ଭଗବାନ ବିଷ୍ଣୁଙ୍କ ପୂଜା କରିବା ସମୟରେ ତୁଳସୀ ପତ୍ର ଅର୍ପଣ କରାଯାଏ । କୁହାଯାଏ କି ଭଗବାନ ବିଷ୍ଣୁଙ୍କୁ ଯଦି ତୁଳସୀ ପତ୍ର ଅର୍ପିତ କରାଯାଏ ନାହିଁ ତେବେ ପୂଜାରେ ସଫଳ ହୁଏ ନାହିଁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଚଢାଇବା ଏକ ପୌରାଣିକ କଥା ଅଛି ଓ ଏହି କଥା ଅନୁସାରେ ତୁଳସୀ ଦ୍ଵାରା ଭଗବାନ ବିଷ୍ଣୁଙ୍କୁ ଏକ ଅଭିଶାପ ଦେଇଥିଲେ । ସେହି ଅଭିଶାପରେ ଭଗବାନ ବିଷ୍ଣୁ ପଥର ପାଲଟି ଯାଇଥିଲେ ।
ସଂପୂର୍ଣ୍ଣ ତଥ୍ୟ କଣ ଥିଲା-
ଭଗବାନ ବିଷ୍ଣୁ ଓ ଦେବୀ ତୁଳସୀଙ୍କ ସହ ଜଡିତ କଥା ଅନୁସାରେ ତୁଳସୀ ବୃନ୍ଦା ନାମକ ଜଣେ ଝିଅ ଥିଲେ । ସେ ରାକ୍ଷସ କୂଳରେ ଜନ୍ମ ହୋଇଥିଲେ । ବୃନ୍ଦା ଭଗବାନ ବିଷ୍ଣୁଙ୍କ ବଡ ଭକ୍ତ ଥିଲେ । ବୃନ୍ଦା ଯେତେବେଳେ ବଡ ହେଲେ ତାଙ୍କୁ ସେହି ରାକ୍ଷସ କୂଳର ରାଜା ଜଳନ୍ଧରଙ୍କ ସହିତ ବିବାହ କରାଯାଇଥିଲା । ସେ ତାଙ୍କ ସ୍ଵାମୀଙ୍କୁ ବହୁତ ଭଲ ପାଉଥିଲେ ଓ ପତିବ୍ରତା ହୋଇଥିବାରୁ ସମସ୍ତ କାର୍ଯ୍ୟ ଭଲଭାବରେ ସଂପୂର୍ଣ୍ଣ କରୁଥିଲେ । ରାକ୍ଷସ ଜଳନ୍ଧର ସମୁଦ୍ରରୁ ଉତ୍ପନ୍ନ ହୋଇଥିଲେ, ସେଥିପାଇଁ ସେ ବହୁତ ଶକ୍ତିଶାଳୀ ମଧ୍ୟ ଥିଲେ ।
ଥରେ ଜଳନ୍ଧର ଓ ଦେବତାଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା । ସେହି ଯୁଦ୍ଧରେ ଜଳନ୍ଧର ଜିତିବା ପାଇଁ ତାଙ୍କ ସ୍ତ୍ରୀ ବୃନ୍ଦା ଏକ ପୂଜା ଆରମ୍ଭ କରିଥିଲେ ସେ ବିଜୟୀ ହେବା ପାଇଁ ସଂକଳ୍ପ ମଧ୍ୟ କରିଥିଲେ । ଯେତେବେଳ ପର୍ଯ୍ୟନ୍ତ ଯୁଦ୍ଧ ଲାଗିବ ସେତେବେଳ ପର୍ଯ୍ୟନ୍ତ ସେ ପୂଜା କରୁଥିବେ । ସେ ପୂଜା କରୁଥିବାରୁ ଜଳନ୍ଧର ଆହୁରି ଶକ୍ତିଶାଳୀ ହୋଇଗଲା । ଯାହା ସେଇ ଯୁଦ୍ଧରେ ଜଳନ୍ଧର ହାରିବା ଅସମ୍ଭବ ହୋଇଗଲା । ଜଳନ୍ଧରଙ୍କୁ ଯୁଦ୍ଧରେ ଜିତିବାର ଦେଖି ଦେବତାମାନେ ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇ ସାହାଯ୍ୟ ମାଗିଲେ । ଭଗବାନ ବିଷ୍ଣୁଙ୍କୁ କହିଲେ ଯେ ବୃନ୍ଦା ଯେଉଁ ପୂଜା କରୁଛନ୍ତି ସେଥିରେ ଜଳନ୍ଧର ହାରିବା ସମ୍ଭବ ନୁହେଁ, ତେଣୁ ଯେମିତି ହେଲେ ସେହି ପୂଜା ଅନୁଷ୍ଠାନଙ୍କୁ ବନ୍ଦ କରିବାକୁ ହେବ ।
ଦେବତାଙ୍କୁ ସାହାଯ୍ୟ କରିବା ପାଇଁ ଭଗବାନ ବିଷ୍ଣୁ ନିଜେ ଜଳନ୍ଧରର ରୂପ ଧାରଣ କଲେ ଓ ବୃନ୍ଦାଙ୍କ ନିକଟକୁ ଚାଲିଗଲେ । ବିଷ୍ଣୁଙ୍କୁ ଜଳନ୍ଧର ରୂପରେ ଦେଖି ବୃନ୍ଦା ଭାବିଲେ ଯେ ସ୍ଵାମୀ ଯୁଦ୍ଧରେ ବିଜୟୀ ହୋଇ ମହଲକୁ ଫେରିଆସିଛନ୍ତି ଓ ଏହା ଭାବି ସେ ପୂଜାରୁ ଉଠି ଆସିଲେ । ବୃନ୍ଦା ପୂଜାରୁ ଉଠିବା କ୍ଷଣି ଦେବତାମାନେ ଜଳନ୍ଧରକୁ ମାରି ଦେଲେ । ହଠାତ୍ ବୃନ୍ଦାଙ୍କ ପାଖରେ ଜଳନ୍ଧରର କଟାମୁଣ୍ଡ ଆସି ପଡିଲା । ଜଳନ୍ଧରର କଟାମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ବୃନ୍ଦା ବୁଝିଗଲେ ଯେ ତାଙ୍କ ସହିତ ଛଳ-କପଟ କରାଯାଇଥିଲା ।
ସେଠାରେ ଭଗବାନ ବିଷ୍ଣୁ ମଧ୍ୟ ନିଜ ରୂପକୁ ଫେରି ଆସିଲେ । ଭଗବାନ ବିଷ୍ଣୁଙ୍କ ଦ୍ଵାରା ଏହି ଛଳ-କପଟକୁ ଦେଖି ବୃନ୍ଦା ବହୁତ କ୍ରୋଧିତ ହୋଇଗଲେ । ସେ କ୍ରୋଧିତ ହୋଇ ଭଗବାନ ବିଷ୍ଣୁ ପଥର ପାଲଟିବା ପାଇଁ ଅଭିଶାପ ମଧ୍ୟ ଦେଇଥିଲେ । ଏହାପରେ ଦେବତାମାନେ ଏହା ଦେଖି ବୃନ୍ଦାଙ୍କୁ କ୍ଷମା ମାଗିଥିଲେ । ଦେବତାମାନେ କ୍ଷମା ମାଗିବାରୁ ବୃନ୍ଦା ନିଜ ଅଭିଶାପକୁ ଫେରାଇ ଆଣିଲେ ଓ ସ୍ଵାମୀଙ୍କ କଟାମୁଣ୍ଡ ସହିତ ନିଜେ ମଧ୍ୟ ସତୀ ହୋଇଥିଲେ ।
ବୃନ୍ଦାଙ୍କ ସତୀଦାହ ପରେ ସେହି ପାଉଁଶ ମଧ୍ୟରୁ ଏକ ଛୋଟ ଗଛ ଉତ୍ପନ୍ନ ହେଲା ଓ ଭଗବାନ ବିଷ୍ଣୁ ସେହି ଗଛକୁ ତୁଳସୀ ବୋଲି ନାମ ଦେଇଥିଲେ । ଏଥି ସହିତ ଭଗବାନ ବିଷ୍ଣୁ କହିଲେ ଯେ ମୁଁ ମଧ୍ୟ ସେହି ପଥର ରୂପରେ ରହିବି ଓ ଏହା ଶାଳଗ୍ରାମ ନାମରେ ନାମିତ ହେବ । ଯେତେବେଳେ ମୋର ଯେଉଁ ରୂପକୁ ପୂଜା କରିବ ସେହି ପୂଜାରେ ତୁଳସୀ ପତ୍ର ନିଶ୍ଚିତ ଅର୍ପିତ କରାଯିବ । ବୀନା ତୁଳସୀ ପତ୍ରରେ ମୋର କୌଣସି ପୂଜା ସଫଳ ହେବ ନାହିଁ ବୋଲି କହିଥିଲେ ।