ଦୈନିକ ରାଶିଫଳ: ୨ ଡିସେମ୍ବର ୨୦୧୯, ମହା ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି। ବ୍ୟବସାୟରେ ଉତ୍ତମ ରୋଜଗାର ହେବ। କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ଦାମ୍ପତ୍ୟସୁଖ ବୃଦ୍ଧି ହେବା ସହ ସାମାଜିକପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣି ପାରିବେ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। କୋର୍ଟ କଚେରୀ, ମାଲିମୋକଦ୍ଦମାରେ ବିଜୟୀ ହେବେ। ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ପୁରାତନରୋଗର ଉପଶମ ମିଳିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ମିଥୁନ:-

ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନବଳକୁ ବଢ଼େଇ ଦେବ। ଗୃହୋପକରଣ କ୍ରୟ କରିବେ।  ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ। ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। ମାନସିକ ଏକାଗ୍ରତା ରଖି ପାରିବେ। ବ୍ୟବସାୟରେ ସାମାନ୍ୟ ଲାଭ, ଶରୀର ପୀଡ଼ା, ଶତ୍ରୁ ବୃଦ୍ଧି, କେତେକକ୍ଷେତ୍ରରେ ଭଲ କାମକରି ବଦ୍ନାମ ହୋଇ ପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ। କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ ଓ ପଦୋନ୍ନତିର ସୂଚନା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ପରିବାରରେ ମାନ ମନାନ୍ତର ଦୂର ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ। ମାନସିକ ଏକାଗ୍ରତା ରଖି ପାରିବେ ଓ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ।  ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଶତୃମାନେ ଦୂରେଇ ଯିବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରି କିଛି ଦାନ ଦିଅନ୍ତୁ।

କନ୍ୟା:-

ଶରୀର ଭଲ ରହିବ। ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଶୁଭ ସମ୍ବାଦପାଇ ଖୁସିହେବେ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ।  ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ସାମାଜିକ ପତିଆରା ଅମଳିନ ରହିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ। ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା:-

ସରକାରୀ କାମରେ ସଫଳତା ପାଇବେ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ବନ୍ଧୁଙ୍କ ଆଗମନ ହେବ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାର କ୍ଷେତ୍ରରେ କୃତକାର୍ଯ୍ୟ ହେବେ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ବ୍ୟବସାୟ କ୍ଷେତ୍ରରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ଧନୁ:-

ଯଶକୀର୍ତ୍ତୀ, ମାନସମ୍ମାନ, ପ୍ରତିଷ୍ଠା ପ୍ରତିପତ୍ତିରେ ବୃଦ୍ଧି ହେବ। ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। ବ୍ୟବସାୟରେ ଉଚିତ୍ ପନ୍ଥା ଗ୍ରହଣ କରି ସଫଳତା ଅର୍ଜନ କରିବେ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ଅନେକ ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ। ନୂତନ ଯୋଜନା ପ୍ରସ୍ତୁତ କରି ଆୟ ଉପାର୍ଜ୍ଜନର ବୃଦ୍ଧି ହେବ। ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ। ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବେ। ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ। ଯାତ୍ରାଫଳରେ ଉତ୍ସାହିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ବନ୍ଧୁ, ମିତ୍ର ଏବଂ ଭାଇ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଧର୍ମ କାର୍ଯ୍ୟପ୍ରତି ମନ ବଳାଇ ଦୂର ଯାତ୍ରା କରି ପାରନ୍ତି। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ। ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ଓ ଅର୍ଥାଗମ ଦିଗ ଖୋଲା ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମୁଳକ କ୍ଷେତ୍ରକୁ ସାହସର ସହିତ ଲମ୍ଫ ଦେବେ। ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ। ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ। ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!