ଦୈନିକ ରାଶିଫଳ: ୨୦ ଅକ୍ଟୋବର ୨୦୧୮। ଶନି ଦେବଙ୍କ କୃପାରୁ ଏହି ୪ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ହେବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨୦ ଅକ୍ଟୋବର ୨୦୧୮। ଶନି ଦେବଙ୍କ କୃପାରୁ ଏହି ୪ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ହେବ।

ମେଷ:-

ଉଚ୍ଚପ୍ରଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ରାଜନୀତିରେ ସାହାଯ୍ୟ ସହଯୋଗ ମିଳିବ। ମହିଳାମାନଙ୍କର ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ଶୁଭ ସମାଚାର ପାଇ ଖୁସି ହେବେ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବା ସହ ପାରିବାରିକ ସୁଖ-ଶାନ୍ତି ମିଳିବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ମହିଳାମାନେ ହସ ଖୁସିରେ ଚଳିବେ ଓ ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହେବ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ। ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ପ୍ରେମ-ପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ।  ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ପ୍ରତିକାର- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମିଥୁନ:-

କର୍ମକ୍ଷେତ୍ରରେ ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ। ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ ଓ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। ସୁଖ ସମୃଦ୍ଧି ବୃଦ୍ଧି ହେବ।  ପାରିବାରିକ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ସ୍ଥିତି ଉତ୍ତମ ରହିବ। ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ଲାଭ ପାଇବେ। ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

<<Vastu>>> | <<< Jataka Bichara >>> 

କର୍କଟ:-

କର୍ମ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ମହିଳାମାନେ କୌଣସି ବରିଷ୍ଠ ରାଜନେତାଙ୍କ ସାହାଯ୍ୟ ପାଇବେ। ସ୍ଵାସ୍ଥ୍ୟରେ ଉନ୍ନତି ହେବ ଓ ଶତୃଙ୍କ ସହିତ ମୁକାବିଲା କରିପାରିବେ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସହଯୋଗରେ ସମସ୍ତ ସମସ୍ୟା ସମାଧାନ ହୋଇଯିବ।  ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିପାରେ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା କଲେ ମଧ୍ୟ ସୁଖ ଶାନ୍ତିରେ ଦିନ କଟାଇବେ। ପ୍ରତିକାର- ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ସିଂହ:-

ନୂତନ ବ୍ୟବସାୟର ଶୁଭାରମ୍ଭ କରିପାରିବେ ବ୍ୟବସାୟରେ ବୃଦ୍ଧି ଓ ଉତ୍ତମ ରୋଜଗାର ହେବ। କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ ଦୂର ହେବ ଏବଂ ଅଧସ୍ତନକର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ। ଶରୀର ସୁସ୍ଥରହିବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ।  ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ। ପ୍ରତିକାର- ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରିବେ।

କନ୍ୟା:-

ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ଅକ୍ଷୁର୍ଣ୍ଣ ରହିବ। ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ। ଆର୍ଥିକ ସଙ୍କଟ ଦୂର ହେବ। ପାରିବାରିକ କ୍ଷେତ୍ରରେ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ପାରିବାରିକ ସମସ୍ୟାକୁ ସୁଧାରୀ ନେବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ। ସ୍ୱାସ୍ଥ୍ୟ ଠିକ୍ ରହିବ ଓ ଆର୍ଥିକ ଦିଗରୁ ଉନ୍ନତି ହେବ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ।  କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ପ୍ରତିକାର- ଗାଈକୁ ରୁଟି ଖାଇବାକୁ ଦେବେ।

ବିଛା:-

ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହ ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀହେବେ।ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହି ହେବେ। ଦୂରଯାତ୍ରାରେ ସଫଳତା ମିଳିବ। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ। ପ୍ରତିକାର- ମସୁରଡାଲି ଧର୍ମସ୍ଥାନରେ ଦେବେ।

ଧନୁ:-

କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ। ଧନ ଉପାର୍ଜ୍ଜନ କରିବା ପାଇଁ, ନୂତନ ଯୋଜନା ପ୍ରସ୍ତୁତ କରିବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ପ୍ରତିକାର- ଗାଈକୁ ଗୁଡ ରୁଟି ଖାଇବାକୁ ଦିଅନ୍ତୁ।

ମକର:-

କୌଣସି ପ୍ରିୟ ମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ। ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ। ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ। ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟପାଇଁ ଯାତ୍ରା କରିବେ। ବିରୋଧୀ ଓ ପ୍ରତିଯୋଗୀଙ୍କ ପ୍ରତିକ୍ରିୟାରେ ମାନସିକ ଚିନ୍ତା ବୃଦ୍ଧି ପାଇବ। ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଆତ୍ମସନ୍ତୋଷ ମିଳିବ। ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କୁମ୍ଭ:-

ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳତା ରହିବ। ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଅତ୍ୟନ୍ତ ଲାଭଦାୟକ ହେବ। ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। ସମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ।  ପ୍ରତିକାର:- ଗାଈକୁ ଖାଦ୍ୟ ଦିଅନ୍ତୁ।

ମୀନ:-

ପରିବାର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ବନ୍ଧୁ, ମିତ୍ର ଏବଂ ଉଚ୍ଚପଦଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବ। ପ୍ରତିଯୋଗିତା ପରୀକ୍ଷା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଦିଗରୁ ମହିଳାମାନେ ବିଶେଷ ସତର୍କ ରହିବା ଉଚିତ୍। ପ୍ରତିକାର-ହନୁମାନ ମନ୍ଦିରରେ ଭୋଗକରି ବାଣ୍ଟନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!