ଦୈନିକ ରାଶିଫଳ: 18 ନଭେମ୍ବର 2022, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୧୮ତାରିଖ, ଶୁକ୍ରବାର, ବିଛାମାସ ୩ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ନବମୀତିଥି ସକାଳ ୯ଟା ୩୩ମିନିଟ୍ ପରେ ଦଶମୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ବୈଧୃତି ଯୋଗ । ଗର କରଣ ସକାଳ ୯ଟା ୩୩ମିନିଟ୍ ପରେ ବାଣିଜ୍ୟ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । କର୍କଟ, ମକର ରାଶିର ଘାତଚନ୍ଦ୍ର । ଲାଉ ନ ଖାଇଲେ ଭଲ ସକାଳ ୯ଟା ୩୩ମିନିଟ୍ ପରେ କଳମଶାଗ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ସକାଳ ୯ଟା ୩୩ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୪୬ମିନିଟ୍ ରୁ ୧୧ଟା ୩୧ମିନିଟ୍, ରାତ୍ରି ୮ଟା ୧୭ମିନିଟ୍ ରୁ ୯ଟା ୫୪ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୧ମିନିଟ୍ ରୁ ୬ଟା ୪୩ମିନିଟ୍, ସକାଳ ୭ଟା ୨୯ମିନିଟ୍ ରୁ ୮ଟା ୪୫ମିନିଟ୍, ଦିବା ୧୧ଟା ୫୪ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ୫ଟା ୧ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ର ୮ଟା ୧୬ମିନିଟ୍, ରାତ୍ର ୧୧ଟା ୫୮ମିନିଟ୍ ରୁ ୧ଟା ୪୦ମିନିଟ୍, ରାତ୍ର ୨ଟା ୩୪ମିନିଟ୍ ରୁ ୪ଟା ୧୬ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଭବିଷ୍ୟତ ପାଇଁ ଯୋଜନା କରି ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗେଇ ପାରନ୍ତି । ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣଙ୍କ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ । ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୌଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । ଉଚ୍ଚାଧିକାରୀ ମାନଙ୍କ ସହିତ ସମ୍ପର୍କ ଖରାପ ହେବାକୁ ଦିଅନ୍ତୁ ନାହିଁ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସ୍ୱାସ୍ଥ୍ୟ ସମସ୍ୟା ଦୂରହୋଇ ଶରୀର ସୁସ୍ଥ ରହିବ । ପ୍ରଶାସନିକ କାର୍ଯ୍ୟରେ ପ୍ରବଳ ଉନ୍ନତି ହେବାର ସମ୍ଭାବନା ଅଛି । ରାଜନୀତି ସହ ଜଡିତ ଲୋକଙ୍କ ଉପରେ ଅନେକ ଦାୟିତ୍ଵ ଆସିପାରେ । ଗୃହର ପୁନଃ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହେବ । ସାନ ଭାଇଭଉଣୀଙ୍କର ବ୍ୟକ୍ତିଗତ ଜୀବନରେ କିଛି ଅସୁବିଧା ଥିଲେ ସୁବିଧା ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ । ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-ଆର୍ଥିକ ପ୍ରସଙ୍ଗରେ ସମସ୍ୟା ଦୂର ହେବା ଫଳରେ ଆପଣଙ୍କର ସଞ୍ଚୟ ପ୍ରଭାବିତ ହୋଇପାରେ । ସରକାରୀ ଚାକିରି କରୁଥିବା ଲୋକମାନେ ଏକ ଉଚ୍ଚ ପଦପଦବୀ ପାଇପାରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । ଅତୀତରେ ଆପଣଙ୍କ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟପାଇଁ ପ୍ରଶଂସିତ ହେବେ । ବିଦେଶରେ ଅଧ୍ୟୟନ କରୁଥିବା କିମ୍ବା ଅନୁସନ୍ଧାନ କରୁଥିବା ଶିକ୍ଷାର୍ଥୀଭଲ ସଫଳତା ପାଇବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କର୍କଟ:-କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଆଜି କେହି ସମ୍ପର୍କୀୟମାନେ ଘରକୁ ଆସିପାରନ୍ତି । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଆଚାର ବ୍ୟବହାର କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ପ୍ରାଚୀନମାନଙ୍କ ମାର୍ଗଦର୍ଶନ ଜାରି ରଖିଲେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ହେବ । ପରିବେଶକୁ ଭଲ ରଖି ନକରାତ୍ମକ ଚିନ୍ତାଧାରାଠାରୁ ଦୂରରେ ନରହିଲେ ଆପଣଙ୍କ ଏକାଗ୍ରତା ଉପରେ କୁପ୍ରଭାବ ପକାଇପାରେ । କମିଶନ ଏବଂ ସେୟାର ସହିତ ଜଡିତ ଲୋକମାନେ ସତର୍କତାର ସହିତ କାର୍ଯ୍ୟ କରିବା ଫଳରେ ସାମାଜିକ ସର୍କଲ୍ ବୃଦ୍ଧି ପାଇବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ସାମାଜିକ କାର୍ଯ୍ୟରେ ବିଜୟୀ ହେବେ । ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ । ଘରୋଇ କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ସାଧାରଣ ବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ପ୍ରେମିକ ପ୍ରେମିକାମାନେ ଗୁପ୍ତ ପ୍ରେମରେ ସଫଳ ହୋଇ ପାରନ୍ତି । ରାଜନୈତିକ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଚିନ୍ତିତ ରହି ପାରନ୍ତି । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:-ଶିକ୍ଷାକ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ରାଜନୀତି କ୍ଷେତ୍ରରେ ଆଦର୍ଶବାଦୀ ହୋଇ ତଳସ୍ତରରେ ପ୍ରଶଂସିତ ହେବେ । କଠିନ ପରିଶ୍ରମ କରିବା ଦ୍ଵାରା ଯଶ ମାନ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ । ସାମ୍ବାଦିକ ମାନେ ଶୁଭ ସମାଚାର ପାଇବେ । ପ୍ରତିକାର-ଧଳା ରୁମାଲଟିଏ ପାଖରେ ରଖନ୍ତୁ ।

ବିଚ୍ଛା:-ସାମାଜିକ କାର୍ଯ୍ୟରେ ବନ୍ଧୁମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ଆକାଉଣ୍ଟାଣ୍ଟମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ । ଘରୁ ବାହାରକୁ ବାହାରିବା ଦ୍ଵାରା ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି । ରାଜନୈତିକ କ୍ଷେତ୍ରର ଅତ୍ୟଧିକ ପରିଶ୍ରମ କରି ସାଧାରଣ ଲୋକ ସମ୍ପର୍କ ବୃଦ୍ଧିହେବା ଯୋଗେ ବିଜୟୀ ହେବେ । ମନୋରଞ୍ଜନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ସାମ୍ବାଦିକ ମାନେ ଶୁଭ ସମାଚାର ପାଇବେ । ପରିବାରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ବନ୍ଧୁ ମିତ୍ରଙ୍କ ଆଗମନ ହେବ ଓ ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେଇପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଅଟକିଥିବା କାର୍ଯ୍ୟ ସହଜରେ ପୂରଣ କରି ପାରିବେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସୁଖ ଶାନ୍ତିରେ ଦିନଟି କାଟିବେ । ପ୍ରତିକାର- ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ମୀନ:-ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ରାଜନୀତି କ୍ଷେତ୍ରରେ ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ । ପିଲାମାନଙ୍କ ପାଠପଢା ନେଇ ଖୁସି ରହିବେ । ଅତିରିକ୍ତ ଆୟର ଦରକାର ଅନୁଭବ ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!