ଦୈନିକ ରାଶିଫଳ: ୧୯ ଅକ୍ଟୋବର ୨୦୧୮। କର୍ମକ୍ଷେତ୍ର ରୁ କିଛି ସୁ-ସମ୍ବାଦ ମିଳିବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୯ ଅକ୍ଟୋବର ୨୦୧୮। କର୍ମକ୍ଷେତ୍ର ରୁ କିଛି ସୁ-ସମ୍ବାଦ ମିଳିବ।

ମେଷ:-

ସରକାରୀ କାମରେ ସଫଳତା ମିଳିବ।  ସ୍ୱାସ୍ଥ୍ୟ ଭଲ ରହିବ।  ଶତୃମାନେ ଦୂରେଇ ଯିବେ।  ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ଏବଂ ପରିଶ୍ରମରେ ଲାଭ ଓ ସୁଖ ପ୍ରାପ୍ତି ହେବ।  ଉନ୍ନତିର ମାର୍ଗ ପ୍ରଶସ୍ତ ହେବ।  ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ଉତ୍ତମ ଲାଭ ହେବ। ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। କର୍ମଚାରୀମାନଙ୍କର ଉନ୍ନତିହେବ। ନୂତନ ନିଯୁକ୍ତିର ସୁଯୋଗ ପାଇବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ।  ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ ଓ ଉନ୍ନତି ହେବ। ରାଜନୀତିରେ ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ। କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ। ପାରିବାରିକ କ୍ଷେତ୍ରରେ ଦାମ୍ପତ୍ୟ ସୁଖରେ ସୁଖୀ ହେବେ। କର୍ମ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ପ୍ରତିକାର : ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ  ।

ମିଥୁନ:-

ପରିଶ୍ରମ ଓ କଷ୍ଟକରି ଶାନ୍ତିବଜାୟ ରଖିବେ। ପାରିବାରିକ ଜୀବନରେ ସୁଧାର ହେବ।  କୋର୍ଟ-କଚେରୀ ମାମଲା ସମାଧାନ ହୋଇଯିବ।  ବାଦ-ବିବାଦଠାରୁ ଦୂରେଇ ରହିବା ଉଚିତ୍। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ତୁଳନାରେ ବ୍ୟୟ ଅଧିକ ହେବ।  ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ।  ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

<<Vastu>>> | <<< Jataka Bichara >>> 

କର୍କଟ:-

ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ବିଗିଡି ଯାଇଥିବା କାର୍ଯ୍ୟ ବା ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେନସାରୀ, ଔଷଧ ବ୍ୟବସାୟୀ ମାନଙ୍କର ଅଧିକ ଲାଭ ପ୍ରାପ୍ତି ହେବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ମିଳିମିଶି କାମ କରିପାରିଲେ କଷ୍ଟ ଦୂର ହେବ।  ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। କାହାକୁ ଦେଇଥିବା ଉଧାର ଟଙ୍କା ମିଳିଯିବ। ଘରୋଇ ଚାକିରୀ କ୍ଷେତ୍ରରେ ପ୍ରଚୁର ଅର୍ଥ ଲାଭ ହେବ ଓ ପରିସ୍ଥିତି ବଦଳିଯିବ। ଛାତ୍ର-ଛାତ୍ରୀମାନେ ପାଠପଢ଼ାରେ ମନଯୋଗ ଦେବେ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କନ୍ୟା:-

ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ଚାକିରୀ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ।  ବନ୍ଧୁ ମିତ୍ରଙ୍କ ଆଗମନ ହେବ।  ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ପ୍ରିୟ ଲୋକମାନଙ୍କ ସହିତ ସମ୍ବନ୍ଧ ଓ ସମ୍ପର୍କ ସ୍ଥାପନ ହେବ। ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ମହିଳାମାନଙ୍କର ନିଜର ରଚନାତ୍ମକତା ଚରମ ହେବ ତଥା ଲୋକଙ୍କୁ ନିଜର କରିପାରିବେ। ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ବିଚ୍ଛା:-

ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ କର୍ମ ନିଯୁକ୍ତି ପାଇବାର ଅଧିକ ସମ୍ଭାବନା। ନିଜର ବୁଦ୍ଧିମତା କାରଣରୁ କାମ ହାସିଲ କରିପାରିବେ।  ଅଫିସର, ସହକର୍ମୀ ଓ ମିତ୍ର କାମର ପ୍ରଶଂସା କରିବେ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ ଓ ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ପ୍ରତିକାର-ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ଧନୁ:-

ବ୍ୟବସାୟରେ  ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ଶାରିରୀକ ଅସୁସ୍ଥତା ଦୂରହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ।  ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ। ଯାତ୍ରା କରିବା ସମୟରେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ।  ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।  ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମକର:-

କର୍ମଜୀବିମାନେ  ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ  ସହଯୋଗ ପାଇବେ। ଗୃହପୋକରଣ ନୂତନ ବସ୍ତୁ କ୍ରୟ କରିପାରିବେ। ସୁଖ ସମ୍ପଦ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ।  ଶତୃ ଓ ବିରୋଧୀଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ। କାର୍ଯ୍ୟ ଓ ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ ଓ ଆର୍ଥିକ ମାମଲା ସୁଧୁରିବ। କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ। ରାଜନୈତିକ କ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ। ଆର୍ଥିକ ଦିଗରୁ ଉନ୍ନତି ହେବ। ସ୍ୱାସ୍ଥ୍ୟ ଠିକ୍ ରହିବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପାରିବାରିକ ସମସ୍ୟା ଗୁଡିକୁ ସୁଧାରି ନେବା ଉଚିତ୍। ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମୀନ:-

କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହେବ।  ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ସନ୍ତାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ସହ ଶରୀର ସୁସ୍ଥ ରହିବ। ରାଜନୀତି କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ। ଗାଡି ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ନୂତନ ସମ୍ପତ୍ତି କ୍ରୟ କରିବେ। ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 993755198


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!