ଦା ପିମ୍ପୁଡିଙ୍କ ଉଦେଶ୍ୟରେ କିଛି ମିଠା ରଖନ୍ତୁ।

ତା-୯-୧୮ ଓ ୨୭

ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟା ହେବ ନଅ । ନଅ ସଂଖ୍ୟାର ମାଲିକ ମଙ୍ଗଳ ଓ ୨୦୧୯ମସିହା ବର୍ଷର ଅଙ୍କ ତିନି ହୋଇଥିବାରୁ ଏହାର ମାଲିକ ବୃହସ୍ପତି ବା ଗୁରୁ। ମଙ୍ଗଳ ଓ ବୃହସ୍ପତି ମିତ୍ର ହୋଇଥିବାରୁ ଏହି ବର୍ଷ ଭୂସମ୍ପତ୍ତି ଲାଭ, ବଳପରାକ୍ରମ ବୁଦ୍ଧି, ଶକ୍ତି ସାହସ ଓ ଉତ୍ସାହ ଉଦ୍ଦିପନା ଦେଖାଦେବ। ପୈତୃକ ସମ୍ପତ୍ତି ନେଇଥିବା ଗଣ୍ଡଗୋଳର ସମାଧାନ ହେବ। ପଡୋଶୀ କଳହ, ଭାତୃବିବାଦ ମେଣ୍ଟି ଯିବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ମହିଳାମାନେ ନିଜ ଗୃହ ସମସ୍ୟା ସଜାଡି ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଆଶାତୀତ ସଫଳତା ପାଇ ଆନନ୍ଦିତ ହେବେ।

ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖା ଦେବାରୁ ଅନେକ ଦିନର ଅଭିଳାଷ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦୋନ୍ନତି ପାଇବେ। କୃଷି କ୍ଷେତ୍ରରେ ସଫଳତା ଦେଖାଦେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା. ମାନ-ସମ୍ମାନ ବୃଦ୍ଧି ହେବା ସହ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହୋଇ ବିବାହରେ ପରିଣତ କରିବେ। ବୈବାହିକ ଜୀବନ ସୁଖରେ କଟିବ। ପରିବାରରେ ଶୁଭ ସମାଚାର ପାଇ ଆନନ୍ଦର ଲହରୀ ଖେଳିଯିବ। ପୁରାତନ ରୋଗରୁ ଉପଶମ ପାଇ ସ୍ୱାସ୍ଥ୍ୟ ଦିଗରୁ ଉତ୍ତମ ରହିବ। ପ୍ରତିକାର: ପିତା ମାତା, ଗୁରୁ-ଗୁରୁଜନଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ। ପ୍ରତିଦିନ ଗୃହରେ ହନୁମାନଙ୍କ ଉଦେଶ୍ୟରେ ଘିଅ ଦୀପ ଜାଳାନ୍ତୁ। ତୁଳସୀ ମୂଳରେ ପାଣି ଦେଇ ତୁଳସୀ ମୂଳର ମାଟିକୁ ଟୀକା କରି ପିନ୍ଧନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!