ଦୈନିକ ରାଶିଫଳ: 17 ନଭେମ୍ବର 2022, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍କସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୧୭ତାରିଖ, ଗୁରୁବାର, ବିଛାମାସ ୨ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ମଳ ଅଷ୍ଟମୀତିଥି ସକାଳ ୭ଟା ୫୭ମିନିଟ୍ ପରେ ନବମୀତିଥି, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ଇନ୍ଦ୍ର ଯୋଗ । କୌଳବ କରଣ ସକାଳ ୭ଟା ୫୭ମିନିଟ୍ ପରେ ତୈତିଳ କରଣ । ତୁଳା, କୁମ୍ଭ ରାଶିର ଘାତବାର । କର୍କଟ, ମକର ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ ସକାଳ ୭ଟା ୫୭ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ସକାଳ ୭ଟା ୫୭ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୧୭ମିନିଟ୍ ରୁ ୫ଟା ୩ମିନିଟ୍, ରାତ୍ରି ୧୧ଟା ୩୧ମିନିଟ୍ ରୁ ୧ଟା ୮ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ରୁ ୭ଟା ୨୭ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ର ୯ଟା ୨୧ମିନିଟ୍, ରାତ୍ର ୧ଟା ୯ମିନିଟ୍ ରୁ ୩ଟା ୨୩ମିନିଟ୍, ରାତ୍ର ୪ଟା ୧୭ମିନିଟ୍ ରୁ ୫ଟା ୫୯ମିନିଟ୍ । ପର୍ବଦିନ- କାଞ୍ଜିଅଁଳା ନବମୀ, ମାଣବସା ଗୁରୁବାର ଦ୍ଵିତୀୟ ପାଳି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ବ୍ୟବସାୟରେ ଉନ୍ନତି ହେବା ସହ ପ୍ରଚୁର ଲାଭବାନ ହେବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ରାଜନୈତିକ କ୍ଷେତ୍ରରେ ଅପବାଦ ଅପଯଶ ମିଳିପାରେ । ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ପିଲାମାନଙ୍କର ଶିକ୍ଷାକ୍ଷେତ୍ରରେ ବଡ଼ଧରଣର ଅର୍ଥ ଖର୍ଚ୍ଚ ହୋଇପାରେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ରାଜନୈତିକ କ୍ଷେତ୍ରରେ ବାଦ ବିବାଦ ଠାରୁ ଦୂରେଇ ରହିବା ଉଚିତ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଛାତ୍ର ଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତିହେବ । ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି । ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ । ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ । ଓକିଲାତି ଓ ପରିଚାଳନା ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

କର୍କଟ:-କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳ ପାଇବେ । ମିତ୍ର ବା ଜରୁରୀମନ୍ଦଙ୍କ ସହାୟତା ପାଇଁ ହାତ ବଢାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ବ୍ୟବସାୟୀମାନେ କିଛିଦ୍ରବ୍ୟ ନଗଦ କାରବାରର ସୁଯୋଗ ପାଇବେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ପର୍କ ଦୃଢ ହେବ । ସୃଜନଶୀଳତା ଏକ ନୂତନ ଦିଗ ପାଇବାସହ ନିଜର ସଫଳତା ପାଇଁ ଗର୍ବିତ ଅନୁଭବ କରିବେ । ସାମ୍ବାଦିକତା ଏବଂ ଚଳଚ୍ଚିତ୍ର କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ପ୍ରତିକାର- କମଳାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କନ୍ୟା:-ନୂତନ ଅଧ୍ୟୟନ ଏବଂ ଥିଓରୀ ବିଷୟରେ ଅବଗତ ହେବେ । ବିବାହ ଯୋଗ୍ୟ ସନ୍ତାନର ବିବାହ ବିଷୟରେ ଆଲୋଚନା ହୋଇପାରେ । ଅର୍ଥ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରିବ । ସେୟାର ବଜାର ସହିତ ଜଡିତ କାର୍ଯ୍ୟକଳାପରେ ଯତ୍ନର ସହ ବିନିଯୋଗ କରନ୍ତୁ । କିଛି ସମ୍ପର୍କୀୟ ସମ୍ମାନିତ କରିବାକୁ ଚେଷ୍ଟା କରିବେ । ସମ୍ପତ୍ତି ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେଲେ ଆର୍ଥିକ ଦିଗ ବହୁତ ଶକ୍ତିଶାଳୀ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ବ୍ୟବସାୟ ସହ ଜଡିତ ଲୋକଙ୍କ କାର୍ଯ୍ୟର ଗତି ବୃଦ୍ଧି ପାଇବ । ପତିପତ୍ନୀଙ୍କ ନକାରାତ୍ମକ ପରିସ୍ଥିତିର ଅବସାନ ହୋଇ ଉତ୍ସାହ ଉଦ୍ଦିପନା ଆନନ୍ଦିତ କରିବ । ସାଙ୍ଗମାନଙ୍କୁ ଅଧିକ ବିଶ୍ଵାସ କଲେ ରୋମାଣ୍ଟିକ ଜୀବନରେ ସଫଳତା ପାଇବେ । ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ଅଯଥା ଭ୍ରମଣ ଯୋଗେ ବ୍ୟଥିତ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସାଧାରଣ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ଆଗରେ ନତମସ୍ତକ ହେବେ । ପୁରୁଣା ବିନିଯୋଗ ଭଲ ଲାଭ ଦେବ । ରୋମାଣ୍ଟିକ ଜୀବନ ଆରମ୍ଭ ହୋଇପାରେ । ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ ଚାକିରି ଅବସ୍ଥା ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବ । ଦାମୀଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବାପାଇଁ ମନବଳେଇ ପାରନ୍ତି । ଦାମ୍ପତ୍ୟ ସଂପର୍କରେ ପରସ୍ପର ପ୍ରତି ସମର୍ପିତ ହେବେ । ପ୍ରତିକାର- ନାଲିରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ଧନୁ:-ସମ୍ପତ୍ତି ପ୍ରସଙ୍ଗରେ ସଫଳତା ମିଳିବ । ଭାଇଭଉଣୀଙ୍କ ବିଷୟରେ ସକାରାତ୍ମକ ଚିନ୍ତା ମନକୁ ଆସିବା ଫଳରେ ଘରେ ସୁଖ ଶାନ୍ତିର ପରିବେଶ ରହିବ । କ୍ୟାରିଅରରେ ବିଶେଷ ସଫଳତା ପାଇବେ । ସାମ୍ପ୍ରତିକ ପରିସ୍ଥିତିକୁ ଅଣଦେଖା କରିବା ଆପଣଙ୍କ ଉପରେ କୁପ୍ରଭାବ ପକାଇପାରେ । ଅନ୍ୟର ପ୍ରଭାବରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । କିଛି ଲୋକ ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-କର୍ମକ୍ଷେତ୍ରରେ ପଦୋନ୍ନତି ପାଇଁ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । ଧାର୍ମିକ କାର୍ଯ୍ୟକଳାପରେ ବହୁତ ଆଗ୍ରହ ଦେଖା ଦେବ । ନିଜଶକ୍ତିର ସର୍ବୋତ୍ତମ ବ୍ୟବହାର କରି ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ରାଜନୀତିରେ ସତର୍କତା ଅବଲମ୍ବନ କରିବା ଉଚିତ୍ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ନୂତନ ବିନିଯୋଗ ପାଇଁ ଅପେକ୍ଷା ନକରି ଆଗେଇ ଚାଲନ୍ତୁ ଆୟର ବିକଳ୍ପ ଉତ୍ସ ଆଡକୁ ଗତି କରିବ । ଜୀବନସାଥୀଙ୍କ ସହିତ ଆଚରଣ ଉଚ୍ଚାରଣ ଠିକ୍ ରଖନ୍ତୁ । ଅବିବାହିତ ଯୁବକ ଯୁବତୀମାନଙ୍କର ନୂତନ ସମ୍ପର୍କ ପାଇଁ ଶୀଘ୍ର ଯୋଗାଯୋଗ ହୋଇଯିବ । ସହଭାଗୀ ମାନଙ୍କ ସହିତ ବଡ ଧରଣର କାରବାର ହୋଇପାରେ । ମାଲିକମାନେ ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ । ସମସ୍ତ ପ୍ରୟାସ ଫଳପ୍ରଦ ହେବା ଫଳରେ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଈର୍ଷା କରିପାରନ୍ତି । ଅଧ୍ୟୟନରେ ଆପଣ ଭଲ ଲାଭ ପାଇବେ । ଅନେକ ଅନୁଷ୍ଠାନରୁ ଚାକିରି ଅଫର ଉପଲବ୍ଧ ହେବ । ଭବିଷ୍ୟତ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି । ପରିବାର ସଦସ୍ୟଙ୍କ ସହିତ ଏକ ପର୍ଯ୍ୟଟନ ଯାତ୍ରା ଯୋଜନା କରିବେ । ପ୍ରତିକାର- ହଳଦୀରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!